ହାଇକୋର୍ଟରୁ ଝଟକା ପରେ କଂଗ୍ରେସକୁ ୧.୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍
ଭୁବନେଶ୍ୱର,୨୯ା୩: ଆୟକର ବିଭାଗ କଂଗ୍ରେସକୁ ୧,୭୦୦ କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ କରିବାର କିଛି ଘଣ୍ଟା ପରେ ଏହି ଅଗ୍ରଗତି ହୋଇଛି। କଂଗ୍ରେସ ନେତା ବିବେକ ଟଙ୍ଖା ଏହି ଖବରକୁ ନିଶ୍ଚିତ କରିଛନ୍ତି। ୨୦୧୭-୧୮ ଏବଂ ୨୦୨୦-୨୧ ବର୍ଷ ପାଇଁ ପାଇଁ ଏହି ନୋଟିସ୍ ପ୍ରଦାନ କରାଯାଇଛି। ଏଥିରେ ଜୋରିମାନା ଏବଂ ସୁଧ ମଧ୍ୟ ସାମିଲ ରହିଛି। ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ […] The post ହାଇକୋର୍ଟରୁ ଝଟକା ପରେ କଂଗ୍ରେସକୁ ୧.୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍ appeared first on Dharitri Odia News.
ଭୁବନେଶ୍ୱର,୨୯ା୩: ଆୟକର ବିଭାଗ କଂଗ୍ରେସକୁ ୧,୭୦୦ କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ କରିବାର କିଛି ଘଣ୍ଟା ପରେ ଏହି ଅଗ୍ରଗତି ହୋଇଛି। କଂଗ୍ରେସ ନେତା ବିବେକ ଟଙ୍ଖା ଏହି ଖବରକୁ ନିଶ୍ଚିତ କରିଛନ୍ତି।
୨୦୧୭-୧୮ ଏବଂ ୨୦୨୦-୨୧ ବର୍ଷ ପାଇଁ ପାଇଁ ଏହି ନୋଟିସ୍ ପ୍ରଦାନ କରାଯାଇଛି। ଏଥିରେ ଜୋରିମାନା ଏବଂ ସୁଧ ମଧ୍ୟ ସାମିଲ ରହିଛି। ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚାରି ବର୍ଷ ପର୍ଯ୍ୟନ୍ତ ଟିକସ ପୁନଃ ମୂଲ୍ୟାଙ୍କନ ଆରମ୍ଭ କରିବାକୁ ଚ୍ୟାଲେଞ୍ଜ କରି କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଜଷ୍ଟିସ୍ ଯଶୱନ୍ତ ବର୍ମା ଏବଂ ପୁରୁଷୋତ୍ତମ କୁମାର କୌରଵଙ୍କ ଖଣ୍ଡପୀଠ କହିଛନ୍ତି ଯେ ଅନ୍ୟ ଏକ ବର୍ଷ ପାଇଁ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ମନା କରିବାର ସହିତ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏହି ଆବେଦନକୁ ଖାରଜ କରିଛନ୍ତି।
The post ହାଇକୋର୍ଟରୁ ଝଟକା ପରେ କଂଗ୍ରେସକୁ ୧.୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍ appeared first on Dharitri Odia News.