ବଜେଟ ଅଧିବେଶନରେ ଯୋଗ ଦେବାପାଇଁ ହେମନ୍ତ ସୋରେନଙ୍କୁ ଅନୁମତି ଦେଲେନି କୋର୍ଟ
ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ଝାଡ଼ଖଣ୍ଡରେ ବଜେଟ ଅଧିବେଶନ ଆରମ୍ଭ ହେବ। ତେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବଜେଟ ଅଧିବେଶନରେ ଯୋଗ ଦେଇପାରିବେନି। ରାଞ୍ଚିର ଏକ ସ୍ବତନ୍ତ୍ର କୋର୍ଟ ତାଙ୍କୁ ରାଜ୍ୟ ବଜେଟ ଅଧିବେଶନରେ ଯୋଗ ଦେବାକୁ ଅନୁମତି ଦେଇନାହାନ୍ତି। ମନି ଲଣ୍ଡରିଂ ମାମଲାରେ ସୋରେନ ଗତ ଜାନୁଆରି ୩୧ରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହୋଇଥିଲେ। ବଜେଟ ଅଧିବେଶନରେ ଯୋଗ ଦେବାପାଇଁ ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ସୋରେନ ଏକ ପିଟିସନ ଦାଖଲ […]

ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ଝାଡ଼ଖଣ୍ଡରେ ବଜେଟ ଅଧିବେଶନ ଆରମ୍ଭ ହେବ। ତେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବଜେଟ ଅଧିବେଶନରେ ଯୋଗ ଦେଇପାରିବେନି। ରାଞ୍ଚିର ଏକ ସ୍ବତନ୍ତ୍ର କୋର୍ଟ ତାଙ୍କୁ ରାଜ୍ୟ ବଜେଟ ଅଧିବେଶନରେ ଯୋଗ ଦେବାକୁ ଅନୁମତି ଦେଇନାହାନ୍ତି। ମନି ଲଣ୍ଡରିଂ ମାମଲାରେ ସୋରେନ ଗତ ଜାନୁଆରି ୩୧ରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହୋଇଥିଲେ। ବଜେଟ ଅଧିବେଶନରେ ଯୋଗ ଦେବାପାଇଁ ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ସୋରେନ ଏକ ପିଟିସନ ଦାଖଲ କରିଥିଲେ। କିନ୍ତୁ କୋର୍ଟ ଏଥିପାଇଁ ଅନୁମତି ଦେଇନାହାନ୍ତି। ସୋରେନଙ୍କର ୧୩ ଦିନର ଇଡି ହାଜତ ମିଆଦ ଶେଷ ହେବାପରେ ତାଙ୍କୁ ଫେବ୍ରୁଆରି ୧୫ରେ ବିର୍ସା ମୁଣ୍ଡା ଜେଲ୍ ପଠାଯାଇଥିଲା। ପୂର୍ବରୁ କୋର୍ଟ ସୋରେନଙ୍କୁ ଫେବ୍ରୁଆରି ୫ ତାରିଖରେ ଆସ୍ଥା ଭୋଟରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଥିଲେ।