RCBକୁ ୧୭୫ ରନର ଟାର୍ଗେଟ ଦେଲା KKR
କୋଲକାତା,୨୨।୩: ଆଇପିଏଲ ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଞ୍ଜେର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ ରାଇଡର୍ସ ପ୍ରତିପକ୍ଷ RCB ଆଗରେ ୧୭୫ ରନର ଟାର୍ଗେଟ ରଖିଛି।କୋଲକାତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୭୪ ରନ କରିଥିଲା। ଗୋଟିଏ ସମୟରେ KKRର ସ୍କୋର ୯.୫ ଓଭରରେ ଗୋଟିଏ ୱିକେଟ ହରାଇ ୧୦୭ ରନ ଥିଲା। ରାହାଣେ ଏବଂ ନାରିନ ଆଉଟ […] The post RCBକୁ ୧୭୫ ରନର ଟାର୍ଗେଟ ଦେଲା KKR appeared first on Dharitri Odia News.
କୋଲକାତା,୨୨।୩: ଆଇପିଏଲ ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଞ୍ଜେର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ ରାଇଡର୍ସ ପ୍ରତିପକ୍ଷ RCB ଆଗରେ ୧୭୫ ରନର ଟାର୍ଗେଟ ରଖିଛି।କୋଲକାତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୭୪ ରନ କରିଥିଲା। ଗୋଟିଏ ସମୟରେ KKRର ସ୍କୋର ୯.୫ ଓଭରରେ ଗୋଟିଏ ୱିକେଟ ହରାଇ ୧୦୭ ରନ ଥିଲା। ରାହାଣେ ଏବଂ ନାରିନ ଆଉଟ ହେବା ମାତ୍ରେ, କେକେଆର ବ୍ୟାଟସମ୍ୟାନମାନେ ଜଣକ ପରେ ଜଣେ ଆଉଟ ୋଇ ଯାଇଥିଲେ। କୋଲକାତା ପାଇଁ ଅଧିନାୟକ ରାହାଣେ ସର୍ବାଧିକ ୫୬ ରନ କରିଥିଲେ। ନାରିନ ୪୪ ରନର ଇନିଂସ ଖେଳିଥିଲେ। ଆରସିବି ପକ୍ଷରୁ କୃଣାଲ ପାଣ୍ଡ୍ୟା ସର୍ବାଧିକ ତିନୋଟି ୱିକେଟ ନେଇଥିଲେ। ଜୋଶ ହାଜେଲଉଡ ଦୁଇଟି ସଫଳତା ପାଇଛନ୍ତି।
The post RCBକୁ ୧୭୫ ରନର ଟାର୍ଗେଟ ଦେଲା KKR appeared first on Dharitri Odia News.