ଜାତିବାଦର ଶିକାର ହେଲେ ମୃତ ମହିଳା: ଶବସଂସ୍କାର କରି ମାନବିକତାର ନିଦର୍ଶନ ସାଜିଲେ ଶ୍ମଶାନ ବନ୍ଧୁ
ସୁନ୍ଦରଗଡ,୨୬।୧(ଜୟ ନାରାୟଣ ମେଣ୍ଡୁଳି): ବିଜ୍ଞାନର ଦ୍ରୁତ ବିକାଶ ଓ ପ୍ରଚାର ପ୍ରସାର ସତ୍ତ୍ୱେ ସୁନ୍ଦରଗଡ ଜିଲାରେ ଜାତିବାଦ ଭଳି ଅନ୍ଧବିଶ୍ୱାସ ଲାଗିରହିଛି। ଗତ ତିନିଦିନ ମଧ୍ୟରେ ପୁଣି ଏକ ଅନ୍ଧବିଶ୍ୱାସ ଓ ଜାତିବାଦ ଭଳି ସାମାଜିକ ବାସନ୍ଦର ଶିକାର ହୋଇଛି ଜଣେ ମହିଳାଙ୍କ ମୃତଦେହ। ଗତ ତିନି ଦିନ ମଧ୍ୟରେ ଏହାଏହା ଦ୍ବିତୀୟ ଘଟଣା। ଦିନେ ଆଗରୁ ସୁନ୍ଦରଗଡ ପୌରପାଳିକା ଅନ୍ତର୍ଗତ ଶଙ୍କରା ଗ୍ରାମ ଏକ ମହିଳାଙ୍କ ମୃତଦେହକୁ ଜାତିବାଦ ଅନ୍ଧବିଶ୍ୱାସରେ ଅସମ୍ମାନ କରାଯାଇଥିବାବେଳେ ପୁଣି ସେହି […] The post ଜାତିବାଦର ଶିକାର ହେଲେ ମୃତ ମହିଳା: ଶବସଂସ୍କାର କରି ମାନବିକତାର ନିଦର୍ଶନ ସାଜିଲେ ଶ୍ମଶାନ ବନ୍ଧୁ appeared first on Dharitri Odia News.
ସୁନ୍ଦରଗଡ,୨୬।୧(ଜୟ ନାରାୟଣ ମେଣ୍ଡୁଳି): ବିଜ୍ଞାନର ଦ୍ରୁତ ବିକାଶ ଓ ପ୍ରଚାର ପ୍ରସାର ସତ୍ତ୍ୱେ ସୁନ୍ଦରଗଡ ଜିଲାରେ ଜାତିବାଦ ଭଳି ଅନ୍ଧବିଶ୍ୱାସ ଲାଗିରହିଛି। ଗତ ତିନିଦିନ ମଧ୍ୟରେ ପୁଣି ଏକ ଅନ୍ଧବିଶ୍ୱାସ ଓ ଜାତିବାଦ ଭଳି ସାମାଜିକ ବାସନ୍ଦର ଶିକାର ହୋଇଛି ଜଣେ ମହିଳାଙ୍କ ମୃତଦେହ। ଗତ ତିନି ଦିନ ମଧ୍ୟରେ ଏହାଏହା ଦ୍ବିତୀୟ ଘଟଣା।
ଦିନେ ଆଗରୁ ସୁନ୍ଦରଗଡ ପୌରପାଳିକା ଅନ୍ତର୍ଗତ ଶଙ୍କରା ଗ୍ରାମ ଏକ ମହିଳାଙ୍କ ମୃତଦେହକୁ ଜାତିବାଦ ଅନ୍ଧବିଶ୍ୱାସରେ ଅସମ୍ମାନ କରାଯାଇଥିବାବେଳେ ପୁଣି ସେହି ଘଟଣାର ପୁନରାବୃତ୍ତି ଘଟିଛି।
ସୁନ୍ଦରଗଡ ସଦରଥାନା ଅନ୍ତର୍ଗତ ଭେଡାବାହାଲ ହରିଜନ ପଡାର ଅଭିରାମ ବୁଡା ବିଗତ ୨୦୦୦ ମସିହାରେ ନିଜର ସ୍ତ୍ରୀଙ୍କ ପରଲୋକ ପରେ ସେହି ଭେଡାବାହାଲ ଗ୍ରାମ ବଘିଆପଡାର ଗୁରୁବାରି ମାଝିଙ୍କ କନ୍ୟା କିଶୋରୀ ମାଝିଙ୍କୁ ନିଜର ତିନି ଝିଅଙ୍କ ଲାଳନପାଳନ ପାଇଁ ଦ୍ବିତୀୟ ସ୍ତ୍ରୀ ଭାବରେ ଗ୍ରହଣ କରିଥିଲେ।
କିଶୋରୀ ଆଦିବାସୀ ଖଡିଆ ଜାତିର ହୋଇଥିବା ବେଳେ ଅଭିରାମ ହରିଜନ ଜାତିର।
ଅଭିରାମ କିଶୋରୀଙ୍କ ହାତ ଧରିବା ପରେ ଅଭିରାମଙ୍କ ପରିବାର ଅଭିରାମଙ୍କ ତିନି ଝିଅଙ୍କୁ ନେଇ ଯାଇଥିଲେ ଓ କିଶୋରୀଙ୍କ ବନ୍ଧୁବାନ୍ଧବ ଓ ଜାତିଭାଇ ୍ଯଯଯ କିଶୋରୀଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଥିଲେ। ସେହି ଦିନଠାରୁ କିଶୋରୀଙ୍କ ମା ଗୁରୁବାରୀ ଝିଅ ଜ୍ବାଇଁଙ୍କ ପାଖରେ ରହି ଆସୁଥିଲେ।
