ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଚାକିରି ନ ଥିଲେ ପତ୍ନୀଙ୍କ ଭରଣ ପୋଷଣ ପାଇଁ ଶ୍ରମିକ କାମ କରନ୍ତୁ ସ୍ବାମୀ
ଲକ୍ଷ୍ନୌ,୨୮।୧: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ କହିଛି ଯେ ସ୍ବାମୀଙ୍କର ଚାକିରିରୁ କୌଣସି ରୋଜଗାର ନଥିଲେ ମଧ୍ୟ ସେ ତାଙ୍କ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ବା ଭରଣ ପୋଷଣ ଯୋଗାଇବାକୁ ବାଧ୍ୟ, କାରଣ ସେ ଜଣେ ଅଣକୁଶଳି ଶ୍ରମିକ ଭାବରେ ପ୍ରତିଦିନ ପ୍ରାୟ ୩୦୦–୪୦୦ ଟଙ୍କା ରୋଜଗାର କରିପାରିବେ। ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଜଷ୍ଟିସ ରେନୁ ଅଗ୍ରୱାଲ ଫ୍ୟାମିଲି କୋର୍ଟଙ୍କ ସେହି ଆଦେଶ ବିରୋଧରେ ବ୍ୟକ୍ତିଙ୍କ ସଂଶୋଧନ ଆବେଦନକୁ ଖାରଜ କରି ତାଙ୍କ ପତ୍ନୀଙ୍କୁ ଭାରଣ ପୋଷଣ ପାଇଁ […] The post ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଚାକିରି ନ ଥିଲେ ପତ୍ନୀଙ୍କ ଭରଣ ପୋଷଣ ପାଇଁ ଶ୍ରମିକ କାମ କରନ୍ତୁ ସ୍ବାମୀ appeared first on Dharitri Odia News.
ଲକ୍ଷ୍ନୌ,୨୮।୧: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ କହିଛି ଯେ ସ୍ବାମୀଙ୍କର ଚାକିରିରୁ କୌଣସି ରୋଜଗାର ନଥିଲେ ମଧ୍ୟ ସେ ତାଙ୍କ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ବା ଭରଣ ପୋଷଣ ଯୋଗାଇବାକୁ ବାଧ୍ୟ, କାରଣ ସେ ଜଣେ ଅଣକୁଶଳି ଶ୍ରମିକ ଭାବରେ ପ୍ରତିଦିନ ପ୍ରାୟ ୩୦୦–୪୦୦ ଟଙ୍କା ରୋଜଗାର କରିପାରିବେ। ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଜଷ୍ଟିସ ରେନୁ ଅଗ୍ରୱାଲ ଫ୍ୟାମିଲି କୋର୍ଟଙ୍କ ସେହି ଆଦେଶ ବିରୋଧରେ ବ୍ୟକ୍ତିଙ୍କ ସଂଶୋଧନ ଆବେଦନକୁ ଖାରଜ କରି ତାଙ୍କ ପତ୍ନୀଙ୍କୁ ଭାରଣ ପୋଷଣ ପାଇଁ ମାସିକ ୨,୦୦୦ ଟଙ୍କା ଦେବାକୁ କହିଥିଲେ।
ପତ୍ନୀଙ୍କ ସପକ୍ଷରେ ଦିଆଯାଇଥିବା ଭରଣପୋଷଣ ଆଦେଶ ପୁନରୁଦ୍ଧାର ପାଇଁ ସ୍ବାମୀଙ୍କ ବିରୋଧରେ ସମସ୍ତ ପ୍ରକାର ଉପାୟ ଆପଣେଇବାକୁ ଜଷ୍ଟିସ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି। ଫ୍ୟାମିଲି କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସ୍ବାମୀ ହାଇକୋର୍ଟରେ ପହଞ୍ଚିଥିଲେ, ଯେଉଁଥିରେ ଦଣ୍ଡ ପ୍ରକ୍ରିୟା ସଂହିତା (ସିଆରପିସି)ର ଧାରା ୧୨୫ ଅନୁଯାୟୀ ପତ୍ନୀଙ୍କୁ ୨୦୦୦ଟଙ୍କା ରକ୍ଷଣାବେକ୍ଷଣ ପାଇଁ ପରିବାର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ସ୍ବାମୀ ହାଇକୋର୍ଟରେ ଏକ ସଂଶୋଧନ ଆବେଦନ କରିଥିଲେ।
The post ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଚାକିରି ନ ଥିଲେ ପତ୍ନୀଙ୍କ ଭରଣ ପୋଷଣ ପାଇଁ ଶ୍ରମିକ କାମ କରନ୍ତୁ ସ୍ବାମୀ appeared first on Dharitri Odia News.