ଆମ୍ବ ଗଛରୁ ପଡି ଯୁବକ ଗୁରୁତର

ବଲାଙ୍ଗୀର, ୧୩।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ସୁଦପଡା ଆମ୍ବ ଗଛରୁ ପଡ଼ି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଯୁବକ ରାଜା ପୋଢ (୪୦) ବୋଲି ଜଣାପଡିଛି। ସୂଚନାଥାଉ କି, ଶନିବାର ସଂଧ୍ୟାରେ ସୁଦପଡା ଗ୍ୟାସ ଗୋଦାମ ଘର ପାଖରେ ଥିବା ଆମ୍ବ ତୋଟାକୁ ଆମ୍ବ ତୋଳିବା ପାଇଁ ଯାଇ ଗଛରୁ ଖସି ପଡି ଯୁବକଜଣକ ଗୁରୁତର ଆହତ ହୋଇଥିଲେ। ଆଜି […] The post ଆମ୍ବ ଗଛରୁ ପଡି ଯୁବକ ଗୁରୁତର appeared first on Dharitri Odia News.

ଆମ୍ବ ଗଛରୁ ପଡି ଯୁବକ ଗୁରୁତର

ବଲାଙ୍ଗୀର, ୧୩।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ସୁଦପଡା ଆମ୍ବ ଗଛରୁ ପଡ଼ି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଯୁବକ ରାଜା ପୋଢ (୪୦) ବୋଲି ଜଣାପଡିଛି।

ସୂଚନାଥାଉ କି, ଶନିବାର ସଂଧ୍ୟାରେ ସୁଦପଡା ଗ୍ୟାସ ଗୋଦାମ ଘର ପାଖରେ ଥିବା ଆମ୍ବ ତୋଟାକୁ ଆମ୍ବ ତୋଳିବା ପାଇଁ ଯାଇ ଗଛରୁ ଖସି ପଡି ଯୁବକଜଣକ ଗୁରୁତର ଆହତ ହୋଇଥିଲେ। ଆଜି ସକାଳୁ ତାଙ୍କୁ ସେଠାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପ୍ରଥମେ ତାଙ୍କ ତଣ୍ଟି କାଟି ଅଖା ବସ୍ତାରେ ଭର୍ତ୍ତି କରାଯାଇଛି ହତ୍ୟା ଉଦ୍ୟମ କରାଯାଇଥିବା ପ୍ରଚାରିତ ହେବାରୁ ସହରରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।

The post ଆମ୍ବ ଗଛରୁ ପଡି ଯୁବକ ଗୁରୁତର appeared first on Dharitri Odia News.