ଗତ ୧୩ ତାରିଖ ୭୦ ବର୍ଷୀୟ ଗୁରୁବାରି ଘରୁ କେଉଁଆଡେ ଚାଲିଯାଇଥିଲେ। ଝିଅ ଜ୍ବାଇଁ ସଦର ଥାନାରେ ଏକ ନିରୁଦ୍ଦିଷ୍ଟ ମାମଲା ରୁଜୁ କରିଥିଲେ। ଗତକାଲି ସନ୍ଧ୍ୟାରେ ସମରଡିହି ଜଙ୍ଗଲ ମଧ୍ୟରୁ କିଛି ଯୁବକ କାଠ ଗୋଟାଇ ଫେରୁଥିବା ବେଳେ ଦୁର୍ଗନ୍ଧ ହେଉଥିବାରୁ ପାଖକୁ ଯାଇ ଏକ ମହିଳାଙ୍କର ମୃତଦେହ ଦେଖିବା ପରେ ସଦର ଥାନାକୁ ଜଣାଇ ଥିଲେ। ସଦର ଥାନା ୟୁଡି କେସ ନମ୍ବର ୦୫/୨୦୨୫ ପଞ୍ଜିକରଣ କରି ତଦନ୍ତ କଲା ପରେ ଏହା ଗୁରୁବାରିଙ୍କ ଗଳିତ ମୃତଦେହ ବୋଲି ଜାଣିବା ପରେ ଅଭିରାମ ଓ କିଶୋରୀଙ୍କୁ ଖବର ଦେଇଥିଲେ। ଉଭୟ ଆସି ମୃତଦେହ ଚିହ୍ନଟ କରିବା ପରେ ଶନିବାର ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ମୃତଦେହ ବ୍ୟବଚ୍ଛେଦ ପରେ ପଠାଇଥିଲେ। ବ୍ୟବଚ୍ଛେଦ ପରେ ଅଭିରାମ ଓ କିଶୋରୀଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ, କିନ୍ତୁ ଉଭୟ ଅଭିରାମ ଓ ଗୁରୁବାରିଙ୍କୁ ସମାଜ ଓ ବନ୍ଧୁ ବାନ୍ଧବ ବାସନ୍ଦ କରିଥିବାରୁ ମୃତଦେହ ଛୁଇଁବାକୁ ମଧ୍ୟ ଜାତିଭାଇ ବାରଣ କରିଥିଲେ। ଚିନ୍ତାରେ ପଡିଯାଇଥିଲେ ଉଭୟ, କେମିତି ମୃତଦେହ ସଂସ୍କାର କରିବେ।
ଶେଷରେ ସଦର ଥାନା ଅଧିକାରୀ ସସ୍ମିତା ଦେବତା ଟିମ ଶ୍ମଶାନ ବନ୍ଧୁଙ୍କ ସହାୟତା ମାଗିବାକୁ କହିବାରୁ, ଅଭିରାମ ଟିମ ସଦସ୍ୟ ସିଦ୍ଧାନ୍ତ କୁମାର ପଣ୍ଡାଙ୍କୁ ଫୋନ ଯୋଗେ ସମସ୍ତ ବିଷୟ ଅବଗତ କରିବା ପରେ ଟିମ ସଦସ୍ୟ ଶିଶିର କୁମାର ବେହେରାଙ୍କ ସମେତ ଚିଣ୍ଟୁ ରକ୍ସା, ଦେବେନ୍ଦ୍ର ସାହୁ ମୁଖ୍ୟ ଚିକିତ୍ସାଳୟକୁ ଯିବା ସହିତ ଆଶ୍ବାସନା ଦେଇଥିଲେ। ସେଠାରୁ ସୁନ୍ଦରଗଡ ସ୍ବର୍ଗଦ୍ବାରକୁ ଗୁରୁବାରିଙ୍କ ମରଶରୀରକୁ ନେବା ସହିତ ମର୍ଯ୍ୟାଦାର ଓ ପରମ୍ପରା ସହିତ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଏସଟିଓଏ ପକ୍ଷରୁ କାଠ, ଘିଅ କର୍ପୁର ଶ୍ମଶାନ ବନ୍ଧୁଙ୍କୁ ଯୋଗାଇ ଦିଆଯାଇଥିଲା।
ଏହି ମୃତଦେହ ସଂସ୍କାରକୁ ମିଶାଇ ଏହା ୯୦୧ ତମ ମୃତଦେହସଂସ୍କାର କରିଛନ୍ତି ଟିମ ଶ୍ମଶାନ ବନ୍ଧୁ। ଟିମ ଶ୍ମଶାନ ବନ୍ଧୁର ଏତାଦୃଶ ମାନବିକ କାର୍ଯ୍ୟ ଦେଖି ଉଭୟ ଅଭିରାମ ଓ କିଶୋରୀ କୃତଜ୍ଞତାରେ ନଇଁ ପଡିଥିଲେ।
The post ଜାତିବାଦର ଶିକାର ହେଲେ ମୃତ ମହିଳା: ଶବସଂସ୍କାର କରି ମାନବିକତାର ନିଦର୍ଶନ ସାଜିଲେ ଶ୍ମଶାନ ବନ୍ଧୁ appeared first on Dharitri Odia News.