କ୍ୟାନ୍ସେଲ୍ ହେଲା ରଜନୀକାନ୍ତଙ୍କ ଏହି ଫିଲ୍ମ; ଦର୍ଶକଙ୍କୁ ଫେରେଇଦିଆଗଲା ଟଙ୍କା
ରଜନୀକାନ୍ତଙ୍କ ‘ଲାଲ୍ ସଲାମ୍’ର ପ୍ରଥମ ଦିନର ଶୋ’ ବହୁତ ଖରାପ ଥିବା ଦେଖାଯାଇଛି। ତେଲୁଗୁ ଭାଷାଭାଷୀ ଅଞ୍ଚଳର ଅନେକ ପ୍ରେକ୍ଷାଳୟରେ ‘ଲାଲ୍ ସଲାମ୍’ର ଦର୍ଶକ କମ୍ ଥିବାରୁ ପ୍ରଥମ ଦିନର ପ୍ରଥମ ଶୋ’କୁ ବାତିଲ କରାଯାଇଛି। ତେବେ, ଯେଉଁମାନେ ଅନ୍ଲାଇନ୍ରେ ଟିକେଟ୍ ବୁକ୍ କରିଥିଲେ ସେମାନଙ୍କୁ ଟଙ୍କା ଫେରେଇ ଦିଆଯାଇଛି।
ଜେଲର୍ଙ୍କ ପରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ପୁଣି ଥରେ ଫେରିଛନ୍ତି। ତାଙ୍କର ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଲାଲ୍ ସଲାମ୍’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ସୁପରଷ୍ଟାରଙ୍କ ପ୍ରଶଂସକମାନେ ଏହି ଫିଲ୍ମକୁ ବହୁତ ଦିନ ଧରି ଅପେକ୍ଷା କରିଥିଲେ। କ୍ରିକେଟ୍ ପୃଷ୍ଠଭୂମି ଉପରେ ଆଧାରିତ ଫିଲ୍ମ ‘ଲାଲ୍ ସଲାମ୍’କୁ ରଜନୀକାନ୍ତଙ୍କ ବଡ଼ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ନିର୍ଦ୍ଦେଶନା ଦେଇଛନ୍ତି।
ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତା ବିଷ୍ଣୁ ବିଶାଲ ଏବଂ ବିକ୍ରାଶ ଅଛନ୍ତି। ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର୍’ ତେଲୁଗୁ ଭାଷାରେ ୪୭କୋଟିରୁ ଅଧିକ ଆୟ କରିଥିଲା, କିନ୍ତୁ ତାଙ୍କର ‘ଲାଲ୍ ସଲାମ୍’ର ପ୍ରଥମ ଦିନର ଶୋ’ ବହୁତ ଖରାପ ଥିବା ଦେଖାଯାଇଛି।
ଅଧିକ ପଢ଼ନ୍ତୁ: ରଣବୀରଙ୍କ 'ରାମାୟଣ'ରେ କିଏ ହେବ ସୀତା… ସାଇ ପଲ୍ଲଭୀ ନା ଜାହ୍ନବୀ କପୁର
ରିପୋର୍ଟକୁ ଅନୁଯାୟୀ ତେଲୁଗୁ ଭାଷାରେ ‘ଲାଲ୍ ସଲାମ୍’ର ପ୍ରଥମ ଦିନର ଶୋ’କୁ ବାତିଲ କରିଦିଆଯାଇଛି। କୁହାଯାଉଛି ଯେ ତେଲୁଗୁ ଭାଷାଭାଷୀ ଅଞ୍ଚଳର ଅନେକ ପ୍ରେକ୍ଷାଳୟରେ ‘ଲାଲ୍ ସଲାମ୍’ର ଦର୍ଶକ କମ୍ ଥିବାରୁ ପ୍ରଥମ ଦିନର ପ୍ରଥମ ଶୋ’କୁ ବାତିଲ କରାଯାଇଛି। ତେବେ, ଯେଉଁମାନେ ଅନ୍ଲାଇନ୍ରେ ଟିକେଟ୍ ବୁକ୍ କରିଥିଲେ ସେମାନଙ୍କୁ ଟଙ୍କା ଫେରେଇ ଦିଆଯାଇଛି।
‘ଲାଲ୍ ସଲାମ୍’ରେ ରଜନୀକାନ୍ତଙ୍କ ଏକ କେମିୟୋ ଭୂମିକା ରହିଛି, ଯେଉଁଠାରେ ସେ ମୋଇଦୀନ ଭାଇ ନାମକ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ଡନ୍ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରର ସାଉଣ୍ଡଟ୍ରାକ୍ ଏଆର୍ ରହମାନ୍ କରିଥିବାବେଳେ ତାମିଲ୍ ପ୍ରଡକ୍ସନ୍ ହାଉସ୍ ଲାଇକା ପ୍ରଡକ୍ସନ୍ସ ଏହି ପ୍ରୋଜେକ୍ଟକୁ ଅଧିକ ପରିମାଣର ଆର୍ଥିକ ସହାୟତା ଦେଇଛି।
ଫିଲ୍ମ ବିଷୟରେ କହିବାକୁ ଗଲେ ‘ଲାଲ୍ ସଲାମ୍’ରେ ରଜନୀକାନ୍ତଙ୍କ ୩୦ରୁ ୪୦ ମିନିଟ୍ର କେମିୟୋ ଅଛି ବୋଲି କୁହାଯାଉଛି। ଏହି ଫିଲ୍ମ ୫୦ କୋଟି ଟଙ୍କା ବଜେଟ୍ରେ ପ୍ରସ୍ତୁତ ହୋଇଛି। ତେବେ ଏହି ଫିଲ୍ମ ପାଇଁ ରଜନୀକାନ୍ତ ୪୦ କୋଟି ଟଙ୍କା ନେଇଛନ୍ତି।