ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରୁ ନବଜାତ ଶିଶୁ ଚୋରି
ବଲାଙ୍ଗୀର,୧୬।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ପ୍ରସୂତି ଏବଂ ଶିଶୁ ବିଭାଗରୁ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। କଣ୍ଟାମାଳ ବ୍ଲକ ବୁଦିପଦର ଗାଁର ସୁଶୀଳ ସ୍ବାଇଁଙ୍କ ସ୍ତ୍ରୀ ଝୁମକି ଶୁକ୍ରବାର ହସ୍ପିଟାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ହେଲେ ଶିଶୁର ଓଜନ କମ୍ ଥିବାରୁ ଏସ୍ଏନ୍ସିୟୁରେ ରଖିବା ପାଇଁ ଡାକ୍ତର ପରିବାର ଲୋକଙ୍କୁ କହିଥିଲେ। ଏନେଇ ପରିବାର ଲୋକେ କାର୍ଯ୍ୟରତ ଜଣେ ନର୍ସଙ୍କୁ ଏସ୍ଏନ୍ସିୟୁରେ ପୁଅକୁ ରଖିବା […] The post ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରୁ ନବଜାତ ଶିଶୁ ଚୋରି appeared first on Dharitri Odia News.
ବଲାଙ୍ଗୀର,୧୬।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ପ୍ରସୂତି ଏବଂ ଶିଶୁ ବିଭାଗରୁ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।
କଣ୍ଟାମାଳ ବ୍ଲକ ବୁଦିପଦର ଗାଁର ସୁଶୀଳ ସ୍ବାଇଁଙ୍କ ସ୍ତ୍ରୀ ଝୁମକି ଶୁକ୍ରବାର ହସ୍ପିଟାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ହେଲେ ଶିଶୁର ଓଜନ କମ୍ ଥିବାରୁ ଏସ୍ଏନ୍ସିୟୁରେ ରଖିବା ପାଇଁ ଡାକ୍ତର ପରିବାର ଲୋକଙ୍କୁ କହିଥିଲେ। ଏନେଇ ପରିବାର ଲୋକେ କାର୍ଯ୍ୟରତ ଜଣେ ନର୍ସଙ୍କୁ ଏସ୍ଏନ୍ସିୟୁରେ ପୁଅକୁ ରଖିବା ପାଇଁ ଦେଇଥିଲେ।
ହେଲେ ପରବର୍ତ୍ତୀ ସମୟରେ ଏସ୍ଏନ୍ସିୟୁରେ ଶିଶୁପୁତ୍ର ନ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏନେଇ ହସ୍ପିଟାଲରୁ ଶିଶୁପୁତ୍ର ଚୋରି ହୋଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷେ ଜଣେ ସମ୍ପର୍କୀୟ ଶିଶୁପୁତ୍ରକୁ ଚୋରି କରି ନେଇଥିବା ସନ୍ଦେହ କରାଯାଉଛି।
ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିକରି ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପ୍ରସୂତି ଏବଂ ଶିଶୁ ବିଭାଗ ସମ୍ମୁଖରେ ଧାରଣା ଦିଆଯାଇଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରିକି ପୋଲିସ ଜଣେ ସମ୍ପର୍କୀୟଙ୍କୁ ଧରି ପଚରାଉଚରା କରୁଛି।
The post ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରୁ ନବଜାତ ଶିଶୁ ଚୋରି appeared first on Dharitri Odia News.