ରାସ୍ତାରେ ଯାଉଥିବା ବେଳେ ଟଳିପଡ଼ିଲେ ଶ୍ରମିକ

ଦିଗପହଣ୍ଡି,୫ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମ୍ବାରୀଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମର ସାଗର ନାୟକ ନାମକ ଜଣେ ଯୁବକଙ୍କ ବୁଧବାର ମଧ୍ୟାହ୍ନରେ ଆକସ୍ମିକ ମୃତ୍ୟୁ ହୋଇଥିବା ବେଳେ ଅଂଶୁଘାତ ବୋଲି ସନ୍ଦେହ କରାଯାଉଛି। ଆଜି ମଧ୍ୟାହ୍ନରେ ସାଗର ସାଇକେଲ ଯୋଗେ କାମ ନିମନ୍ତେ ଘୋଡାହାଡ଼ ଡ୍ୟାମ ରାସ୍ତାରେ ଯାଉଥିବା ବେଳେ ବାଲିଘାଇ ଗ୍ରାମ ଛକ ନିକଟରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ […] The post ରାସ୍ତାରେ ଯାଉଥିବା ବେଳେ ଟଳିପଡ଼ିଲେ ଶ୍ରମିକ appeared first on Dharitri Odia News.

ରାସ୍ତାରେ ଯାଉଥିବା ବେଳେ ଟଳିପଡ଼ିଲେ ଶ୍ରମିକ

ଦିଗପହଣ୍ଡି,୫ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମ୍ବାରୀଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମର ସାଗର ନାୟକ ନାମକ ଜଣେ ଯୁବକଙ୍କ ବୁଧବାର ମଧ୍ୟାହ୍ନରେ ଆକସ୍ମିକ ମୃତ୍ୟୁ ହୋଇଥିବା ବେଳେ ଅଂଶୁଘାତ ବୋଲି ସନ୍ଦେହ କରାଯାଉଛି। ଆଜି ମଧ୍ୟାହ୍ନରେ ସାଗର ସାଇକେଲ ଯୋଗେ କାମ ନିମନ୍ତେ ଘୋଡାହାଡ଼ ଡ୍ୟାମ ରାସ୍ତାରେ ଯାଉଥିବା ବେଳେ ବାଲିଘାଇ ଗ୍ରାମ ଛକ ନିକଟରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଥିବା ବେଳେ ରାତି ୮ଟା ସୁଦ୍ଧା ଗ୍ରାମରେ ମୃତଦେହ ପହଞ୍ଚି ନ ଥିବା ଜଣାପଡ଼ିଛି।

The post ରାସ୍ତାରେ ଯାଉଥିବା ବେଳେ ଟଳିପଡ଼ିଲେ ଶ୍ରମିକ appeared first on Dharitri Odia News.