ଆଶାକର୍ମୀ ଚୟନରେ ଅନିୟମିତତା ଅଭିଯୋଗ: ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଅଟକ ରଖିଲେ ଗ୍ରାମବାସୀ                           

ଦିଗପହଣ୍ଡି/ପାଟପୁର,୩ା୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର ଉପ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ନରେନ୍ଦ୍ରପୁର ଗ୍ରାମର ଆଶାକର୍ମୀ ଚୟନରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ମଙ୍ଗଳବାର ସକାଳେ ନରେନ୍ଦ୍ରପୁର,କଣ୍ଟା ବାଉଁଶ,ଝୁଲା ସାହି,ଗୁମା ପ୍ରଭୃତି ଆଦିବାସୀ ବହୁଳ ଗ୍ରାମର ବହୁ ସଂଖ୍ୟକ ମହିଳା ପୁରୁଷ ଉତ୍ତେଜିତ ହୋଇ ନରେନ୍ଦ୍ରପୁର ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର କୁ ଆଶାକର୍ମୀ ଚୟନ ନେଇ ନୋଟିସ ମାରିବାକୁ ଆସିଥିବା ମହିଳା ସ୍ବାସ୍ଥ୍ୟକର୍ମୀ ନମିତା […] The post ଆଶାକର୍ମୀ ଚୟନରେ ଅନିୟମିତତା ଅଭିଯୋଗ: ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଅଟକ ରଖିଲେ ଗ୍ରାମବାସୀ                            appeared first on Dharitri Odia News.

ଆଶାକର୍ମୀ ଚୟନରେ ଅନିୟମିତତା ଅଭିଯୋଗ: ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଅଟକ ରଖିଲେ ଗ୍ରାମବାସୀ                           

ଦିଗପହଣ୍ଡି/ପାଟପୁର,୩ା୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର ଉପ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ନରେନ୍ଦ୍ରପୁର ଗ୍ରାମର ଆଶାକର୍ମୀ ଚୟନରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ମଙ୍ଗଳବାର ସକାଳେ ନରେନ୍ଦ୍ରପୁର,କଣ୍ଟା ବାଉଁଶ,ଝୁଲା ସାହି,ଗୁମା ପ୍ରଭୃତି ଆଦିବାସୀ ବହୁଳ ଗ୍ରାମର ବହୁ ସଂଖ୍ୟକ ମହିଳା ପୁରୁଷ ଉତ୍ତେଜିତ ହୋଇ ନରେନ୍ଦ୍ରପୁର ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର କୁ ଆଶାକର୍ମୀ ଚୟନ ନେଇ ନୋଟିସ ମାରିବାକୁ ଆସିଥିବା ମହିଳା ସ୍ବାସ୍ଥ୍ୟକର୍ମୀ ନମିତା ନାୟକଙ୍କୁ ଘେରାଉ କରିବା ସହ ତାଙ୍କୁ ଏକ କଠୋରୀ ରେ ତାଲା ପକାଇ ଅଟକ ରଖିଥିଲେ।

ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼ା. ବାହାନ ଦାସ ଅଙ୍ଗନୱାଡ଼ି କର୍ମୀଙ୍କ ଠାରୁ ଖବରପାଇ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସକୁ ଘଟଣା ଜଣାଇଥିଲେ। ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀଙ୍କୁ ବୁଝା ସୁଝା କରିବାପରେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଘେରାଉ ମୁକ୍ତ କରାଯାଇଥିଲା।

ପ୍ରକାଶ ଯେ,ଦୀର୍ଘ ପ୍ରାୟ ୮ ବର୍ଷ ହେଲା କଣ୍ଟାବାଉଁଶ ଗ୍ରାମର ମାଣିକ କାର୍ଜୀ ସ୍ବେଛାସେବୀ ଭାବେ ନରେନ୍ଦ୍ରପୁର ଅଙ୍ଗନୱାଡ଼ି କର୍ମୀ ଙ୍କ ଅଧିନରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ କରିଆସୁଥିଲେ।ଗର୍ଭବତୀ ଓ ପ୍ରସୂତି ମହିଳା ଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବା ଆଣିବା,ମ୍ୟାଲେରିଆ,ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ସମେତ ପଲ୍ସ ପୋଲିଓ ଓ ଛତୁଆ ବଣ୍ଟନ କାର୍ଯ୍ୟକ୍ରମ କରିଆସୁଥିଲେ। ଗ୍ରାମବାସୀ ତାଙ୍କୁ ଆଶାକର୍ମୀ ଭାବେ ନିଯୁକ୍ତି ଦେବାପାଇଁ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ଅଧିକାରୀ, ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ,ସାନଖେମୁଣ୍ଡି ସିଡିପିଓଙ୍କୁ ଦସ୍ତଖତ ସମ୍ବଳିତ ଦରଖାସ୍ତ ପ୍ରଦାନ କରିଥିଲେ। ଗ୍ରାମବାସୀ ଙ୍କ ପରାମର୍ଶ କ୍ରମେ ସେ ଆଶାକର୍ମୀ ପଦବୀ ନିମନ୍ତେ ଆବେଦନ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟ ପ୍ରଶାସନ ପୋଡ଼ାମାରି ପଞ୍ଚାୟତ ଅଧିନ ରାଜପୁର ଗ୍ରାମର ଯମୁନା ଶବର ଙ୍କୁ ଆଶାକର୍ମୀ ଭାବେ ନିଯୁକ୍ତି ଦେବା ପାଇଁ ଚିଠି କରିଥିବାରୁ ଗ୍ରାମବାସୀ ଉତ୍ତେଜିତ ହୋଇ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଘେରାଉ କରିବା ସହ ଅଙ୍ଗନୱାଡ଼ି କେନ୍ଦ୍ର ରେ ତାଲା ପକାଇ ଆନ୍ଦୋଳନ କରିଥିଲେ।

The post ଆଶାକର୍ମୀ ଚୟନରେ ଅନିୟମିତତା ଅଭିଯୋଗ: ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଅଟକ ରଖିଲେ ଗ୍ରାମବାସୀ                            appeared first on Dharitri Odia News.