ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବିଭ୍ରାଟ, ଲକ୍ଷାଧିକ ଟଙ୍କାର ଅବଢ଼ା ନଷ୍ଟ‌ ଅଭିଯୋଗ

ପୁରୀ ୧୩।୭: ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ଯୋଗୁ ଲକ୍ଷାଧିକ ଟଙ୍କାର ଅବଢ଼ା ନଷ୍ଟ‌ ହୋଇଛି । ନୀତିକାନ୍ତିରେ ଅହେତୁକ ବିଳମ୍ବ ଯୋଗୁ ସୁଆର ମହାସୁଆର ନିଯୋଗର ୮ ଲକ୍ଷ ଟଙ୍କାର ଅବଢ଼ା ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର ଏହି ଅଭିଯୋଗ ଆଣିଛନ୍ତି । ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ଆସୁଥିବା ଭକ୍ତମାନେ ନୀତି ବିଳମ୍ବ ଯୋଗୁ ଆଡପ ଅବଢ଼ା ଠିକ୍ ସମୟରେ ପାଇପାରୁ ନାହାନ୍ତି । ସେହିପରି ବରାଦି ଅବଢା ମଧ୍ୟ ନଷ୍ଟ ହେଉଛି । ଶୁକ୍ରବାର ମହାପ୍ରଭୁଙ୍କ ସକାଳ ଧୂପ ନୀତି ବିଳମ୍ବ ହୋଇଥିବା ବେଳେ ଦ୍ବିତୀୟ ଭୋଗମଣ୍ଡପ ୧୦ଟା ୧୦ରେ ଶେଷ ହୋଇଥିଲା ।‌ ଫଳରେ ଠିକ୍ ସମୟରେ ଆଡପ ଅବଢ଼ା ବାହାରି ପାରିନଥିଲା । ‌ଯାହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ମହାପ୍ରଭୁଙ୍କର ନୀତିକାନ୍ତି କିଭଳି ସୂଚାରୁରୂପେ ହୋଇପାରିବ, ଭକ୍ତ ମାନେ ଠିକ୍ ସମୟରେ ଯେଭଳି ଆଡପ ଅବଢ଼ା ପାଇପାରିବେ ସେ ନେଇ ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଅନ୍ୟପଟେ ଅହେତୁକ ଭକ୍ତଙ୍କ ସମାଗମ ଓ ଦର୍ଶନ ଚାଲୁଥିବାରୁ ଏଭଳି ସମସ୍ୟା ଉପୁଜୁଛି । ତେବେ ନୀତିକାନ୍ତି କିଭଳି ସୂଚାରୁରୂପେ ହୋଇପାରିବ ଏବଂ ଭକ୍ତ ମାନେ କିଭଳି ଠିକ୍ ସମୟରେ ଆଡପ ଅବଢ଼ା ପାଇ ପାରିବେ ସେନେଇ ସେବାୟତଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲ

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବିଭ୍ରାଟ, ଲକ୍ଷାଧିକ ଟଙ୍କାର ଅବଢ଼ା ନଷ୍ଟ‌ ଅଭିଯୋଗ

ପୁରୀ : ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ଯୋଗୁ ଲକ୍ଷାଧିକ ଟଙ୍କାର ଅବଢ଼ା ନଷ୍ଟ‌ ହୋଇଛି । ନୀତିକାନ୍ତିରେ ଅହେତୁକ ବିଳମ୍ବ ଯୋଗୁ ସୁଆର ମହାସୁଆର ନିଯୋଗର ୮ ଲକ୍ଷ ଟଙ୍କାର ଅବଢ଼ା ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର ଏହି ଅଭିଯୋଗ ଆଣିଛନ୍ତି । 

ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ଆସୁଥିବା ଭକ୍ତମାନେ ନୀତି ବିଳମ୍ବ ଯୋଗୁ ଆଡପ ଅବଢ଼ା ଠିକ୍ ସମୟରେ ପାଇପାରୁ ନାହାନ୍ତି । ସେହିପରି ବରାଦି ଅବଢା ମଧ୍ୟ ନଷ୍ଟ ହେଉଛି । ଶୁକ୍ରବାର ମହାପ୍ରଭୁଙ୍କ ସକାଳ ଧୂପ ନୀତି ବିଳମ୍ବ ହୋଇଥିବା ବେଳେ ଦ୍ବିତୀୟ ଭୋଗମଣ୍ଡପ ୧୦ଟା ୧୦ରେ ଶେଷ ହୋଇଥିଲା ।‌ ଫଳରେ ଠିକ୍ ସମୟରେ ଆଡପ ଅବଢ଼ା ବାହାରି ପାରିନଥିଲା । ‌ଯାହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ମହାପ୍ରଭୁଙ୍କର ନୀତିକାନ୍ତି କିଭଳି ସୂଚାରୁରୂପେ ହୋଇପାରିବ, ଭକ୍ତ ମାନେ ଠିକ୍ ସମୟରେ ଯେଭଳି ଆଡପ ଅବଢ଼ା ପାଇପାରିବେ ସେ ନେଇ ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଅନ୍ୟପଟେ ଅହେତୁକ ଭକ୍ତଙ୍କ ସମାଗମ ଓ ଦର୍ଶନ ଚାଲୁଥିବାରୁ ଏଭଳି ସମସ୍ୟା ଉପୁଜୁଛି । ତେବେ ନୀତିକାନ୍ତି କିଭଳି ସୂଚାରୁରୂପେ ହୋଇପାରିବ ଏବଂ ଭକ୍ତ ମାନେ କିଭଳି ଠିକ୍ ସମୟରେ ଆଡପ ଅବଢ଼ା ପାଇ ପାରିବେ ସେନେଇ ସେବାୟତଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।‌

You Can Read:

ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଲୁଟ୍, ଫାୟାରିଂ କରି ଦମ୍ପତିଙ୍କଠୁ କାନଫୁଲ ନେଇଗଲେ ଦୁର୍ବୃତ୍ତ