ରାଷ୍ଟ୍ରପତିଙ୍କ ଆପତ୍ତି ପରେ ବଦଳିପାରିବ କି ସୁପ୍ରିମକୋର୍ଟଙ୍କ ରାୟ; କ’ଣ କହୁଛି ଅନୁଚ୍ଛେଦ ୧୪୩ ?

ନୂଆଦିଲ୍ଲୀ: ରାଜ୍ୟ ବିଧାନସଭା ଦ୍ବାରା ପାରିତ ବିଧେୟକ ଉପରେ ନିଷ୍ପତ୍ତି ନେବା ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ନିର୍ଦ୍ଧାରିତ ସମୟସୀମା ଦେଶର ସର୍ବୋଚ୍ଚ ଅଦାଲତ ସ୍ଥିର କରି ପାରିବେ କି ? ଭାରତ ସମ୍ବିଧାନର ଅନୁଚ୍ଛେଦ ୧୪୩(୧)ରେ ସୁପ୍ରିମକୋର୍ଟଠାରୁ ପରାମର୍ଶ ଲୋଡ଼ିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏପ୍ରିଲ ୮ ତାରିଖରେ ସର୍ବୋଚ୍ଚ ଅଦାଲତ ଏକ ଐତିହାସିକ ରାୟ ଶୁଣାଇଥିଲେ । ସେଥିରେ କୁହାଯାଇଥିଲା, ରାଜ୍ୟପାଳଙ୍କ ଦ୍ବାରା ପଠାଯାଇଥିବା ବିଧେୟକ ଉପରେ ତିନି ମାସ ଭିତରେ ରାଷ୍ଟ୍ରପତି ନିଷ୍ପତ୍ତି ନେବେ । ଯଦି ଧାର୍ଯ୍ୟ ସମୟରୁ ବିଳମ୍ବ ହୁଏ, ସମ୍ପୃକ୍ତ ରାଜ୍ୟକୁ କାରଣ ଦର୍ଶାଇବେ ବୋଲି ସୁପ୍ରିମକୋର୍ଟ ନିଜ ରାୟରେ କହିଥିଲେ ।  ଅନୁଚ୍ଛେଦ ୧୪୩(୧) କ’ଣ ?ଭାରତ ସମ୍ବିଧାନର ଅନୁଚ୍ଛେଦ ୧୪୩(୧)ରେ ରାଷ୍ଟ୍ରପତି କୌଣସି ଆଇନଗତ ମୁଦ୍ଦା ଉପରେ ସୁପ୍ରିମକୋର୍ଟଙ୍କ ପରାମର୍ଶ ନେଇପାରିବେ । ମାତ୍ର ତାଙ୍କ ପରାମର୍ଶକୁ ମାନିବାକୁ ବାଧ୍ୟ ନୁହନ୍ତି ରାଷ୍ଟ୍ରପତି । ହେଲେ ଏହାର ସାମ୍ବିଧାନିକ ମହତ୍ତ୍ବ ଅଧିକ ରହିଛି । ସୁପ୍ରିମକୋର୍ଟ ଏହି ପରାମର୍ଶକୁ ଅନୁଚ୍ଛେଦ ୧୪୫(୩) ଆଧାରରେ ପାଞ୍ଚ ଜଣିଆ ଖଣ୍ଡପୀଠ ଦ୍ବାରା ଦେଇଥାନ୍ତି । ଏହାକୁ ନେଇ ମେ’ ୧୩ ତାରିଖରେ ରାଷ୍ଟ୍ରପତି ସର୍ବୋଚ୍ଚ ଅଦାଲତଙ୍କୁ ୧୪ଟି ଆଇନଗତ ପ୍ରଶ୍ନ କରିଛନ୍ତି ।ସୁପ୍ରିମକୋର୍ଟ କ’ଣ ପୂର୍ବରୁ ରାୟ ଦେବାକୁ ମନା କରିଥିଲେ ?ସୁପ୍ରିମକୋର୍ଟ ୨ଥର ରାଷ୍ଟ୍ରପତିଙ୍

ରାଷ୍ଟ୍ରପତିଙ୍କ ଆପତ୍ତି ପରେ ବଦଳିପାରିବ କି ସୁପ୍ରିମକୋର୍ଟଙ୍କ ରାୟ; କ’ଣ କହୁଛି ଅନୁଚ୍ଛେଦ ୧୪୩ ?

