ଖଜୁରୀପଡ଼ାରେ ଆସୁନାହିଁ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ, ଉପଭୋକ୍ତା ମହଲରେ ଅସନ୍ତୋଷ

ଖଜୁରୀ ପଡା ୨୦।୫ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକରେ ଆସୁନାହିଁ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ। ଏହି ବ୍ଲକଟି ଫୁଲବାଣୀ ସହରଠାରୁ ମାତ୍ର ୨୧ କିମି ଦୂରରେ ଅବସ୍ଥିତ। ଯାହାକୁ ନଜରରେ ରଖି ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷ ତରଫରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିଏସ୍‌ଏନ୍‌ଏଲ୍‌ ଟାୱାର ସ୍ଥାପନ କରାଯାଇଛି । କିଛି ଦିନ ହେବ ଖଜୁରୀପଡା ଅଞ୍ଚଳରେ ଥିବା ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଲୁଚକାଳି ଖେଳ ଖେଳୁଛି । ତେଣୁ ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ସେବା ଠିକ ଭାବରେ ନ […] The post ଖଜୁରୀପଡ଼ାରେ ଆସୁନାହିଁ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ, ଉପଭୋକ୍ତା ମହଲରେ ଅସନ୍ତୋଷ appeared first on Dharitri Odia News.

ଖଜୁରୀପଡ଼ାରେ ଆସୁନାହିଁ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ, ଉପଭୋକ୍ତା ମହଲରେ ଅସନ୍ତୋଷ

ଖଜୁରୀ ପଡା ୨୦।୫ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକରେ ଆସୁନାହିଁ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ। ଏହି ବ୍ଲକଟି ଫୁଲବାଣୀ ସହରଠାରୁ ମାତ୍ର ୨୧ କିମି ଦୂରରେ ଅବସ୍ଥିତ। ଯାହାକୁ ନଜରରେ ରଖି ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷ ତରଫରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିଏସ୍‌ଏନ୍‌ଏଲ୍‌ ଟାୱାର ସ୍ଥାପନ କରାଯାଇଛି । କିଛି ଦିନ ହେବ ଖଜୁରୀପଡା ଅଞ୍ଚଳରେ ଥିବା ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଲୁଚକାଳି ଖେଳ ଖେଳୁଛି । ତେଣୁ ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ସେବା ଠିକ ଭାବରେ ନ ପାଇବା ଯୋଗୁ ଏବେ ଉପଭୋକ୍ତାମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଉପଭୋକ୍ତାମାନଙ୍କ ଅଭିଯୋଗ ଅନୁଯାୟୀ ବିଦ୍ୟୁତ୍‌ କାଟ ହେଲେ ନେଟୱର୍କ ପଳାଇ ଯାଉଛି। ଫଳରେ ବିଭିନ୍ନ କାର୍ଯ୍ୟାଳୟରେ ନେଟୱର୍କ ଜନିତ କାର୍ଯ୍ୟ କରି ହେଉନାହିଁ। ଅଫିସ କାର୍ଯ୍ୟ, ଛାତ୍ରୀଛାତ୍ରମାନଙ୍କ ଅନଲାଇନ୍‌ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ତେଣୁ ବିଏସ୍‌ଏନ୍‌ଏଲ୍‌ ବିଭାଗୀୟ ଅଧିକାରୀମାନେ ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ନଚେତ ଆଗାମୀ ଦିନରେ ଅଞ୍ଚଳବାସୀ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ବିଧାୟକଙ୍କ ସ୍ବାସ୍ଥ୍ୟ ପ୍ରତିନିଧି ରାଇ କିଶୋର ପ୍ରଧାନ କହିଛନ୍ତି ।

The post ଖଜୁରୀପଡ଼ାରେ ଆସୁନାହିଁ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ, ଉପଭୋକ୍ତା ମହଲରେ ଅସନ୍ତୋଷ appeared first on Dharitri Odia News.