ମହାରାଷ୍ଟ୍ରକୁ ପ୍ରତିଶ୍ରୁତିରେ ପୋତିଲେ
ମୁମ୍ବାଇ,୧୧ା୧୧: ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ନଭେମ୍ବର ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ। ୨୩ରେ ଫଳାଫଳ ଆସିବ। ମତଦାନକୁ ୧୦ ଦିନ ବାକି ଥିବାବେଳେ ଅଧିକାଂଶ ଆସନରେ ମହାୟୁତି ଏବଂ ଏମ୍ଭିଏ ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ଅନୁମାନ କରାଯାଉଛି। ଭାଜପା ଅଜିତ୍ ପାଓ୍ବାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ଏବଂ ଏକନାଥ ଶିନ୍ଦେଙ୍କ ଶିବସେନା ସହ ମେଣ୍ଟ କରି ମହାୟୁତି ବ୍ୟାନରରେ ଲଢ଼ୁଛି। ଶିବସେନା (ୟୁବିଟି), ଏନ୍ସିପି (ଶରଦ ପାଓ୍ବାର) ଏବଂ କଂଗ୍ରେସ ହେଉଛନ୍ତି […] The post ମହାରାଷ୍ଟ୍ରକୁ ପ୍ରତିଶ୍ରୁତିରେ ପୋତିଲେ appeared first on Dharitri Odia News.
ମୁମ୍ବାଇ,୧୧ା୧୧: ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ନଭେମ୍ବର ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ। ୨୩ରେ ଫଳାଫଳ ଆସିବ। ମତଦାନକୁ ୧୦ ଦିନ ବାକି ଥିବାବେଳେ ଅଧିକାଂଶ ଆସନରେ ମହାୟୁତି ଏବଂ ଏମ୍ଭିଏ ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ଅନୁମାନ କରାଯାଉଛି। ଭାଜପା ଅଜିତ୍ ପାଓ୍ବାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ଏବଂ ଏକନାଥ ଶିନ୍ଦେଙ୍କ ଶିବସେନା ସହ ମେଣ୍ଟ କରି ମହାୟୁତି ବ୍ୟାନରରେ ଲଢ଼ୁଛି। ଶିବସେନା (ୟୁବିଟି), ଏନ୍ସିପି (ଶରଦ ପାଓ୍ବାର) ଏବଂ କଂଗ୍ରେସ ହେଉଛନ୍ତି ବିରୋଧୀ ଏମ୍ଭିଏର ଅଂଶୀଦାର। ତେବେ ଉଭୟ ମେଣ୍ଟରେ ଅନେକ ଜଟିଳତା ରହିଛି। ଗତମାସରେ ହରିୟାଣାରେ ଭାଜପା ହ୍ୟାଟ୍ରିକ୍ ବିଜୟ ସହ କ୍ଷମତାକୁ ଫେରିଥିବାବେଳେ ଜମ୍ମୁ-କଶ୍ମୀରରେ ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଏବଂ କଂଗ୍ରେସ ମେଣ୍ଟକୁ ସଫଳତା ମିଳିଥିଲା। ଏହା ପରେ ହେବାକୁ ଯାଉଥିବା ମହାରାଷ୍ଟ୍ର ନିର୍ବାଚନକୁ ତାତ୍ପର୍ଯ୍ୟପୂର୍ଣ୍ଣ ମନେକରାଯାଉଛି। ହରିୟାଣାର ସଫଳତାକୁ ମହାରାଷ୍ଟ୍ରରେ ଦୋହରାଇବା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ରବିବାର ଭାଜପାର ସଂକଳ୍ପପତ୍ର ଜାରି କରିଛନ୍ତି। ରାଜ୍ୟରେ ୨୫ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ସହ ୧୦ ଲକ୍ଷ ଛାତ୍ରୀଛାତ୍ରଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏ ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି। ସେହିପରି ଧର୍ମାନ୍ତରୀକରଣ ନିରୋଧୀ ଆଇନ ପ୍ରଣୟନ, ଲଡ୍କୀ ବହିନ୍ ଯୋଜନାରେ ମହିଳାଙ୍କୁ ମିଳୁଥିବା