ବାଚସ୍ପତି ସହ ପ୍ରମୁଖ ମନ୍ତ୍ରଣାଳୟ ମାଗିପାରନ୍ତି ଚନ୍ଦ୍ରବାବୁ ନାଇଡୁ

ଅନ୍ୟପଟେ 'INDIA' ମେଣ୍ଟ ଟିଡିପି ସହ ଯୋଗାଯୋଗ କରିଛି। ଇଣ୍ଡି ଅଲାଏନ୍ସର ନେତାମାନେ ଚନ୍ଦ୍ରବାବୁଙ୍କ ସହ କଥା ହୋଇ ତାଙ୍କୁ ମନାଇବାକୁ ଚେଷ୍ଟା କରିପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ଏହି ଚର୍ଚ୍ଚା ଉପରେ ଚନ୍ଦ୍ରବାବୁ ନାଇଡୁ ପୂର୍ଣ୍ଣଛେଦ ପକାଇଛନ୍ତି। ସେ ଏନ୍‌ଡିଏ ସହ ରହିବେ, ଅନ୍ୟ କେଉଁ ମେଣ୍ଟକୁ ଯିବେନି ବୋଲି ସ୍ପଷ୍ଟ କରିଛନ୍ତି।

ବାଚସ୍ପତି ସହ ପ୍ରମୁଖ ମନ୍ତ୍ରଣାଳୟ ମାଗିପାରନ୍ତି ଚନ୍ଦ୍ରବାବୁ ନାଇଡୁ

ଆନ୍ଧ୍ରପ୍ରଦେଶକୁ ପୁଣି ଥରେ ଫେରିବାକୁ ଯାଉଛି ଟିଡିପି ସରକାର। ଉଭୟ ଲୋକସଭା ଓ ବିଧାନସଭାରେ ଜବରଦସ୍ତ ପ୍ରଦର୍ଶନ କରି ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ଏକ ବଡ଼ ଦଳ ହୋଇ ଉଭା ହୋଇଛି। ଏନ୍‌ଡିଏ ସହ ମିଶି ନିର୍ବାଚନରେ ଚନ୍ଦ୍ରବାବୁଙ୍କ ଦଳ ଚମତ୍କାର ବିଜୟ ହାସଲ କରିଛି। ଏବେ ସେ ଏହାର ଫାଇଦା ଉଠାଇ ପାରନ୍ତି ବୋଲି କୁହାଯାଉଛି।

ଆଜି ଦିଲ୍ଲୀରେ ଏନ୍‌ଡିଏର ଗୁରତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଚନ୍ଦ୍ରବାବୁ ନାଇଡୁ ଯୋଗ ଦେବା ପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ତେବେ ଏହି ବୈଠକରେ ଯୋଗ ଦେଇ ଲୋକସଭା ବାଚସ୍ପତି ସମେତ ଅନେକ ପ୍ରମୁଖ ମନ୍ତ୍ରଣାଳୟ ପାଇଁ ଚନ୍ଦ୍ରବାବୁ ନାଇଡୁ ଦାବି କରିପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି। 

ଅନ୍ୟପଟେ 'INDIA' ମେଣ୍ଟ ଟିଡିପି ସହ ଯୋଗାଯୋଗ କରିଛି। ଇଣ୍ଡି ଅଲାଏନ୍ସର ନେତାମାନେ ଚନ୍ଦ୍ରବାବୁଙ୍କ ସହ କଥା ହୋଇ ତାଙ୍କୁ  ମନାଇବାକୁ ଚେଷ୍ଟା କରିପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ଏହି ଚର୍ଚ୍ଚା ଉପରେ ଚନ୍ଦ୍ରବାବୁ ନାଇଡୁ ପୂର୍ଣ୍ଣଛେଦ ପକାଇଛନ୍ତି। ସେ ଏନ୍‌ଡିଏ ସହ ରହିବେ, ଅନ୍ୟ କେଉଁ ମେଣ୍ଟକୁ ଯିବେନି ବୋଲି ସ୍ପଷ୍ଟ କରିଛନ୍ତି।

ଏଥିସହ ଦିଲ୍ଲୀ ଯିବା ପୂର୍ବରୁ ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଭୋଟରଙ୍କ ସମର୍ଥନରେ ମୁଁ ବହୁତ ଖୁସି। ରାଜନୀତିରେ ଉତ୍ଥାନ-ପତନ ସାଧାରଣ କଥା। ଇତିହାସରେ ଅନେକ ରାଜନୈତିକ ନେତା ଓ ଦଳ ବହିଷ୍କୃତ ହୋଇଛନ୍ତି। ଏହା ଏକ ଐହାସିକ ନିର୍ବାଚନ। ଏପରିକି ବିଦେଶରୁ ଆସିଥିବା ଭୋଟରମାନେ ଭୋଟ୍ ଦେବା ପାଇଁ ନିଜ ସହରକୁ ଫେରିଛନ୍ତି। ରାଜ୍ୟର କଲ୍ୟାଣ ଓ ବିକାଶ ପାଇଁ ମେଣ୍ଟ ଗଠନ କରାଯାଇଛି।

ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନରେ ​​ଟିଡିପି, ବିଜେପି ଏବଂ ଜନସେନା ପାର୍ଟି ମିଳିତ ମେଣ୍ଟ ଜିତିଛି। ଏମାନଙ୍କ ମିଳିତ ମେଣ୍ଟ ଏଠାରେ ୧୭୫ଟି ସିଟ୍‌ରୁ ୧୬୪ଟିରେ ଜିତିଛି। ଏଥିମଧ୍ୟରୁ କେବଳ ଟିଡିପି ଏକା ୧୩୫ଟି ସିଟ୍ ହାତେଇଛି। ସେହିପରି ବିଜେପି ୮ଟି ଏବଂ ଜନସେନା ୨୧ଟି ସିଟ୍ ପାଇଛି। ଏହା ସହିତ ଟିଡିପି ୧୬ଟି ଲୋକସଭା ଆସନ, ବିଜେପି ୩ ଏବଂ ଜନସେନା ୨ଟି ଲୋକସଭା ଆସନ ଜିତିଛି।