ସନ୍ତୁଳିତ ରହିବ ଡାଇବେଟିସ୍
ଆଜିକାଲି ଡାଇବେଟିସ୍ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍ ଯଦି ଜଟିଳ ଆକାର ଧାରଣ କରେ ଏବଂ ରକ୍ତରେ ସୁଗାର ପରିମାଣ ଅଧିକାଂଶ ସମୟ ଅସନ୍ତୁଳିତ ରହେ, ତେବେ ଏହାର ପ୍ରଭାବ ହାର୍ଟ, କିଡ୍ନୀ ଏପରି କି ଦୃଷ୍ଟିଶକ୍ତି ଉପରେ ପଡ଼ିଥାଏ। ତେଣୁ ଡାଇବେଟିସ୍କୁ ‘ନୀରବ ଘାତକ’ ଆଖ୍ୟା ଦିଆଯାଇଛି। ଏହି ରୋଗ ସମ୍ପର୍କରେ ଜାଣିବା ପରେ ତାହାର ଚିକିତ୍ସା କରାଇବା ସହ କେତେକ ଦିଗ ପ୍ରତି ସତର୍କ […] The post ସନ୍ତୁଳିତ ରହିବ ଡାଇବେଟିସ୍ appeared first on Dharitri Odia News.
ଆଜିକାଲି ଡାଇବେଟିସ୍ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍ ଯଦି ଜଟିଳ ଆକାର ଧାରଣ କରେ ଏବଂ ରକ୍ତରେ ସୁଗାର ପରିମାଣ ଅଧିକାଂଶ ସମୟ ଅସନ୍ତୁଳିତ ରହେ, ତେବେ ଏହାର ପ୍ରଭାବ ହାର୍ଟ, କିଡ୍ନୀ ଏପରି କି ଦୃଷ୍ଟିଶକ୍ତି ଉପରେ ପଡ଼ିଥାଏ। ତେଣୁ ଡାଇବେଟିସ୍କୁ ‘ନୀରବ ଘାତକ’ ଆଖ୍ୟା ଦିଆଯାଇଛି। ଏହି ରୋଗ ସମ୍ପର୍କରେ ଜାଣିବା ପରେ ତାହାର ଚିକିତ୍ସା କରାଇବା ସହ କେତେକ ଦିଗ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିଥାଏ। ଅସନ୍ତୁଳିତ ଜୀବନଶୈଳୀ ଏଥିପାଇଁ ଅନେକାଂଶରେ ଦାୟୀ। ତେଣୁ ଏହାକୁ ସନ୍ତୁଳିତ ରଖିବା ପାଇଁ ପ୍ରଥମେ ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରନ୍ତୁ। ଏକ ରୁଟିନ୍ ଜୀବନଶୈଳୀ ଅନୁସରଣ କରନ୍ତୁ। ବିଶେଷଭାବରେ ଖାଦ୍ୟପେୟ ଏବଂ ବ୍ୟାୟାମ ପ୍ରତି ଧ୍ୟାନ ଦିଅନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡାଇବେଟିସ୍ ଧୀରେ ଧୀରେ ଆଉ କେତେକ ରୋଗଗୁଡ଼ିକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ତେଣୁ ନିୟମିତ ସମୟ ବ୍ୟବଧାନରେ ସମ୍ପୂର୍ଣ୍ଣ ଶରୀର ଚେକ୍ଅପ୍ କରାଇ ନେବାକୁ ଆଦୌ ଭୁଲନ୍ତୁ ନାହିଁ। ତା’ସହ ରକ୍ତରେ ସୁଗାର ପରିମାଣ ସନ୍ତୁଳିତ ଅଛି କି ନାହିଁ ତାହାର ଠିକ୍ ସମୟ ବ୍ୟବଧାନରେ ପରୀକ୍ଷା କରି ଜାଣି ନିଅନ୍ତୁ। ଯଦି କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଅଭିଜ୍ଞ ଡାଇବେଟିସ୍ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
The post ସନ୍ତୁଳିତ ରହିବ ଡାଇବେଟିସ୍ appeared first on Dharitri Odia News.