ପାରଳାଖେମୁଣ୍ଡିରେ ବର୍ଷା, ପବନ, ବଜ୍ରପାତର ତାଣ୍ଡବ
ପାରଳାଖେମୁଣ୍ଡି,୧୫।୬(ଗିରିଧାରୀ ପରିଛା): ମାଡ଼ି ଆସିଲା ପବନ, ଘଡଘଡି ସହ ବର୍ଷା। କିଛିକ୍ଷଣ ପାଇଁ ରଚିଲା ତାଣ୍ଡବ। କାଳ ବୈଶାଖୀ ପ୍ରଭାବରେ ପବନ, ଘଡଘଡି ସାଙ୍ଗକୁ ବର୍ଷାରେ ବେହାଲ ହୋଇପଡିଛି ପାରଳାଖେମୁଣ୍ଡି ସହର। ସହରର ମୁଖ୍ୟ ରାଜୁଗୁରୁ ସାହି ଛକ ନିକଟରେ ବଜ୍ରପାତ ଘଟି ଗଛଗୁଡିକ ଜଳିଯାଇଥିବା ଦେଖିବାକୁ ମିଳିଛି। ଏପରିକି ପବନ ଯୋଗୁ ସହରର ଅନେକସ୍ଥାନରେ ବଡ଼ବଡ଼ ଗଛ ସବୁ ଭାଙ୍ଗି ପଡିଛି। ବିଭିନ୍ନ ସ୍ଥାନରେ ତାର ଛିଣ୍ଡି ରାସ୍ତା ଉପରେ ପଡ଼ିଥିବା ବେଳେ ବିଦ୍ୟୁତ୍ ସରବରାହ […] The post ପାରଳାଖେମୁଣ୍ଡିରେ ବର୍ଷା, ପବନ, ବଜ୍ରପାତର ତାଣ୍ଡବ appeared first on Dharitri Odia News.
ପାରଳାଖେମୁଣ୍ଡି,୧୫।୬(ଗିରିଧାରୀ ପରିଛା): ମାଡ଼ି ଆସିଲା ପବନ, ଘଡଘଡି ସହ ବର୍ଷା। କିଛିକ୍ଷଣ ପାଇଁ ରଚିଲା ତାଣ୍ଡବ। କାଳ ବୈଶାଖୀ ପ୍ରଭାବରେ ପବନ, ଘଡଘଡି ସାଙ୍ଗକୁ ବର୍ଷାରେ ବେହାଲ ହୋଇପଡିଛି ପାରଳାଖେମୁଣ୍ଡି ସହର। ସହରର ମୁଖ୍ୟ ରାଜୁଗୁରୁ ସାହି ଛକ ନିକଟରେ ବଜ୍ରପାତ ଘଟି ଗଛଗୁଡିକ ଜଳିଯାଇଥିବା ଦେଖିବାକୁ ମିଳିଛି।
ଏପରିକି ପବନ ଯୋଗୁ ସହରର ଅନେକସ୍ଥାନରେ ବଡ଼ବଡ଼ ଗଛ ସବୁ ଭାଙ୍ଗି ପଡିଛି। ବିଭିନ୍ନ ସ୍ଥାନରେ ତାର ଛିଣ୍ଡି ରାସ୍ତା ଉପରେ ପଡ଼ିଥିବା ବେଳେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି । ଅନ୍ୟ ବସ୍ତି ଅଞ୍ଚଳରେ ମଧ୍ୟ ପବନରେ ଅନେକ ଘର ଉଡି ଯାଇଥିବା ବେଳେ ଲୋକେ ବାସହରା ହୋଇଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ବର୍ଷା ପବନ ଯୋଗୁ ତାତିରୁ ଲୋକଙ୍କୁ ଆସ୍ବସ୍ଥି ମଳିଥିବା ବେଳେ ଅନେକଙ୍କୁ କ୍ଷତି ପହଞ୍ଚାଇଛି ବର୍ଷା ପବନ।
The post ପାରଳାଖେମୁଣ୍ଡିରେ ବର୍ଷା, ପବନ, ବଜ୍ରପାତର ତାଣ୍ଡବ appeared first on Dharitri Odia News.