ନୂଆଦିଲ୍ଲୀ: ରାଜ୍ୟ ବିଧାନସଭା ଦ୍ବାରା ପାରିତ ବିଧେୟକ ଉପରେ ନିଷ୍ପତ୍ତି ନେବା ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ନିର୍ଦ୍ଧାରିତ ସମୟସୀମା ଦେଶର ସର୍ବୋଚ୍ଚ ଅଦାଲତ ସ୍ଥିର କରି ପାରିବେ କି ? ଭାରତ ସମ୍ବିଧାନର ଅନୁଚ୍ଛେଦ ୧୪୩(୧)ରେ ସୁପ୍ରିମକୋର୍ଟଠାରୁ ପରାମର୍ଶ ଲୋଡ଼ିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏପ୍ରିଲ ୮ ତାରିଖରେ ସର୍ବୋଚ୍ଚ ଅଦାଲତ ଏକ ଐତିହାସିକ ରାୟ ଶୁଣାଇଥିଲେ । ସେଥିରେ କୁହାଯାଇଥିଲା, ରାଜ୍ୟପାଳଙ୍କ ଦ୍ବାରା ପଠାଯାଇଥିବା ବିଧେୟକ ଉପରେ ତିନି ମାସ ଭିତରେ ରାଷ୍ଟ୍ରପତି ନିଷ୍ପତ୍ତି ନେବେ । ଯଦି ଧାର୍ଯ୍ୟ ସମୟରୁ ବିଳମ୍ବ ହୁଏ, ସମ୍ପୃକ୍ତ ରାଜ୍ୟକୁ କାରଣ ଦର୍ଶାଇବେ ବୋଲି ସୁପ୍ରିମକୋର୍ଟ ନିଜ ରାୟରେ କହିଥିଲେ ।  

ଅନୁଚ୍ଛେଦ ୧୪୩(୧) କ’ଣ ?

ଭାରତ ସମ୍ବିଧାନର ଅନୁଚ୍ଛେଦ ୧୪୩(୧)ରେ ରାଷ୍ଟ୍ରପତି କୌଣସି ଆଇନଗତ ମୁଦ୍ଦା ଉପରେ ସୁପ୍ରିମକୋର୍ଟଙ୍କ ପରାମର୍ଶ ନେଇପାରିବେ । ମାତ୍ର ତାଙ୍କ ପରାମର୍ଶକୁ ମାନିବାକୁ ବାଧ୍ୟ ନୁହନ୍ତି ରାଷ୍ଟ୍ରପତି । ହେଲେ ଏହାର ସାମ୍ବିଧାନିକ ମହତ୍ତ୍ବ ଅଧିକ ରହିଛି । ସୁପ୍ରିମକୋର୍ଟ ଏହି ପରାମର୍ଶକୁ ଅନୁଚ୍ଛେଦ ୧୪୫(୩) ଆଧାରରେ ପାଞ୍ଚ ଜଣିଆ ଖଣ୍ଡପୀଠ ଦ୍ବାରା ଦେଇଥାନ୍ତି । ଏହାକୁ ନେଇ ମେ’ ୧୩ ତାରିଖରେ ରାଷ୍ଟ୍ରପତି ସର୍ବୋଚ୍ଚ ଅଦାଲତଙ୍କୁ ୧୪ଟି ଆଇନଗତ ପ୍ରଶ୍ନ କରିଛନ୍ତି ।

ସୁପ୍ରିମକୋର୍ଟ କ’ଣ ପୂର୍ବରୁ ରାୟ ଦେବାକୁ ମନା କରିଥିଲେ ?

ସୁପ୍ରିମକୋର୍ଟ ୨ଥର ରାଷ୍ଟ୍ରପତିଙ୍କ ପ୍ରଶ୍ନ ଉପରେ ଜବାବ ଦେବାକୁ ମନା କରିଛନ୍ତି । ୧୯୯୩ରେ ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦରେ ମନ୍ଦିର ପୂର୍ବ ସ୍ଥିତିକୁ ନେଇ ରାୟ ମାଗିଥିଲେ । ଯାହାକୁ କୋର୍ଟ ଧାର୍ମିକ ଓ ସାମ୍ବିଧାନିକ ମୂଲ୍ୟର ବିପରିତ ବୋଲି କହି ଖାରଜ କରିଥିଲେ । ଏହା ପୂର୍ବରୁ ରାଷ୍ଟ୍ରପତି ୧୯୮୨ରେ ପାକିସ୍ତାନରୁ ଆସିଥିବା ପ୍ରବାସୀଙ୍କ ପୁନର୍ବାସ ସମ୍ବନ୍ଧୀୟ ଆଇନ ଉପରେ ରାୟ ମାଗିଥିଲେ, ମାତ୍ର ପରେ ଏହି ଆଇନ ପାରିତ ହେଲା ଏବଂ କୋର୍ଟରେ ଯାଚିକା ମଧ୍ୟ ଦାୟର ହେଲା । ଯାହାଫଳରେ ରାୟ ଅପ୍ରାସଙ୍ଗିକ ହୋଇଯାଇଥିଲା । 

