ରୋଜଭ୍ୟାଲି ଜମାକାରୀଙ୍କୁ ୧୨ କୋଟି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ

କୋଲକାତା,୬ା୮: ରୋଜଭ୍ୟାଲି ଗ୍ରୁପ୍‌ ଦ୍ୱାରା ଚିଟ୍‌ଫଣ୍ଡ ଠକେଇର ସମ୍ମୁଖୀନ ହୋଇଥିବା ଜମାକାରୀମାନଙ୍କୁ ୧୨ କୋଟି ଟଙ୍କାର ସମ୍ପତ୍ତି ଫେରାଇବା ପାଇଁ କୋଲକାତାର ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରୋଜଭ୍ୟାଲିରେ ୧୪ଟି ସ୍ଥାୟୀ ଜମାରେ ଜମାକାରୀମାନେ ୧୧,୯୯,୩୫,୩୮୫.୬୦ କୋଟି ଟଙ୍କା ରଖିଥିଲେ। ଉକ୍ତ ଅର୍ଥକୁ କୋଲକାତା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଦିଲୀପ କୁମାର ସେଠ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଆସେଟ୍ସ ଡିସ୍‌ପୋଜାଲ କମିଟି(ଏଡିସି)କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କମିଟି ଏହି ଅର୍ଥକୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପୈଠ କରିବ। ୨୦୧୪ରେ […] The post ରୋଜଭ୍ୟାଲି ଜମାକାରୀଙ୍କୁ ୧୨ କୋଟି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ appeared first on Dharitri Odia News.

ରୋଜଭ୍ୟାଲି ଜମାକାରୀଙ୍କୁ ୧୨ କୋଟି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ

କୋଲକାତା,୬ା୮: ରୋଜଭ୍ୟାଲି ଗ୍ରୁପ୍‌ ଦ୍ୱାରା ଚିଟ୍‌ଫଣ୍ଡ ଠକେଇର ସମ୍ମୁଖୀନ ହୋଇଥିବା ଜମାକାରୀମାନଙ୍କୁ ୧୨ କୋଟି ଟଙ୍କାର ସମ୍ପତ୍ତି ଫେରାଇବା ପାଇଁ କୋଲକାତାର ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରୋଜଭ୍ୟାଲିରେ ୧୪ଟି ସ୍ଥାୟୀ ଜମାରେ ଜମାକାରୀମାନେ ୧୧,୯୯,୩୫,୩୮୫.୬୦ କୋଟି ଟଙ୍କା ରଖିଥିଲେ। ଉକ୍ତ ଅର୍ଥକୁ କୋଲକାତା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଦିଲୀପ କୁମାର ସେଠ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଆସେଟ୍ସ ଡିସ୍‌ପୋଜାଲ କମିଟି(ଏଡିସି)କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କମିଟି ଏହି ଅର୍ଥକୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପୈଠ କରିବ। ୨୦୧୪ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରୋଜଭ୍ୟାଲି ଗ୍ରୁପ୍‌ ଓ ଏହାର ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ନାଁରେ ମାମଲା ରୁଜୁ କରିବା ପରେ ଉପରୋକ୍ତ ସ୍ଥାୟୀ ଜମାକୁ ବାଜ୍ୟାପ୍ତ କରିଥିଲା।

The post ରୋଜଭ୍ୟାଲି ଜମାକାରୀଙ୍କୁ ୧୨ କୋଟି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ appeared first on Dharitri Odia News.