ଏହି କାମ ପାଇଁ ତେନ୍ଦୁଲକରଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୨୮ା୨: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଜମ୍ମୁ କଶ୍ମୀରର କ୍ରୀଡା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ। ନିକଟରେ ସଚିନ୍‌ ଏହି କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ କରିବା ସହ ସ୍ଥାନୀୟ ଯୁବକ ମାନଙ୍କ ସହ କ୍ରିକେଟ ଖେଳିଥିଲେ। ଏହାର ଭିଡିଓ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପ୍ରଶଂସା କରିଛନ୍ତି। ମୋଦି ତେନ୍ଦୁଲକରଙ୍କୁ ପ୍ରଶଂସା କରିବା ସହ ଦେଶର ପର୍ଯ୍ୟଟନକୁ ପ୍ରମୋଟ କରିଥିବାରୁ ଧନ୍ୟବାଦ ଦେଇଛନ୍ତି। ଏଭଳି […] The post ଏହି କାମ ପାଇଁ ତେନ୍ଦୁଲକରଙ୍କୁ ଧନ୍ୟବାଦ ଦେଲେ ମୋଦି appeared first on Dharitri Odia News.

ଏହି କାମ ପାଇଁ ତେନ୍ଦୁଲକରଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୨୮ା୨: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଜମ୍ମୁ କଶ୍ମୀରର କ୍ରୀଡା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ। ନିକଟରେ ସଚିନ୍‌ ଏହି କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ କରିବା ସହ ସ୍ଥାନୀୟ ଯୁବକ ମାନଙ୍କ ସହ କ୍ରିକେଟ ଖେଳିଥିଲେ। ଏହାର ଭିଡିଓ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପ୍ରଶଂସା କରିଛନ୍ତି। ମୋଦି ତେନ୍ଦୁଲକରଙ୍କୁ ପ୍ରଶଂସା କରିବା ସହ ଦେଶର ପର୍ଯ୍ୟଟନକୁ ପ୍ରମୋଟ କରିଥିବାରୁ ଧନ୍ୟବାଦ ଦେଇଛନ୍ତି। ଏଭଳି ପୋଷ୍ଟ ଦେଶର ଯୁବକ ଯୁବତୀଙ୍କୁ ବିକଶିତ ଓ ଆତ୍ମନିର୍ଭର ଭାରତ ଦିଗରେ ଆଗେଇବା ପାଇଁ ପ୍ରେରଣା ଯୋଗାଇବ ବୋଲି ମୋଦି ଲେଖିଛନ୍ତି। ତେନ୍ଦୁଲକର ନିଜ ପୋଷ୍ଟରେ କାଶ୍ମିରୀ ଓ୍ବିଲୋ ବ୍ୟାଟକୁ ମଧ୍ୟ ପ୍ରମୋଟ କରିଥିଲେ।

The post ଏହି କାମ ପାଇଁ ତେନ୍ଦୁଲକରଙ୍କୁ ଧନ୍ୟବାଦ ଦେଲେ ମୋଦି appeared first on Dharitri Odia News.