ଦୁଃଖ ଦେଇଥିଲା ଟ୍ରୋଲିଂ
ଉର୍ବଶୀ ରୌତେଲା ନିକଟରେ ଫିଲ୍ମ ଡାକୁ ମହାରାଜରେ ନଜର ଆସିଥିଲେ । ତେବେ ଏହି ଫିଲ୍ମର ଏକ ଗୀତ ‘ଦାବିଡି ଦାବିଡି’ ଖୁବ ଟ୍ରୋଲିଂର ଶିକାର ହୋଇଥିଲା । ୟୁଜର୍ସମାନେ ଗୀତର କୋରିଅଗ୍ରାଫିକୁ ନେଇ ଟ୍ରୋଲ କରିବାରେ ଲାଗିଛନ୍ତି । ଏହାର କିଛି ଷ୍ଟେପକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଜାରି ରହିଛି । ଏହି ଗୀତରେ ଉର୍ବଶୀଙ୍କୁ ନନ୍ଦାମୂରୀ ବାଲକୃଷଙ୍କ ସହିତ ସ୍କ୍ରିନ୍ ସେୟାର କରିଛନ୍ତି । ତେବେ ଉର୍ବଶୀ ଓ ତାଙ୍କର ବୟସର ପାର୍ଥକ୍ୟ […]

ଉର୍ବଶୀ ରୌତେଲା ନିକଟରେ ଫିଲ୍ମ ଡାକୁ ମହାରାଜରେ ନଜର ଆସିଥିଲେ । ତେବେ ଏହି ଫିଲ୍ମର ଏକ ଗୀତ ‘ଦାବିଡି ଦାବିଡି’ ଖୁବ ଟ୍ରୋଲିଂର ଶିକାର ହୋଇଥିଲା । ୟୁଜର୍ସମାନେ ଗୀତର କୋରିଅଗ୍ରାଫିକୁ ନେଇ ଟ୍ରୋଲ କରିବାରେ ଲାଗିଛନ୍ତି । ଏହାର କିଛି ଷ୍ଟେପକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଜାରି ରହିଛି । ଏହି ଗୀତରେ ଉର୍ବଶୀଙ୍କୁ ନନ୍ଦାମୂରୀ ବାଲକୃଷଙ୍କ ସହିତ ସ୍କ୍ରିନ୍ ସେୟାର କରିଛନ୍ତି । ତେବେ ଉର୍ବଶୀ ଓ ତାଙ୍କର ବୟସର ପାର୍ଥକ୍ୟ ଖୁବ ଅଧିକ ଥିବାରୁ ଲୋକ ସେମାନଙ୍କର ଏଭଳି କେମେଷ୍ଟ୍ରୀକୁ ଗ୍ରହଣ କରିନଥିଲେ । ହେଲେ ଉର୍ବଶୀ ଏକ ସାକ୍ଷାତକାରରେ ନିଜ ସପକ୍ଷରେ କିଛି ମତ ଦେଇଛନ୍ତି, ଯାହା ପୁଣି ଏହି ବିଷୟକୁ ଚର୍ଚ୍ଚାକୁ ଆଣିଛି । ରିହସଲ୍ ସମୟରେ ଏହି ଷ୍ଟେପ କିଛି ବି ଖରାପ ଲାଗିନଥିଲା କାହାକୁ । ମାଷ୍ଟର ଶେଖର ଏହାକୁ ନନ୍ଦାମୂରୀଙ୍କ ଫ୍ୟାନ୍ଙ୍କ ପାଇଁ ହିଁ ନିର୍ମାଣ କରିଥିଲେ ବୋଲି ଉର୍ବଶୀ ମତ ଦେଇଛନ୍ତି । ସେହିଭଳି ଉର୍ବଶୀ ଏହି ଗୀତରେ କିଛି ବି ଅସାଧାରଣ କରି ନାହାନ୍ତି ବୋଲି ମତ ଦେଇଛନ୍ତି । ହେଲେ ଫ୍ୟାନ ମାନେ ତାଙ୍କୁ ଏତେ ଟ୍ରୋଲ କରିବାର କାରଣ ମଧ୍ୟ ସେ ଏବେ ବି ଜାଣି ପାରୁନାହାନ୍ତି ବୋଲି ମତ ଦେଇଛନ୍ତି । ତେବେ ଏଭଳି ଟ୍ରୋଲିଂ କିନ୍ତୁ ତାଙ୍କୁ ଖୁବ ଦୁଃଖ ଦେଇଥିବା ସେ ଏହି ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।ପରାମର୍ଶରେ କରିପାରିବେ ।