ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ: ସିବିଆଇ ଚଢ଼ାଉ ମାମଲା
କଟକ,୪।୭(କାର୍ତ୍ତିକ ସାହୁ): ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେଶନ୍ ଲିମିଟେଡ୍ ଲାଞ୍ଚ ଘଟଣାରେ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ ଓ ତାଙ୍କ ପରିବାରକୁ ଆଶ୍ୱସ୍ତି ମିଳିଛି। ବିଷ୍ଣୁପଦଙ୍କ ପକ୍ଷରୁ ଆଗତ ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ବିଚାରପତି ଭି. ନରସିଂହ ତାଙ୍କ ଆବେଦନକୁ ଗୁରୁବାର ମଞ୍ଜୁର କରିଛନ୍ତି। ପରବର୍ତ୍ତୀ ଶୁଣାଣି ଜୁଲାଇ ୮କୁ ଧାର୍ଯ୍ୟ ହୋଇଛି। ସୂଚନାନୁସାରେ, ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେଶନ୍ ଲିମିଟେଡ୍ର ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀ, ସନ୍ତୋଷ ମହାରଣା ଏବଂ ଅନ୍ୟମାନଙ୍କ […] The post ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ: ସିବିଆଇ ଚଢ଼ାଉ ମାମଲା appeared first on Dharitri Odia News.
କଟକ,୪।୭(କାର୍ତ୍ତିକ ସାହୁ): ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେଶନ୍ ଲିମିଟେଡ୍ ଲାଞ୍ଚ ଘଟଣାରେ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ ଓ ତାଙ୍କ ପରିବାରକୁ ଆଶ୍ୱସ୍ତି ମିଳିଛି। ବିଷ୍ଣୁପଦଙ୍କ ପକ୍ଷରୁ ଆଗତ ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ବିଚାରପତି ଭି. ନରସିଂହ ତାଙ୍କ ଆବେଦନକୁ ଗୁରୁବାର ମଞ୍ଜୁର କରିଛନ୍ତି। ପରବର୍ତ୍ତୀ ଶୁଣାଣି ଜୁଲାଇ ୮କୁ ଧାର୍ଯ୍ୟ ହୋଇଛି। ସୂଚନାନୁସାରେ, ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେଶନ୍ ଲିମିଟେଡ୍ର ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀ, ସନ୍ତୋଷ ମହାରଣା ଏବଂ ଅନ୍ୟମାନଙ୍କ ନାମରେ ଏକ ବିଲ୍ ପାସ୍ ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ହୋଇଥିବା ନେଇ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଉକ୍ତ ମାମଲାର ଏତଲାରେ ଆଇଏଏସ୍ ଅଧିକାରୀ ବିଷ୍ଣୁପଦଙ୍କ ନାମ ନ ଥିଲେ ମଧ୍ୟ ସିବିଆଇ ପକ୍ଷରୁ କିଛି ଦିନ ପୂର୍ବେ ତାଙ୍କ ଘରେ ଚଢ଼ାଉ କରାଯାଇ ରେକର୍ଡପତ୍ର ଯାଞ୍ଚ କରାଯାଇଥିଲା। ସିବିଆଇର ଏପରି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ଆବେଦନ ଉପରେ ହାଇକୋର୍ଟ ପ୍ରାଥମିକ ଅବସ୍ଥାରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଜାରି କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ହାଇକୋର୍ଟ ବିଷ୍ଣୁପଦଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ପୁଣି ବିଷ୍ଣୁପଦଙ୍କ ପକ୍ଷରୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରାଯାଇଥିଲା।
The post ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ: ସିବିଆଇ ଚଢ଼ାଉ ମାମଲା appeared first on Dharitri Odia News.