ରାଜ୍ୟରେ କମିଲା ଶୀତର ପ୍ରଭାବ, ଏବେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୧।୧: ରାଜ୍ୟରେ ହ୍ରାସ ପାଇଛି ଶୀତର ପ୍ରଭାବ। ଜଳୀୟବାଷ୍ପ ବାୟୁ ପ୍ରବାହ ଯୋଗୁଁ ଶୀତର ମାତ୍ରା କମିବା ସହିତ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, କଟକ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା ଏବଂ ନୟାଗଡ଼ରେ ଜିଲାର କେତେକ ଜାଗାରେ ଘନକୁହୁଡ଼ି ଦୃଶ୍ୟମାନ ହେବ। ଅନ୍ୟପଟେ ଗୁରୁବାର ଏବଂ ତା’ପର ଦିନ ଝାରସୁଗୁଡ଼ା, […] The post ରାଜ୍ୟରେ କମିଲା ଶୀତର ପ୍ରଭାବ, ଏବେ ବର୍ଷା ସମ୍ଭାବନା appeared first on Dharitri Odia News.

ରାଜ୍ୟରେ କମିଲା ଶୀତର ପ୍ରଭାବ, ଏବେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୧।୧: ରାଜ୍ୟରେ ହ୍ରାସ ପାଇଛି ଶୀତର ପ୍ରଭାବ। ଜଳୀୟବାଷ୍ପ ବାୟୁ ପ୍ରବାହ ଯୋଗୁଁ ଶୀତର ମାତ୍ରା କମିବା ସହିତ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, କଟକ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା ଏବଂ ନୟାଗଡ଼ରେ ଜିଲାର କେତେକ ଜାଗାରେ ଘନକୁହୁଡ଼ି ଦୃଶ୍ୟମାନ ହେବ।

ଅନ୍ୟପଟେ ଗୁରୁବାର ଏବଂ ତା’ପର ଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର ଏବଂ ମୟୁରଭଞ୍ଜର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି।

The post ରାଜ୍ୟରେ କମିଲା ଶୀତର ପ୍ରଭାବ, ଏବେ ବର୍ଷା ସମ୍ଭାବନା appeared first on Dharitri Odia News.