ବିକାଶ ବାହାନ ରଥକୁ ସ୍ବାଗତ କଲେ ସରପଞ୍ଚ

ତୁମୁଡ଼ିବନ୍ଧ,୧୬।୬(ଦୀପକ କୁମାର ପରାସେଠ): ବର୍ଷ ଏକ ଉପଲବ୍ଧି ଅନେକ ବାର୍ତ୍ତା ନେଇ ବିକାଶ ବାହନ ସଚେତନ ରଥ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଳକ ତୁମଡ଼ିବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ପହଞ୍ଚିଛି। ଏହି ଅବସରରେ ରଥକୁ ସରପଞ୍ଚ ପ୍ରିୟଙ୍କା ପଡରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଘନେଶ୍ବର ଦିଗାଳ, ଏମ୍‌ବିକେ ତପଇ ମଣ୍ଡଳ, ସିଆରପିସିଏମ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଶୁଭ କଳସ, ଧୂପ ଦୀପ ଜାଳି ନଡ଼ିଆ ଭାଙ୍ଗି ସ୍ବାଗତ କରିଥିଲେ। ପରେ ଏକ […] The post ବିକାଶ ବାହାନ ରଥକୁ ସ୍ବାଗତ କଲେ ସରପଞ୍ଚ appeared first on Dharitri Odia News.

ବିକାଶ ବାହାନ ରଥକୁ ସ୍ବାଗତ କଲେ ସରପଞ୍ଚ

ତୁମୁଡ଼ିବନ୍ଧ,୧୬।୬(ଦୀପକ କୁମାର ପରାସେଠ): ବର୍ଷ ଏକ ଉପଲବ୍ଧି ଅନେକ ବାର୍ତ୍ତା ନେଇ ବିକାଶ ବାହନ ସଚେତନ ରଥ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଳକ ତୁମଡ଼ିବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ପହଞ୍ଚିଛି। ଏହି ଅବସରରେ ରଥକୁ ସରପଞ୍ଚ ପ୍ରିୟଙ୍କା ପଡରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଘନେଶ୍ବର ଦିଗାଳ, ଏମ୍‌ବିକେ ତପଇ ମଣ୍ଡଳ, ସିଆରପିସିଏମ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଶୁଭ କଳସ, ଧୂପ ଦୀପ ଜାଳି ନଡ଼ିଆ ଭାଙ୍ଗି ସ୍ବାଗତ କରିଥିଲେ।

ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଅଧିକାରୀମାନେ ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲବ୍ଧି ସହ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ବୁଝାଇ ଥିଲେ। ଏହି ଅବସରରେ ନୂତନ ହିତାଧିକାରୀଙ୍କୁ ଭାବେ ଭତ୍ତା, ମହିଳାମାନଙ୍କୁ ମନରେଗାର ଜବ୍‌ କାର୍ଡ଼, ଗାଁସାଥୀମାନଙ୍କୁ ନୂତନ ପ୍ରକଳ୍ପର କାର୍ଯ୍ୟା ଦେଶମୟ ପ୍ରଦାନ କରାଯାଇଥିଲା। ଏବପରିକି ବନବିଭାଗ ପକ୍ଷରୁ ଫରେଷ୍ଟର ଦେବାଶିଷ ଚୌଧୁରୀ ଏବଂ ବନ କର୍ମଚାରୀଙ୍କ ଦ୍ୱାରା ଲୋକଙ୍କୁ ଚାରା ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ନୋଡ଼ାଲ ଅଧିକାରୀ ତୁମୁଡିବନ୍ଧ ବ୍ଳକ ବିପିଏମ ଅକ୍ଷୟ କୁମାର ପ୍ରଧାନ, ବିଏଲ୍‌ସି ବାଦଲ କୁମାର ପ୍ରଧାନ, ଏଡିଓ ମହାନ୍ତି ପାଲଟା ସିଂଙ୍କ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

The post ବିକାଶ ବାହାନ ରଥକୁ ସ୍ବାଗତ କଲେ ସରପଞ୍ଚ appeared first on Dharitri Odia News.