ମାସିକ ସହାୟତାକୁ ୧,୫୦୦ରୁ ୨,୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ନିମ୍ନ ଆୟକାରୀ ପରିବାରଗୁଡ଼ିକୁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ସାମଗ୍ରୀ ମାଗଣାରେ ଦିଆଯିବ ବୋଲି ଭାଜପା କହିଛି। ଅନ୍ୟପକ୍ଷେ ଏମ୍ଭିଏ ନିଜ ଘୋଷଣାପତ୍ର ‘ମହାରାଷ୍ଟ୍ରନାମା’ରେ ୯ରୁ ୧୬ ବର୍ଷୀୟା ଝିଅଙ୍କୁ ମାଗଣାରେ ସର୍ଭିକାଲ କ୍ୟାନ୍ସର ଭାକ୍ସିନ, ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ବେଳେ ୨ ଦିନ ଛୁଟି, ଜାତିଗତ ଜନଗଣନା ଆଦିକୁ ଗୁରୁତ୍ୱ ଦେଇଛି।
ଏମ୍ଭିଏର ମହାରାଷ୍ଟ୍ରନାମା
୧୬ ବର୍ଷୀୟା ଝିଅଙ୍କୁ ମାଗଣାରେ ସର୍ଭିକାଲ୍ କ୍ୟାନ୍ସର ଭାକ୍ସିନ
କର୍ମଚାରୀଙ୍କୁ ଋତୁସ୍ରାବ ବେଳେ ୨ ଦିନ ଛୁଟି
ଜନଗଣନା କରାଯିବ
୧୮ ବର୍ଷରେ ଉପନୀତ ହେଲେ ୧ ଲକ୍ଷ ଟଙ୍କା ପାଇବେ
ସିଲିଣ୍ଡର ପିଛା ୫୦୦ ଟଙ୍କାରେ ୬ ରୋଷେଇ ଗ୍ୟାସ୍
କଂଗ୍ରେସ ନେତୃତ୍ୱାଧୀନ ଏମ୍ଭିଏ ଭୋଟ ପାଇଁ ଯେକୌଣସି ସ୍ତରକୁ ଖସିପାରିବ। ବିରୋଧୀ ମେଣ୍ଟ ତୁଷ୍ଟୀକରଣ ରାଜନୀତିରେ ବ୍ୟସ୍ତ ରହିଛି ବୋଲି ରବିବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ସମାଲୋଚନା କରିଛନ୍ତି। ବୁଲ୍ଧାନାର ଜଲଗାଓଁ ଓ ମଳ୍କାପୁରରେ ଭାଜପାର ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଶାହା କହିଛନ୍ତି, ରାଜ୍ୟର କଂଗ୍ରେସ ସଭାପତି ନାନା ପାଟୋଲେ ଉଲେମା କାଉନ୍ସିଲର ମୁସ୍ଲିମ ସଂରକ୍ଷଣ ଦାବିକୁ ଗ୍ରହଣ କରିଛନ୍ତି। ଶିକ୍ଷା ଓ ସରକାରୀ ନିଯୁକ୍ତିରେ ମୁସଲମାନମାନେ ୧୦% ସଂରକ୍ଷଣ ଚାହୁଁଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ଏସ୍ସି, ଏସ୍ଟି ଏବଂ ଓବିସିଙ୍କ ସଂରକ୍ଷଣ ଛଡ଼ାଇନେଇ ମୁସଲମାନ ସମ୍ପ୍ରଦାୟକୁ ଦେଇଦେବ। ଏମ୍ଭିଏ ନେତାମାନଙ୍କ କ୍ଷମତା ଲୋଭ ସେମାନଙ୍କୁ ଅନ୍ଧ କରିଦେଇଛି। ଧର୍ମଭିତ୍ତିକୁ ସଂରକ୍ଷଣକୁ ଭାଜପା ପ୍ରଶ୍ରୟ ଦେବନାହିଁ ବୋଲି ଶାହା ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷେ ପାଟୋଲେ ଶାହାଙ୍କ ଅଭିଯୋଗକୁ ଖଣ୍ଡନ କରି ମୁସଲିମ ସଂରକ୍ଷଣ ସମ୍ପର୍କିତ ଦାବିକୁ ଗ୍ରହଣ କରି ନ ଥିବା କହିଛନ୍ତି।
ଭାଜପାର ସଂକଳ୍ପପତ୍ର
ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି
ଲକ୍ଷ ଛାତ୍ରୀଛାତ୍ରଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏ ଷ୍ଟାଇପେଣ୍ଡ୍
ନିରୋଧୀ ଆଇନ ପ୍ରଣୟନ
ମାସିକ ସହାୟତା ୧,୫୦୦ରୁ ୨,୧୦୦ ଟଙ୍କାକୁ ବୃଦ୍ଧି
ଆୟକାରୀ ପରିବାରଙ୍କୁ ମାଗଣାରେ ମିଳିବ ପିଡିଏସ୍ ସାମଗ୍ରୀ
The post ମହାରାଷ୍ଟ୍ରକୁ ପ୍ରତିଶ୍ରୁତିରେ ପୋତିଲେ appeared first on Dharitri Odia News.