ବାରବାଟୀରେ ମ୍ୟାଚ୍‌ ବେଳେ ଫ୍ଲଡ ଲାଇଟ ଲିଭିବା ଘଟଣା: ଉତ୍ତର ରଖିଲା OCA

ଭୁବନେଶ୍ୱର,୨୩।୨: କଟକ ବାରବାଟୀ ଷ୍ଟାଡିୟମରେ ଗତ ୯ତାରିଖରେ ଭାରତ -ଇଂଲଣ୍ଡ ମ୍ୟାଚ୍‌ ବେଳେ ଫ୍ଲଡ ଲାଇଟ ଲିଭିଯାଇଥିଲା। ଫଳରେ ଖେଳ ଅଧାରୁ ବାଧାପ୍ରାପ୍ତ ହୋଇଥିଲା। ଏନେଇ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ OCAକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ରବିବାର OCA ରାଜ୍ୟ ସରକାରଙ୍କ ନୋଟିସର ଉତ୍ତର ରଖିଛି। ଏଣିକି ମ୍ୟାଚ୍‌ ବେଳେ ଅଧିକ ସତର୍କ ହେବ ବୋଲି OCA ପକ୍ଷରୁ କୁହାଯାଇଛି। ଏପରିକି ପ୍ରତି ଫ୍ଲଡ ଲାଇଟ୍‌ ପାଖରେ ଜେନେରେଟର୍‌ ବ୍ୟବସ୍ଥା କରିବାକୁ […] The post ବାରବାଟୀରେ ମ୍ୟାଚ୍‌ ବେଳେ ଫ୍ଲଡ ଲାଇଟ ଲିଭିବା ଘଟଣା: ଉତ୍ତର ରଖିଲା OCA appeared first on Dharitri Odia News.

ବାରବାଟୀରେ ମ୍ୟାଚ୍‌ ବେଳେ ଫ୍ଲଡ ଲାଇଟ ଲିଭିବା ଘଟଣା: ଉତ୍ତର ରଖିଲା OCA

ଭୁବନେଶ୍ୱର,୨୩।୨: କଟକ ବାରବାଟୀ ଷ୍ଟାଡିୟମରେ ଗତ ୯ତାରିଖରେ ଭାରତ -ଇଂଲଣ୍ଡ ମ୍ୟାଚ୍‌ ବେଳେ ଫ୍ଲଡ ଲାଇଟ ଲିଭିଯାଇଥିଲା। ଫଳରେ ଖେଳ ଅଧାରୁ ବାଧାପ୍ରାପ୍ତ ହୋଇଥିଲା। ଏନେଇ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ OCAକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ରବିବାର OCA ରାଜ୍ୟ ସରକାରଙ୍କ ନୋଟିସର ଉତ୍ତର ରଖିଛି। ଏଣିକି ମ୍ୟାଚ୍‌ ବେଳେ ଅଧିକ ସତର୍କ ହେବ ବୋଲି OCA ପକ୍ଷରୁ କୁହାଯାଇଛି। ଏପରିକି ପ୍ରତି ଫ୍ଲଡ ଲାଇଟ୍‌ ପାଖରେ ଜେନେରେଟର୍‌ ବ୍ୟବସ୍ଥା କରିବାକୁ OCA ପକ୍ଷରୁ ଉତ୍ତରରେ ଅବଗତ କରାଯାଇଛି।

ସୂଚନା ଯୋଗ୍ୟ, ଭାରତ-ଇଂଲଣ୍ଡ ମ୍ୟାଚ ବେଳେ ହଠାତ୍‌ ଫ୍ଲଡ ଲାଇଟ ଲିଭିଯାଇଥିଲା। ଏହାକୁ ନେଇ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ OCAକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ମ୍ୟାଚ ବେଳେ ଲାଇଟ କାହିଁକି ବନ୍ଦ ହେଲା ତାହାର ଉତ୍ତର ରଖିବାକୁ କୁହାଯାଇଥିଲା। ଏପରିକି ଘଟଣା ପାଇଁ କିଏ ଦାୟୀ ତାକୁ ନେଇ ୧୦ ଦିନରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପକ୍ଷେ ଖେଳ ବାଧାପ୍ରାପ୍ତକୁ ନେଇ ଦର୍ଶକଙ୍କୁ ନିରାଶ ହେବାକୁ ପଡିଥିଲା। ଏପରିକି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏଭଳି ତ୍ରୁଟିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା।

The post ବାରବାଟୀରେ ମ୍ୟାଚ୍‌ ବେଳେ ଫ୍ଲଡ ଲାଇଟ ଲିଭିବା ଘଟଣା: ଉତ୍ତର ରଖିଲା OCA appeared first on Dharitri Odia News.