୩୩ ଘଣ୍ଟା ପରେ ମୃତଦେହକୁ ମିଳିଲା ଶ୍ମଶାନ

ପାପଡାହାଣ୍ଡି,୨୯।୧୦(ସ୍ବପ୍ନଜିତ ପଟ୍ଟନାୟକ):ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ସଦର ମହକୁମାଠାରେ ଧର୍ମ ପରିବର୍ତ୍ତନ ଯୋଗୁ ଗ୍ରାମର ଡମୁଯାନୀଙ୍କ ସୋମବାର ମୃତ୍ୟୁ ପରେ ଶ୍ମଶାନ ମିଳି ନ ଥିଲା। ଦୀର୍ଘ ୩୩ ଘଣ୍ଟା ପରେ ମଙ୍ଗଳବାର ଗ୍ରାମ ନିକଟରେ ତାଙ୍କ ସତ୍କାର କାର୍ଯ୍ୟ ସମ୍ମନ ହୋଇଛି। ପଣ୍ଡିକୋଟ ଗ୍ରାମର ଡମୁଯାନୀ ଗତ ଦୁଇ ବର୍ଷ ତଳେ ନିଜ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ଧର୍ମ ଅଲମ୍ବନ କରିଥିଲେ। ପଣ୍ଡିକୋଟ ଗ୍ରାମରେ ୫ ରୁ ୬ ପରିବାର ଏହି […] The post ୩୩ ଘଣ୍ଟା ପରେ ମୃତଦେହକୁ ମିଳିଲା ଶ୍ମଶାନ appeared first on Dharitri Odia News.

୩୩ ଘଣ୍ଟା ପରେ ମୃତଦେହକୁ ମିଳିଲା ଶ୍ମଶାନ

ପାପଡାହାଣ୍ଡି,୨୯।୧୦(ସ୍ବପ୍ନଜିତ ପଟ୍ଟନାୟକ):ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ସଦର ମହକୁମାଠାରେ ଧର୍ମ ପରିବର୍ତ୍ତନ ଯୋଗୁ ଗ୍ରାମର ଡମୁଯାନୀଙ୍କ ସୋମବାର ମୃତ୍ୟୁ ପରେ ଶ୍ମଶାନ ମିଳି ନ ଥିଲା। ଦୀର୍ଘ ୩୩ ଘଣ୍ଟା ପରେ ମଙ୍ଗଳବାର ଗ୍ରାମ ନିକଟରେ ତାଙ୍କ ସତ୍କାର କାର୍ଯ୍ୟ ସମ୍ମନ ହୋଇଛି। ପଣ୍ଡିକୋଟ ଗ୍ରାମର ଡମୁଯାନୀ ଗତ ଦୁଇ ବର୍ଷ ତଳେ ନିଜ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ଧର୍ମ ଅଲମ୍ବନ କରିଥିଲେ। ପଣ୍ଡିକୋଟ ଗ୍ରାମରେ ୫ ରୁ ୬ ପରିବାର ଏହି ସମ୍ପ୍ରଦାୟ ଲୋକ ବସବାସ କରୁଛନ୍ତି। ଗ୍ରାମରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କ ମୃତଦେହ ସତ୍କାର କରିବା ପାଇଁ କୌଣସି ସ୍ଥାନ ନାହିଁ। ସୋମବାର ସକାଳ ୫ ଘଣ୍ଟା ସମୟରେ ଡମୁଯାନୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହା ପରେ ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଥିଲା ମୃତଦେହ ସତ୍କାର କେମିତି ହେବ। ଏନେଇ ଡମୁଯାନୀ ପରିବାର ମୃତଦେହ ସତ୍କାର କରିବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଗ୍ରାମବାସୀ ମୃତଦେହ ସତ୍କାର କରିବା ପାଇଁ ବିରୋଧ କରିଥିଲେ। ମଙ୍ଗଳବାର ଅତିରିକ୍ତ ତହସିଲଦାର ସସ୍ମିତା ଜେନା, ଥାନା ଅଧିକାରୀ ଦୀପକ କୁମାର ଜେନା, ରାଜସ୍ବ ନିରୀକ୍ଷକ ଅର୍ଜୁନ ମାଝୀ ଘଟଣାସ୍ଥଳ ପହଞ୍ଚିଥିଲେ। ଦିନ ୧.୩୦ରେ ଶ୍ମଶାନରେ ପହଞ୍ଚିଥିଲା। ଖ୍ରୀଷ୍ଟିଆନ ରୀତି ନୀତି ଅନୁସାରେ ୨.୩୦ରେ ଶ୍ମଶାନରେ କବର ଦିଆଯାଇଥିଲା।

The post ୩୩ ଘଣ୍ଟା ପରେ ମୃତଦେହକୁ ମିଳିଲା ଶ୍ମଶାନ appeared first on Dharitri Odia News.