ଗୁଳିମାଡରେ ଜୀବନ ହାରିଲେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକ
ମୁମ୍ବାଇ,୧୨।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପିର ଅଜିତ ପାୱାର ଦଳର ସଦସ୍ୟ ବାବା ସିଦ୍ଦିକଙ୍କ ମୁମ୍ବାଇର ବାନ୍ଦ୍ରାଠାରେ ଗୁଳିମାଡ ପରେ ତାଙ୍କର ମୃତ୍ୟୁ ଘଟିଛି। ବାନ୍ଦ୍ରା ପୂର୍ବର ବିଧାୟକ ଥିବା ତାଙ୍କ ପୁଅ ଜିଶାନଙ୍କ କାର୍ଯ୍ୟାଳୟରେ ଶନିବାର ରାତି ପ୍ରାୟ ୯:୩୦ ସମୟରେ ସିଦ୍ଦିକଙ୍କ ଉପରେ ତିନି ରାଉଣ୍ଡ ଗୁଳିମାଡ ହୋଇଥିଲା। ଘଟଣାରେ ଜଡିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗୁଲିମାଡ ପରେ ସିଦ୍ଦିକଙ୍କୁ ତୁରନ୍ତ ଲିଳାବତି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ଖବର ଅନୁଯାୟୀ […] The post ଗୁଳିମାଡରେ ଜୀବନ ହାରିଲେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକ appeared first on Dharitri Odia News.
ମୁମ୍ବାଇ,୧୨।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପିର ଅଜିତ ପାୱାର ଦଳର ସଦସ୍ୟ ବାବା ସିଦ୍ଦିକଙ୍କ ମୁମ୍ବାଇର ବାନ୍ଦ୍ରାଠାରେ ଗୁଳିମାଡ ପରେ ତାଙ୍କର ମୃତ୍ୟୁ ଘଟିଛି।
ବାନ୍ଦ୍ରା ପୂର୍ବର ବିଧାୟକ ଥିବା ତାଙ୍କ ପୁଅ ଜିଶାନଙ୍କ କାର୍ଯ୍ୟାଳୟରେ ଶନିବାର ରାତି ପ୍ରାୟ ୯:୩୦ ସମୟରେ ସିଦ୍ଦିକଙ୍କ ଉପରେ ତିନି ରାଉଣ୍ଡ ଗୁଳିମାଡ ହୋଇଥିଲା। ଘଟଣାରେ ଜଡିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ଗୁଲିମାଡ ପରେ ସିଦ୍ଦିକଙ୍କୁ ତୁରନ୍ତ ଲିଳାବତି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ଖବର ଅନୁଯାୟୀ ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଥିଲା।
ବାନ୍ଦ୍ରା ପଶ୍ଚିମରୁ ତିନିଥର ବିଧାୟକ ଥିବା ସିଦ୍ଦିକ ୪୮ ବର୍ଷ ଧରି କଂଗ୍ରେସ ଦଳରେ ଥିଲେ ଏବଂ ଫେବୃଆରୀରେ ଦଳ ଛାଡି ଅଜିତ ପାୱାରଙ୍କ ଏନସିପିରେ ଯୋଗ ଦେଇଥିଲେ। ଅଗଷ୍ଟରେ ଜିଶାନ ସିଦ୍ଦିକଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା।
The post ଗୁଳିମାଡରେ ଜୀବନ ହାରିଲେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକ appeared first on Dharitri Odia News.