ନାହାନ୍ତି ଡାକ୍ତର, ମିଳୁନି ଚିକିତ୍ସା
ବଇଣ୍ଡା,୧୮ା୧ (ପରିକ୍ଷିତ ସାହୁ)ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଠାରେ ନିଯୁକ୍ତ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଯାଇଥିବାବେଳେ ତାଙ୍କ ବଦଳରେ କାହାକୁ ନିଯୁକ୍ତ କରାଯାଇ ନାହିଁ। ଫଳରେ ରୋଗୀସେବା ବ୍ୟାହତ ହେଉଛି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ, ସ୍ବାସ୍ଥ୍ୟମନ୍ତ୍ରୀ, ସମ୍ବଲପୁର ଏମ୍ପିଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଫଳରେ ବୁଧବାର ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କୁ ସମସ୍ୟା […] The post ନାହାନ୍ତି ଡାକ୍ତର, ମିଳୁନି ଚିକିତ୍ସା appeared first on Dharitri Odia News.
ବଇଣ୍ଡା,୧୮ା୧ (ପରିକ୍ଷିତ ସାହୁ)ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଠାରେ ନିଯୁକ୍ତ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଯାଇଥିବାବେଳେ ତାଙ୍କ ବଦଳରେ କାହାକୁ ନିଯୁକ୍ତ କରାଯାଇ ନାହିଁ। ଫଳରେ ରୋଗୀସେବା ବ୍ୟାହତ ହେଉଛି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ, ସ୍ବାସ୍ଥ୍ୟମନ୍ତ୍ରୀ, ସମ୍ବଲପୁର ଏମ୍ପିଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଫଳରେ ବୁଧବାର ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କୁ ସମସ୍ୟା ବିଷୟରେ ଜଣାଇଛନ୍ତି।
ଗ୍ରାମବାସୀ ଉଲ୍ଲେଖ କରିଛନ୍ତି, ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନୁନୁକାପଶି, ଗାଁ ବଇଣ୍ଡା, କଣ୍ଟେଇକୋଳିଆ, ଜାମୁନାଳୀ, ଲୁହାମୁଣ୍ଡା, ଆଠମଲ୍ଲିକ ବ୍ଲକର ପେଡିପଥର ପଞ୍ଚାୟତର ୩୫ ହଜାର ଲୋକ ଚିକିତ୍ସା ପାଇଁ ନିର୍ଭରଶୀଳ। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳର ବହୁ ଗ୍ରାମର ଲୋକେ ଏଠାକୁ ଚିକିତ୍ସା ପାଇଁ ଆସୁଥିଲେ ହେଁ ସେବା ପାଇପାରୁନାହାନ୍ତି। ଜଣେ ଆୟୁଷ ଡାକ୍ତର ନିଯୁକ୍ତ ହୋଇଥିବା ବେଳେ ଏମ୍ବିବିଏସ୍ ଡାକ୍ତର ପଦବୀ ଖାଲି ପଡିଛି। ବିଶେଷକରି ଗ୍ରାମାଞ୍ଚଳରୁ ଆସୁଥିବା ଆସନ୍ନ ପ୍ରସବାମାନେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ଏଠାରେ ଚିକିତ୍ସା ସେବା ନ ପାଇ ରୋଗୀମାନଙ୍କ ମଧ୍ୟରୁ ଅନେକେ ଘରୋଇ କ୍ଲିନିକକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଥିବା ବେଳେ ଅନ୍ୟମାନେ ୩୫ କିମି ଦୂର କିଶୋରନଗର ନଚେତ ୭୦ କିମି ଦୂର ଅନୁଗୋଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ୫୫ ନମ୍ବର ଜାତୀୟ ରାଜପଥ କଡରେ ଏହି ମେଡିକାଲ ପଡୁଥିବା ବେଳେ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତଙ୍କୁ ଗୁରୁତର ଅବସ୍ଥାରେ ଏଠାକୁ ଅଣାଯାଉଛି। ହେଲେ ଡାକ୍ତର ନ ଥିବାରୁ ତୁରନ୍ତ ସେମାନଙ୍କୁ ରେଫର୍ କରିଦିଆଯାଉଛି। ସେହିପରି ଡାକ୍ତରଙ୍କ କ୍ବାର୍ଟର୍ସ ଓ ଅନ୍ୟ କର୍ମଚାରୀଙ୍କ କ୍ୱାର୍ଟର୍ସଗୁଡିକ ଦୀର୍ଘବର୍ଷ ତଳୁ ନିର୍ମାଣ ହୋଇଥିବାରୁ ତାହା ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ରହିବାର ସୁବିଧା ନ ଥିବାରୁ ନିଯୁକ୍ତ ହେଉଥିବା ଡାକ୍ତରମାନେ ଏଠାରେ ନ ରହି ଅନ୍ୟସ୍ଥାନରେ ଭଡ଼ାରେ ରହୁଥିବା ଯୋଗୁ ୨୪ ଘଣ୍ଟିଆ ଚିକିତ୍ସା ସେବା ଲୋକଙ୍କୁ ମିଳିପାରୁ ନାହିଁ। ସ୍ଥାୟୀ ଡାକ୍ତର ନିଯୁକ୍ତ ସହ ବଇଣ୍ଡା ମେଡିକାଲକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ୧୦ ଡିସେମ୍ବର ୨୦୨୦, ୫ ମାର୍ଚ୍ଚ ୨୦୨୧, ୨୯ ମେ ୨୦୨୨, ୧୦ ଜାନୁଆରୀ ୨୦୨୩ରେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ଖାଲିପଡିଥିବା ଡାକ୍ତର ପଦବୀ ପୂରଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ନ ହେଲେ ଏକ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଶିବାନନ୍ଦ ମହାନ୍ତି କହିଛନ୍ତି, ଜିଲାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ସରକାରଙ୍କୁ ଅବଗତ କରାଯାଇଛି। ନୂଆ ନିଯୁକ୍ତି ଦିଆଗଲେ ବଇଣ୍ଡାରେ ଡାକ୍ତର ପଦବୀ ପୂରଣ କରାଯିବ।
The post ନାହାନ୍ତି ଡାକ୍ତର, ମିଳୁନି ଚିକିତ୍ସା appeared first on Dharitri Odia News.