ବାହାରୁ ମାଟି ଘର, ଭିତରେ ୫ ତାରକା ହୋଟେଲ ଭଳି ଦୃଶ୍ୟ; ଭାଇରାଲ Video ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ବିଶ୍ୱାସ କରିବା କଷ୍ଟକର ମନେ ହୋଇଥାଏ। ଏହି କ୍ରମରେ ଏବେ ଏକ ଘରର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଘରଟିକୁ ପ୍ରଥମ ଦେଖିଲେ ଏହାକୁ ଏକ ଛୋଟିଆ ମାଟି ଘର ବୋଲି ମନେ ହେଉଛି, କିନ୍ତୁ ଏହାର ଭିତରର ଦୃଶ୍ୟ ଦେଖିଲେ ଏହା କୌଣସି ୫ ତାରକା ହୋଟେଲଠାରୁ କମ ଦେଖାଯାଉ ନାହିଁ। ଏହି ଭାଇରାଲ ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। […] The post ବାହାରୁ ମାଟି ଘର, ଭିତରେ ୫ ତାରକା ହୋଟେଲ ଭଳି ଦୃଶ୍ୟ; ଭାଇରାଲ Video ଦେଖିଲେ ଉଡିଯିବ ହୋସ appeared first on Dharitri Odia News.

ବାହାରୁ ମାଟି ଘର, ଭିତରେ ୫ ତାରକା ହୋଟେଲ ଭଳି ଦୃଶ୍ୟ; ଭାଇରାଲ Video ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ବିଶ୍ୱାସ କରିବା କଷ୍ଟକର ମନେ ହୋଇଥାଏ। ଏହି କ୍ରମରେ ଏବେ ଏକ ଘରର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଘରଟିକୁ ପ୍ରଥମ ଦେଖିଲେ ଏହାକୁ ଏକ ଛୋଟିଆ ମାଟି ଘର ବୋଲି ମନେ ହେଉଛି, କିନ୍ତୁ ଏହାର ଭିତରର ଦୃଶ୍ୟ ଦେଖିଲେ ଏହା କୌଣସି ୫ ତାରକା ହୋଟେଲଠାରୁ କମ ଦେଖାଯାଉ ନାହିଁ।

ଏହି ଭାଇରାଲ ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଭିଡିଓଟି ଆରମ୍ଭ ହେବା ମାତ୍ରେ ଏକ ଛୋଟ ମାଟି ଘର ନଜର ଆସୁଛି। ପର ଦେଖାଯାଉଛି ଯେ ଘରର କାନ୍ଥଗୁଡ଼ିକ ସମ୍ପୂର୍ଣ୍ଣ ସ୍ବାଭାବିକ ଏବଂ ତା’ ଉପରେ ମାଟି ପାତ୍ରରେ ତିଆରି ଏକ ଛାଉଣି ଅଛି। ଏହା ପରେ କ୍ୟାମେରାମ୍ୟାନ ଘର ଭିତରକୁ ପ୍ରବେଶ କରନ୍ତି। ଘର ଭିତରେ ଯେଉଁ ଦୃଶ୍ୟ ଦେଖାଯାଉଛି ତାହା ହୋସ ଉଡ଼ାଇ ଦେବା ପାଇଁ ଯଥେଷ୍ଟ।

ବାହାରୁ ସାଧାରଣ ଦିଶୁଥିବା ଏହି ଘର ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ପରି ଦେଖାଯିବ। ଆପଣ ଦେଖିପାରିବେ ଯେ ଘର ଭିତରେ ମହଙ୍ଗା ଏବଂ ସୁନ୍ଦର ଟାଇଲ୍ସ ଲଗାଯାଇଛି। ଏହା ବ୍ୟତୀତ ଘରେ ପ୍ରବେଶ କରିବା ମାତ୍ରେ ଏକ ବଡ଼ ଫ୍ଲାଟ ସ୍କ୍ରିନ ଟିଭି ଦୃଶ୍ୟମାନ ହେଉଛି। ଘରେ ଆରାମଦାୟକ ସୋଫା ଏବଂ ସୁନ୍ଦର ସାଜସଜ୍ଜା ରହିଛି। ଏହି ଘରର ବାଥରୁମରେ ମଧ୍ୟ ଏୟାର କଣ୍ଡିସନ ଲଗାଯାଇଥିବାର ଦେଖାଯାଉଛି। ଏହି ଘରଟି ଇଣ୍ଟରନେଟରେ ଆଲୋଚନାର ବିଷୟ ପାଲଟିଛି।

 

View this post on Instagram

 

A post shared by Rajendra Singh (@7stargrandmsti)

The post ବାହାରୁ ମାଟି ଘର, ଭିତରେ ୫ ତାରକା ହୋଟେଲ ଭଳି ଦୃଶ୍ୟ; ଭାଇରାଲ Video ଦେଖିଲେ ଉଡିଯିବ ହୋସ appeared first on Dharitri Odia News.