ରାଷ୍ଟ୍ରପତିଙ୍କ ନିର୍ଣ୍ଣୟକୁ କ’ଣ ବଦଳାଇ ହେବ ?

ସୁପ୍ରିମକୋର୍ଟ ପ୍ରଥମରୁ ସ୍ପଷ୍ଟ କରିସାରିଛନ୍ତି, ଅନୁଚ୍ଛେଦ ୧୪୩କୁ ବ୍ୟବହାର ପୂର୍ବରୁ ଦିଆଯାଇଥିବା ନିର୍ଣ୍ଣୟକୁ ସମୀକ୍ଷା କିମ୍ବା ବଦଳାଇ ହେବ ନାହିଁ । ୧୯୯୧ରେ କାବେରୀ ଜଳ ବିବାଦ କୋର୍ଟ କହିଥିଲେ, ରାୟ ଶୁଣାଣି ପରେ ସମାନ ମାମଲାରେ ରାଷ୍ଟ୍ରପତିଙ୍କୁ ରାୟ ମାଗିବା ନ୍ୟାୟପାଳିକାର ଗାରିମା ବିରୋଧୀ । ଯଦି ସରକାର ଚାହିଁବେ ଏହା ଉପରେ ପୁର୍ନବିଚାର ଯାଚିକା ବା କ୍ୟୁରେଟିଭ୍ ଆବେଦନ ଦାୟର କରିପାରିବେ । ଯାହା ନ୍ୟାୟିକ ପ୍ରକ୍ରିୟାର ଏକ ଅଂଶ ବୋଲି ସୁପ୍ରିମକୋର୍ଟ କହିଛନ୍ତି । 

ରାଷ୍ଟ୍ରପତି କ’ଣ ପ୍ରଶ୍ନ କରିଥିଲେ ?

ରାଷ୍ଟ୍ରପତିଙ୍କ ଦ୍ବାରା ସୁପ୍ରିମକୋର୍ଟଙ୍କୁ ପଚରା ଯାଉଥିବା ଅଧିକାଂଶ ପ୍ରଶ୍ନ ଏପ୍ରିଲ ୮ ତାରିଖ ରାୟ ସହିତ ଜଡ଼ିତ । ମାତ୍ର ଶେଷ କିଛି ପ୍ରଶ୍ନରେ ସର୍ବୋଚ୍ଚ ଅଦାଲତଙ୍କ ସ୍ବୟଂ ଶକ୍ତି ଉପରେ ପ୍ରଶ୍ନ କରାଯାଇଥିଲା । ପ୍ରଶ୍ନ ସଂଖ୍ୟା ୧୨ରେ କୁହାଯାଇଥିଲା, କୌଣସି ମାମଲା ସାମ୍ବିଧାନିକ ବ୍ୟବସ୍ଥା ସହିତ ଜଡ଼ିତ କି ନୁହେଁ, ଏହାକୁ ସୁପ୍ରିମକୋର୍ଟ ପ୍ରଥମରୁ ସ୍ଥିର କରିବେ ? ସେହିପରି ପ୍ରଶ୍ନ ନଂ ୧୪ରେ ଅନୁଚ୍ଛେଦ ୧୪୨ ପୂର୍ଣ୍ଣ ନ୍ୟାୟ ଶକ୍ତି ପ୍ରୟୋଗର ସୀମା ଉପରେ ସୁପ୍ରିମକୋର୍ଟଙ୍କୁ ପଚରାଯାଇଛି ? କେବଳ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଏହି ଶକ୍ତି ରହିଛି ନା ଅନ୍ୟ ଅଦାଲତ ଏହି ଶକ୍ତିକୁ ପ୍ରୟୋଗ କରିପାରିବେ ବୋଲି ପ୍ରଶ୍ନ କରାଯାଇଛି ।...