ଲୋକ ସଭା ନିର୍ବାଚନ ପାଇଁ ଟିକେଟ୍‌ ନ ମିଳିବାରୁ ବିଷ ପିଇଲେ ଏମ୍‌ପି

ନୂଆଦିଲ୍ଲୀ,୨୫।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଏମଡିଏମକେ ଏମ୍‌ପି ଏ. ଗଣେଶମୂର୍ତ୍ତିଙ୍କୁ ରବିବାର ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨୦୧୯ରେ ତାମିଲନାଡୁର ଇରୋଡ ଲୋକ ସଭା ଆସନରୁ ଏମ୍‌ପି ହୋଇଥିବା ଗଣେଶମୂର୍ତ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କ ପରିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ପୋଲିସ କହିଛି ଯେ ଏମ୍‌ପି ଗଣେଶମୂର୍ତ୍ତିଙ୍କୁ ରବିବାର ପ୍ରାୟ ୯.୩୦ସମୟରେ ତାଙ୍କ ପରିବାର ସଦସ୍ୟ ଡାକ୍ତରଖାନାକୁ ଆଣିଥିଲେ। ଚେକଅପ ପରେ ଡାକ୍ତରମାନେ ତାଙ୍କୁ ଆଇସିୟୁକୁ […] The post ଲୋକ ସଭା ନିର୍ବାଚନ ପାଇଁ ଟିକେଟ୍‌ ନ ମିଳିବାରୁ ବିଷ ପିଇଲେ ଏମ୍‌ପି appeared first on Dharitri Odia News.

ଲୋକ ସଭା ନିର୍ବାଚନ ପାଇଁ ଟିକେଟ୍‌ ନ ମିଳିବାରୁ ବିଷ ପିଇଲେ ଏମ୍‌ପି

ନୂଆଦିଲ୍ଲୀ,୨୫।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଏମଡିଏମକେ ଏମ୍‌ପି ଏ. ଗଣେଶମୂର୍ତ୍ତିଙ୍କୁ ରବିବାର ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨୦୧୯ରେ ତାମିଲନାଡୁର ଇରୋଡ ଲୋକ ସଭା ଆସନରୁ ଏମ୍‌ପି ହୋଇଥିବା ଗଣେଶମୂର୍ତ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କ ପରିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ପୋଲିସ କହିଛି ଯେ ଏମ୍‌ପି ଗଣେଶମୂର୍ତ୍ତିଙ୍କୁ ରବିବାର ପ୍ରାୟ ୯.୩୦ସମୟରେ ତାଙ୍କ ପରିବାର ସଦସ୍ୟ ଡାକ୍ତରଖାନାକୁ ଆଣିଥିଲେ। ଚେକଅପ ପରେ ଡାକ୍ତରମାନେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରିଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

ତାଙ୍କ ପରିବାର ସଦସ୍ୟ କହିଛନ୍ତି , ଏମ୍‌ପି କୀଟନାଶକ ପିଇ ଦେଇଥିଲେ। ରିପୋର୍ଟରେ ଦର୍ଶାଯାଇଛି, ଏମ୍‌ପି ଏ ଗଣେଶମୂର୍ତ୍ତି ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଟିକେଟ୍‌ ନ ପାଇବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି।

The post ଲୋକ ସଭା ନିର୍ବାଚନ ପାଇଁ ଟିକେଟ୍‌ ନ ମିଳିବାରୁ ବିଷ ପିଇଲେ ଏମ୍‌ପି appeared first on Dharitri Odia News.