ମାତ୍ର ୧୮ ବଲ୍‌ରେ ଜିତିଗଲେ T20 ମ୍ୟାଚ୍‌, ୧୦ ରନ୍‌ ବି ଛୁଇଁ ପାରିଲେ ନାହିଁ କୌଣସି ଖେଳାଳି

ନୂଆଦିଲ୍ଲୀ,୨୭।୧୧: ଭାରତର ଘରୋଇ କ୍ରିକେଟରେ ଏବେ ସୈୟଦ ମୁସ୍ତାକ ଅଲୀ ଟୁର୍ନାମେଣ୍ଟ ୨୦୨୪ ଖେଳାଯାଉଛି। ୩୮ ଟିମ୍‌ ମଧ୍ୟରେ ଖେଳାଯାଉଥିବା ଏହି ଟୁର୍ନାମେଣ୍ଟରେ ଅଜବ କ୍ରିକେଟ ଦେଖିବାକୁ ମିଳିଛି। ଅରୁଣାଚଳ ପ୍ରଦେଶ ଏବଂ ଜମ୍ମୁ କଶ୍ମୀର ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌୍‌ରେ ଉଭୟ ଟିମ୍‌ ମିଶି ୨୦ ଓଭର ଖେଳିପାରିନାହାନ୍ତି। ଏହି ସମୟରେ ସବୁଠାରୁ ବଡ଼ ବିଜୟର ରେକର୍ଡ ମଧ୍ୟ ଭାଙ୍ଗିଛି। ଅରୁଣାଚଳ ପ୍ରଦେଶ ଏବଂ ଜମ୍ମୁ କଶ୍ମୀର ଟିମ୍‌ ମଧ୍ୟରେ ମୁମ୍ବାଇର ଶରଦ ପାଓ୍ବାର କ୍ରିକେଟ ଏକାଡେମୀ […] The post ମାତ୍ର ୧୮ ବଲ୍‌ରେ ଜିତିଗଲେ T20 ମ୍ୟାଚ୍‌, ୧୦ ରନ୍‌ ବି ଛୁଇଁ ପାରିଲେ ନାହିଁ କୌଣସି ଖେଳାଳି appeared first on Dharitri Odia News.

ମାତ୍ର ୧୮ ବଲ୍‌ରେ ଜିତିଗଲେ T20 ମ୍ୟାଚ୍‌, ୧୦ ରନ୍‌ ବି ଛୁଇଁ ପାରିଲେ ନାହିଁ କୌଣସି ଖେଳାଳି

ନୂଆଦିଲ୍ଲୀ,୨୭।୧୧: ଭାରତର ଘରୋଇ କ୍ରିକେଟରେ ଏବେ ସୈୟଦ ମୁସ୍ତାକ ଅଲୀ ଟୁର୍ନାମେଣ୍ଟ ୨୦୨୪ ଖେଳାଯାଉଛି। ୩୮ ଟିମ୍‌ ମଧ୍ୟରେ ଖେଳାଯାଉଥିବା ଏହି ଟୁର୍ନାମେଣ୍ଟରେ ଅଜବ କ୍ରିକେଟ ଦେଖିବାକୁ ମିଳିଛି। ଅରୁଣାଚଳ ପ୍ରଦେଶ ଏବଂ ଜମ୍ମୁ କଶ୍ମୀର ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌୍‌ରେ ଉଭୟ ଟିମ୍‌ ମିଶି ୨୦ ଓଭର ଖେଳିପାରିନାହାନ୍ତି। ଏହି ସମୟରେ ସବୁଠାରୁ ବଡ଼ ବିଜୟର ରେକର୍ଡ ମଧ୍ୟ ଭାଙ୍ଗିଛି।

ଅରୁଣାଚଳ ପ୍ରଦେଶ ଏବଂ ଜମ୍ମୁ କଶ୍ମୀର ଟିମ୍‌ ମଧ୍ୟରେ ମୁମ୍ବାଇର ଶରଦ ପାଓ୍ବାର କ୍ରିକେଟ ଏକାଡେମୀ ବିକେସିରେ ମୁକାବିଲା ଖେଳାଯାଇଥିଲା। ଏହି ମ୍ୟାଚ୍‌ଷର ଜମ୍ମୁ କଶ୍ମୀର ଟିମ୍‌ ୧୦ ଉଇକେଟରେ ବିଜେତା ହୋଇଛି। ଅରୁଣାଚଳ ପ୍ରଦେଶ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଦଳ ମାତ୍ର ୯.୧ ଓଭର ଖେଳିପାରିଥିଲା। ୩୨ ରନ୍‌ କରି ଖେଳାଳିମାନେ ଅଲଆଉଟ୍‌ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେହି ବି ଦଶ ରନ୍‌ କରିପାରି ନ ଥିଲେ। ଏମିତିରେ ଜମ୍ମୁ ଟିମ୍‌କୁ ମାତ୍ର ୩୩ ରନ୍‌ର ଟାର୍ଗେଟ ମିଳିଥିଲା। ଏହାକୁ ମାତ୍ର ୩ ଓଭରରେ ଦଳ ହାସଲ କରିନେଇଥିଲା। ଅର୍ଥାତ ଜମ୍ମୁ ଟିମ୍‌ ମ୍ୟାଚ୍‌କୁ ୧୦୨ ବଲ୍‌ ଥାଇ ଜିତିଥିଲା। ବଲ୍‌ ଦୃଷ୍ଟରୁ ଏହା ଟୁର୍ନାମେଣ୍ଟର ସର୍ବବୃହତ ବିଜୟ। ପୂର୍ବରୁ ୨୦୦୯ରେ ଝାଡ଼ଖଣ୍ଡରେ ତ୍ରିପୁରାକୁ ୧୦୦ ବଲ୍‌ ଥାଇ ପରାଜିତ କରିଥିଲା।

The post ମାତ୍ର ୧୮ ବଲ୍‌ରେ ଜିତିଗଲେ T20 ମ୍ୟାଚ୍‌, ୧୦ ରନ୍‌ ବି ଛୁଇଁ ପାରିଲେ ନାହିଁ କୌଣସି ଖେଳାଳି appeared first on Dharitri Odia News.