ହାତରେ କଳାପଟି ବାନ୍ଧି ଧାରଣାରେ ବସିଲେ ଶରଦ ପାଓ୍ବାର: ଜାଣନ୍ତୁ କାହିଁକି

ପୁଣେ,୨୪।୮: ମହାରାଷ୍ଟ୍ରରେ ବାଦଲପୁର ସ୍କୁଲରେ ବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ଶରଦ ପାୱାର, କଂଗ୍ରେସ ଏବଂ ଶିବସେନା (ୟୁବିଟି) ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ମହା ବିକାଶ ଅଗାଡି ଆଜି ଏ ସମ୍ପର୍କରେ ମହାରାଷ୍ଟ୍ର ବନ୍ଦ ଡାକରା ଦେଇଥିଲା। ତେବେ ବମ୍ବେ ହାଇକୋର୍ଟ ଏହା ଉପରେ ରୋକ ଲଗାଇଥିଲେ। ଏହା ପରେ ପୁଣେରେ ଏମଭିଏ ଦଳ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶରଦ ପାୱାର ଦଳର ନେତା ତଥା କଳାପଟି ପିନ୍ଧିଥିବା […] The post ହାତରେ କଳାପଟି ବାନ୍ଧି ଧାରଣାରେ ବସିଲେ ଶରଦ ପାଓ୍ବାର: ଜାଣନ୍ତୁ କାହିଁକି appeared first on Dharitri Odia News.

ହାତରେ କଳାପଟି ବାନ୍ଧି ଧାରଣାରେ ବସିଲେ ଶରଦ ପାଓ୍ବାର: ଜାଣନ୍ତୁ କାହିଁକି

ପୁଣେ,୨୪।୮: ମହାରାଷ୍ଟ୍ରରେ ବାଦଲପୁର ସ୍କୁଲରେ ବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ଶରଦ ପାୱାର, କଂଗ୍ରେସ ଏବଂ ଶିବସେନା (ୟୁବିଟି) ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ମହା ବିକାଶ ଅଗାଡି ଆଜି ଏ ସମ୍ପର୍କରେ ମହାରାଷ୍ଟ୍ର ବନ୍ଦ ଡାକରା ଦେଇଥିଲା। ତେବେ ବମ୍ବେ ହାଇକୋର୍ଟ ଏହା ଉପରେ ରୋକ ଲଗାଇଥିଲେ। ଏହା ପରେ ପୁଣେରେ ଏମଭିଏ ଦଳ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶରଦ ପାୱାର ଦଳର ନେତା ତଥା କଳାପଟି ପିନ୍ଧିଥିବା କର୍ମୀଙ୍କ ସହ ଧାରଣାରେ ବସିଛନ୍ତି। ତାଙ୍କ ସହ ଝିଅ ସୁପ୍ରିୟା ସୁଲେ ମଧ୍ୟ ଉପସ୍ଥିତ ଅଛନ୍ତି।
ଏହି ସମୟରେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି, ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ମହା ବିକାଶ ଅଗାଡି ଆଜି ଏକ ବନ୍ଦ ଡାକରା ଦେଇଛନ୍ତି। ଏହା ନ କରିବାକୁ କୋର୍ଟ କହିଛନ୍ତି। ଆମେ କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ, କିନ୍ତୁ ଆମେ ବିରୋଧ କରିବୁ। କଂଗ୍ରେସ, ଏନସିପି ଏବଂ ଶିବସେନା ଆଜି ସକାଳ ୧୧ଟାରେ ବିରୋଧ କରୁଛି। ଆମ ସ୍ବରକୁ ଦମନ କରିବାକୁ ଚେଷ୍ଟା କରାଯାଉଛି, କିନ୍ତୁ ଆମର ସଂଗ୍ରାମ ଜାରି ରହିବ।

The post ହାତରେ କଳାପଟି ବାନ୍ଧି ଧାରଣାରେ ବସିଲେ ଶରଦ ପାଓ୍ବାର: ଜାଣନ୍ତୁ କାହିଁକି appeared first on Dharitri Odia News.