୪ର୍ଥ ରାଉଣ୍ଡରେ କ୍ୱାଲିଫାୟର ଓଲ୍‌ଗା, ଇଲିସାବେଟା

ପ୍ୟାରିସ, ୧।୬: ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରେ ଅନେକ ଅଣସିଡେଡ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରହିଛି। ସେମାନଙ୍କ ମଧ୍ୟରୁ ଇଲିସାବେଟା କୋକିଆରେଟୋ ଓ କ୍ୱାଲିଫାୟର ଓଲ୍‌ଗା ଡାନିଲୋଭିଚ୍‌ ପ୍ରଥମଥରପାଇଁ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଇଟାଲୀର ଇଲିସାବେଟା ଶୁକ୍ରବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ୧୭ଶ ସିଡ୍‌ ରୁଷିଆର ଲୁଡମିଲା ସାମ୍‌ସୋନୋଭାଙ୍କୁ ୭-୬(୭/୪) ଓ ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ସେହିପରି ସର୍ବିୟାର ଡାନିଲୋଭିଚ୍‌ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୦-୬, ୭-୫, […] The post ୪ର୍ଥ ରାଉଣ୍ଡରେ କ୍ୱାଲିଫାୟର ଓଲ୍‌ଗା, ଇଲିସାବେଟା appeared first on Dharitri Odia News.

୪ର୍ଥ ରାଉଣ୍ଡରେ କ୍ୱାଲିଫାୟର ଓଲ୍‌ଗା, ଇଲିସାବେଟା

ପ୍ୟାରିସ, ୧।୬: ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରେ ଅନେକ ଅଣସିଡେଡ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରହିଛି। ସେମାନଙ୍କ ମଧ୍ୟରୁ ଇଲିସାବେଟା କୋକିଆରେଟୋ ଓ କ୍ୱାଲିଫାୟର ଓଲ୍‌ଗା ଡାନିଲୋଭିଚ୍‌ ପ୍ରଥମଥରପାଇଁ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଇଟାଲୀର ଇଲିସାବେଟା ଶୁକ୍ରବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ୧୭ଶ ସିଡ୍‌ ରୁଷିଆର ଲୁଡମିଲା ସାମ୍‌ସୋନୋଭାଙ୍କୁ ୭-୬(୭/୪) ଓ ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ସେହିପରି ସର୍ବିୟାର ଡାନିଲୋଭିଚ୍‌ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୦-୬, ୭-୫, ୭-୬ (୧୦/୮) ସେଟ୍‌ରେ କ୍ରୋଏସିଆର ଡୋନା ଭେକିକ୍‌ଙ୍କୁ ହରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ସେଟ୍‌ ମିସ୍‌ କରି ନ ଥିବା ୩ୟ ସିଡ୍‌ କୋକୋ ଗଫ୍‌ ୬-୨, ୬-୪ରେ ୩୦ତମ ସିଡ୍‌ ଡାୟନା ୟାଷ୍ଟ୍ରେମସ୍କାଙ୍କୁ ପରାସ୍ତ କରିଛନ୍ତି। ୧୯ତମ ସିଡ୍‌ ଭିକ୍ଟୋରିଆ ଆଜାରେଙ୍କାଙ୍କ ଅଭିଯାନ କିନ୍ତୁ ଦ୍ୱିତୀୟ ରାଉଣ୍ଡରୁ ଶେଷ ହୋଇଛି। ସେ ଅଣସିଡେଡ ମୀରା ଆନ୍ଦ୍ରଭାଙ୍କଠାରୁ ୩-୬, ୬-୩, ୫-୭ ସେଟ୍‌ରେ ହାରି ଯାଇଛନ୍ତି। ସେହିପରି ୨୦ତମ ସିଡ୍‌ ଆନାସ୍ତାସିଆ ପାଭ୍‌ଲ୍ୟୁଚେଙ୍କୋଭା ମଧ୍ୟ ଅଣସିଡେଡ ଆନା ବୋଗଡାନଙ୍କଠାରୁ ୪-୬, ୪-୬ ସେଟ୍‌ରେ ହାରି ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ୧୦ମ ସିଡ୍‌ ଡାରିଆ କାସାଟକିନା ମଧ୍ୟ ସମଦଶା ଭୋଗିଛନ୍ତି। ସେ ଅଣସିଡେଡ୍‌ ପେଟନ ଷ୍ଟନର୍‌ସଙ୍କଠାରୁ ୫-୭, ୨-୬ ସେଟ୍‌ରେ ପରାସ୍ତ ହୋଇଛନ୍ତି। ଟପ୍‌ ସିଡ୍‌ ଇଗା ସ୍ବିଡେକ ଓ ୮ମ ସିଡ୍‌ ଓନ୍ସ ଜାବେର ନିଜ ତୃତୀୟ ରାଉଣ୍ଡ ମ୍ୟାଚ ଜିତି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ରୁବଲେଭଙ୍କ ଅଭିଯାନ ଶେଷ
ପୁରୁଷ ସିଙ୍ଗଲ୍ସରେ ୬ଷ୍ଠ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବଲେଭଙ୍କ ଅଭିଯାନ ତୃତୀୟ ରାଉଣ୍ଡରୁ ସମାପ୍ତ ହୋଇଛି। ସେ ଅଣସିଡେଡ ଇଟାଲୀର ମାଟେଓ ଅର୍ନାଲ୍ଡିଙ୍କଠାରୁ ୬-୭ (୬/୮), ୨-୬, ୪-୬ ସେଟ୍‌ରେ ହାରି ଯାଇଛନ୍ତି। ଦ୍ୱିତୀୟ ସିଡ୍‌ ଜାନିକ ସିନର କିନ୍ତୁ ସହଜ ବିଜୟ ସହ ୪ର୍ଥ ରାଉଣ୍ଡରେ ପହଞ୍ଚତ୍ଛନ୍ତି। ସେ ତୃତୀୟ ରାଉଣ୍ଡ ମ୍ୟାଚରେ ପାଭେଲ କୋଟୋଭଙ୍କୁ ୬-୪, ୬-୪, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ୨୮ତମ ସିଡ୍‌ ଟୋମାସ ମାର୍ଟିନ ଇଚେଭେରି ଦ୍ୱିତୀୟ ରାଉଣ୍ଡରେ ଓ୍ବାକ୍‌ଓଭର ପାଇଛନ୍ତି। ମ୍ୟାଚ ୩-୬, ୬-୭(୮-୧୦), ୬-୧, ୫-୦ ସ୍ଥିତିରେ ଥିବାବେଳେ ପ୍ରତିଦ୍ୱନ୍ଦ୍ୱୀ ଆର୍ଥର ରିଣ୍ଡର୍କନେଚ୍‌ ଓହରି ଯାଇଥିଲେ।

The post ୪ର୍ଥ ରାଉଣ୍ଡରେ କ୍ୱାଲିଫାୟର ଓଲ୍‌ଗା, ଇଲିସାବେଟା appeared first on Dharitri Odia News.