ଦକ୍ଷିଣ ଆଫ୍ରିକା ଦଳରେ ଦୁଇ ନୂଆ ମୁହଁ
ଜୋହାନ୍ସବର୍ଗ, ୧ା୫ : ଓ୍ବେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍ ପାଇଁ ମଙ୍ଗଳବାର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଘୋଷଣା କରାଯାଇଛି। ଆଘାତଜନିତ ସମସ୍ୟା ଯୋଗୁ ଖେଳରୁ ୯ ମାସ ହେଲା ଦୂରେଇଯାଇଥିବା ପେସର ଏନରିଚ୍ ନର୍ଜେ ଦଳକୁ ଫେରିଛନ୍ତି। ଦଳରେ ଦୁଇଜଣ ନୂଆ ଖେଳାଳି ର଼୍ୟାନ ରିଲେଟନ ଓ ଓଟନିଲ ବାର୍ଟମ୍ୟାନ ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକା ଟି୨୦ ଦଳର ଅଧିନାୟକ ହେବା ପରେ ଏଡେନ ମାରାକ୍ରମ ପ୍ରଥମ ଥର ଏକ ବିଶ୍ୱକପ୍ରେ […] The post ଦକ୍ଷିଣ ଆଫ୍ରିକା ଦଳରେ ଦୁଇ ନୂଆ ମୁହଁ appeared first on Dharitri Odia News.
ଜୋହାନ୍ସବର୍ଗ, ୧ା୫ : ଓ୍ବେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍ ପାଇଁ ମଙ୍ଗଳବାର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଘୋଷଣା କରାଯାଇଛି। ଆଘାତଜନିତ ସମସ୍ୟା ଯୋଗୁ ଖେଳରୁ ୯ ମାସ ହେଲା ଦୂରେଇଯାଇଥିବା ପେସର ଏନରିଚ୍ ନର୍ଜେ ଦଳକୁ ଫେରିଛନ୍ତି। ଦଳରେ ଦୁଇଜଣ ନୂଆ ଖେଳାଳି ର଼୍ୟାନ ରିଲେଟନ ଓ ଓଟନିଲ ବାର୍ଟମ୍ୟାନ ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକା ଟି୨୦ ଦଳର ଅଧିନାୟକ ହେବା ପରେ ଏଡେନ ମାରାକ୍ରମ ପ୍ରଥମ ଥର ଏକ ବିଶ୍ୱକପ୍ରେ ଜାତୀୟ ଦଳର ନେତୃତ୍ୱ ନେବେ। ଚଳିତବର୍ଷ ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଉଇକେଟକିପର ବ୍ୟାଟର ରିକେଲଟନ ଓ ପେସର ବାର୍ଟମ୍ୟାନଙ୍କୁ ଦଳରେ ସ୍ଥାନ ମିଳିଛି। ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ର ଦ୍ୱିତୀୟ ସଂସ୍କରଣରେ ରିକେଲଟନ ଅଗ୍ରଣୀ ରନ୍ ସ୍କୋରର ଥିଲେ। ସେ ମୁମ୍ବାଇ ଇଣ୍ଡିଆନ କେପ୍ ଟାଉନ୍ ତରଫରୁ ଖେଳି ୫୮.୮୮ ଆଭରେଜରେ ୫୩୦ରନ ସଂଗ୍ରହ କରିଥିଲେ। ବାର୍ଟମ୍ୟାନ ଚାମ୍ପିୟନ ସନରାଇଜର୍ସ ଇଷ୍ଟର୍ନ କେପ୍ ପାଇଁ ୮ଟି ମ୍ୟାଚ ଖେଳି ୧୮ ଉଇକେଟ ନେଇଛନ୍ତି। ବର୍ତ୍ତମାନ ସେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳୁଛନ୍ତି।
ଦକ୍ଷିଣ ଆଫ୍ରିକା ଟି୨୦ ବିଶ୍ୱକପ୍ ଦଳ: ଏଡେନ ମାରକ୍ରମ (ଅଧିନାୟକ), ଓଟନିଲ ବାର୍ଟମ୍ୟାନ, ଜେରାଲ୍ଡ କୋଜି, କ୍ୱିଣ୍ଟନ ଡି’କକ୍, ବ୍ୟର୍ନ ଫର୍ଚୁଇନ୍, ରିଜା ହେଣ୍ଡ୍ରିକ୍ସ, ମାର୍କୋ ଜାନ୍ସେନ୍, ହେନରିଚ୍ କ୍ଲାସେନ, କେଶବ ମହାରାଜ, ଡେଭିଡ୍ ମିଲର, ଏନ୍ରିଚ୍ ନର୍ଜେ, କାଗିସୋ ରାବାଡା, ର଼୍ୟାନ ରିକେଲଟନ, ଟାବ୍ରେଜ୍ ଶାମ୍ସି, ଟ୍ରିଷ୍ଟାନ୍ ଷ୍ଟବ୍ସ।
ଟ୍ରାଭେଲିଂ ରିଜର୍ଭସ: ନାଣ୍ଡ୍ରେ ବର୍ଜର ଓ ଲୁନ୍ଗୀ ଏନ୍ଗିଡ଼ି।
The post ଦକ୍ଷିଣ ଆଫ୍ରିକା ଦଳରେ ଦୁଇ ନୂଆ ମୁହଁ appeared first on Dharitri Odia News.