ସାଇବର ଠକେଇର ଶିକାର ହେଲେ ନିଅନ୍ତୁ ଏମିତି ସାହାଯ୍ୟ

ଛତ୍ରପୁର,୧୬ା୩(ଦିଲ୍ଲୀପ ସାମଲ): ଲୋକଙ୍କ ସେବା ଯୋଗାଇବା ପାଇଁ ଗଞ୍ଜାମ ପୋଲିସ ଜିଲା ବେଶ୍‌ ସଜାଗ ହୋଇ ରହିଛି। ଦିନକୁ ଦିନ ଲୋକେ ସାଇବର ଠକେଇର ଶିକାର ହେଉଥିବାରୁ ଏହାର ପ୍ରତିକାର ପାଇଁ ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ସାଇବର ଠିକେଇର ଶିକାର ହେବା ସାଙ୍ଗେ ସାଙ୍ଗେ ତୁରନ୍ତ ଗଞ୍ଜାମ ସାଇବର ସେଲ୍‌ ହେଲ୍ପଲାଇନ ନମ୍ବର+୯୧୮୭୬୩୬୧୧୯୬୬ରେ ଜଣାଇ ସାହାଯ୍ୟ ନେଇପାରିବେ ବୋଲି ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଗଞ୍ଜାମ […] The post ସାଇବର ଠକେଇର ଶିକାର ହେଲେ ନିଅନ୍ତୁ ଏମିତି ସାହାଯ୍ୟ appeared first on Dharitri Odia News.

ସାଇବର ଠକେଇର ଶିକାର ହେଲେ ନିଅନ୍ତୁ ଏମିତି ସାହାଯ୍ୟ

ଛତ୍ରପୁର,୧୬ା୩(ଦିଲ୍ଲୀପ ସାମଲ): ଲୋକଙ୍କ ସେବା ଯୋଗାଇବା ପାଇଁ ଗଞ୍ଜାମ ପୋଲିସ ଜିଲା ବେଶ୍‌ ସଜାଗ ହୋଇ ରହିଛି। ଦିନକୁ ଦିନ ଲୋକେ ସାଇବର ଠକେଇର ଶିକାର ହେଉଥିବାରୁ ଏହାର ପ୍ରତିକାର ପାଇଁ ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ସାଇବର ଠିକେଇର ଶିକାର ହେବା ସାଙ୍ଗେ ସାଙ୍ଗେ ତୁରନ୍ତ ଗଞ୍ଜାମ ସାଇବର ସେଲ୍‌ ହେଲ୍ପଲାଇନ ନମ୍ବର+୯୧୮୭୬୩୬୧୧୯୬୬ରେ ଜଣାଇ ସାହାଯ୍ୟ ନେଇପାରିବେ ବୋଲି ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଗଞ୍ଜାମ ପୋଲିସ ଜିଲା ସବୁବେଳେ ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଚେଷ୍ଟିତ। ଆଜିର ଦିନରେ ସାଇବର ଠକମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାରେ ସକ୍ଷମ ହୋଇଥାନ୍ତି। ତେଣୁ ଗଞ୍ଜାମ ପୋଲିସ ଜିଲାରେ ଯେ, କୌଣସି ବ୍ୟକ୍ତି ଯଦି ସାଇବର ଠକର ଶିକାର ହୋଇଥାନ୍ତି ତେବେ ତୁରନ୍ତ ପୋଲିସ ପକ୍ଷରୁ ଜାରି କରାଯାଇଥିବା ସାଇବର ସେଲ୍‌ ହେଲ୍ପଲାଇନ ନମ୍ବର ଜଣାଇବାକୁ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଯାହା ଫଳରେ ତୁରନ୍ତ ଫିଜ୍‌ କରାଯାଇପାରିବ।ଗଞ୍ଜାମ ଆରକ୍ଷୀ କାର୍ଯ୍ୟାଳୟରେ ଏନେଇ ଏକ କଣ୍ଟ୍ରୋଲ ରୁମ୍‌ କରାଯାଇଛି। ଜଣେ ଇନ୍ସପେକ୍ଟର ଏଥିପାଇଁ ନିୟୋଜିତ ରହିଛନ୍ତି।

The post ସାଇବର ଠକେଇର ଶିକାର ହେଲେ ନିଅନ୍ତୁ ଏମିତି ସାହାଯ୍ୟ appeared first on Dharitri Odia News.