ନିର୍ବାଚନ ପୂର୍ବରୁ ଆସାମ ନେତାଙ୍କ ଫଟୋ ଭାଇରାଲ, ନୋଟ୍‌ ଗଦିରେ ଶୋଇଥିବା ଆସିଲେ ନଜର !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନେତାଙ୍କ ପୁରୁଣା ବୟାନ ଏବଂ ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହେବା ଆରମ୍ଭ ହୋଇଗଲାଣି। ଏହାରି ମଧ୍ୟରେ ଆସାମରେ ବିଜେପି ସହ ମେଣ୍ଟରେ ସାମିଲ ପ୍ରମୋଦ ବୋରୋଙ୍କ ନେତୃତ୍ବାଧୀନ ୟୁପିପିଏଲ ପାର୍ଟୀର ଜଣେ ନିଲମ୍ବିତ ସଦସ୍ୟଙ୍କ ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି।ଯେଉଁଥିରେ ସେ ନୋଟ୍‌ ଗଦିରେ ଶୋଇଥିବା ଦେଖାଯାଉଛି।ଭାଇରାଲ ହେଉଥିବା ଫଟୋରେ ୟୁପିପିଏଲ ପରେ ଏକ ବୟାନରେ କହିଛି ଯେ, ଫଟୋରେ ଦେଖାଯାଉଥିବା ବ୍ୟକ୍ତି ବେଞ୍ଜାମିନ ବାସୁମାତ୍ରୀ। ତାଙ୍କୁ ୨୦୨୪ ଜାନୁଆରୀ ୧୦ରେ ପାର୍ଟୀରୁ ନିଲମ୍ବିତ କରାଯାଇଥିଲା। ସୂଚନାଥାଉକି, ଆସାମରେ ଲୋକସଭା ନିର୍ବାଚନରେ ବିଜେପି ଯେଉଁଠାରେ ୧୧ ସିଟ୍‌ରେ ନିର୍ବାଚନ ଲଢ଼ୁଛି। ସେହଭଳି ତାଙ୍କର ସହଯୋଗୀ ଦଳ ଆସାମ ଗଣ ପରିଷଦ (ଏଜିପି) ଏବଂ ୟୁପିପିଏଲ ତିନି ସିଟ୍‌ରେ ନିର୍ବାଚନ ଲଢ଼ୁଛି। ସେପଟେ ୟୁପିପିଏଲ ମୁଖ୍ୟ ଏକ ବୟାନରେ କହିଛନ୍ତି ଯେ ‘‘ବେଞ୍ଜାମିନ୍‌ ବାସୁମତ୍ରିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆମେ ସ୍ପଷ୍ଟ କରୁଛୁ ଯେ, ବାସୁମତ୍ରି ଏବେ ୟୁପିପିଏଲରୁ ଜଡ଼ିତ ନାହାଁନ୍ତି। ତାଙ୍କୁ ଜାନୁଆରୀ ୧୦ରେ ଦଳରୁ ନିଲମ୍ବିତ କରାଯାଇଥିଲା।ତାଙ୍କୁ ଦଳରୁ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ନେବା ସହ ଦଳରୁ ନିଲମ୍ବିତ କରାଯାଇଥିଲା। ଏହା ସହ ବିଟିସି ସରକାର ୨୦୨୪ ଫେବ୍ରୁଆରୀ ୧୦ରେ ତାଙ୍କୁ ବିସିଡିସିର ଅଧ୍ୟକ୍ଷ ପଦରୁ ନିଲମ୍ବ

ନିର୍ବାଚନ ପୂର୍ବରୁ ଆସାମ ନେତାଙ୍କ ଫଟୋ ଭାଇରାଲ, ନୋଟ୍‌ ଗଦିରେ ଶୋଇଥିବା ଆସିଲେ ନଜର !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନେତାଙ୍କ ପୁରୁଣା ବୟାନ ଏବଂ ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହେବା ଆରମ୍ଭ ହୋଇଗଲାଣି। ଏହାରି ମଧ୍ୟରେ ଆସାମରେ ବିଜେପି ସହ ମେଣ୍ଟରେ ସାମିଲ ପ୍ରମୋଦ ବୋରୋଙ୍କ ନେତୃତ୍ବାଧୀନ ୟୁପିପିଏଲ ପାର୍ଟୀର ଜଣେ ନିଲମ୍ବିତ ସଦସ୍ୟଙ୍କ ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି।ଯେଉଁଥିରେ ସେ ନୋଟ୍‌ ଗଦିରେ ଶୋଇଥିବା ଦେଖାଯାଉଛି।

ଭାଇରାଲ ହେଉଥିବା ଫଟୋରେ ୟୁପିପିଏଲ ପରେ ଏକ ବୟାନରେ କହିଛି ଯେ, ଫଟୋରେ ଦେଖାଯାଉଥିବା ବ୍ୟକ୍ତି ବେଞ୍ଜାମିନ ବାସୁମାତ୍ରୀ। ତାଙ୍କୁ ୨୦୨୪ ଜାନୁଆରୀ ୧୦ରେ ପାର୍ଟୀରୁ ନିଲମ୍ବିତ କରାଯାଇଥିଲା। ସୂଚନାଥାଉକି, ଆସାମରେ ଲୋକସଭା ନିର୍ବାଚନରେ ବିଜେପି ଯେଉଁଠାରେ ୧୧ ସିଟ୍‌ରେ ନିର୍ବାଚନ ଲଢ଼ୁଛି। ସେହଭଳି ତାଙ୍କର ସହଯୋଗୀ ଦଳ ଆସାମ ଗଣ ପରିଷଦ (ଏଜିପି) ଏବଂ ୟୁପିପିଏଲ ତିନି ସିଟ୍‌ରେ ନିର୍ବାଚନ ଲଢ଼ୁଛି। 

ସେପଟେ ୟୁପିପିଏଲ ମୁଖ୍ୟ ଏକ ବୟାନରେ କହିଛନ୍ତି ଯେ ‘‘ବେଞ୍ଜାମିନ୍‌ ବାସୁମତ୍ରିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆମେ ସ୍ପଷ୍ଟ କରୁଛୁ ଯେ, ବାସୁମତ୍ରି ଏବେ ୟୁପିପିଏଲରୁ ଜଡ଼ିତ ନାହାଁନ୍ତି। ତାଙ୍କୁ ଜାନୁଆରୀ ୧୦ରେ ଦଳରୁ ନିଲମ୍ବିତ କରାଯାଇଥିଲା।ତାଙ୍କୁ ଦଳରୁ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ନେବା ସହ ଦଳରୁ ନିଲମ୍ବିତ କରାଯାଇଥିଲା। ଏହା ସହ ବିଟିସି ସରକାର ୨୦୨୪ ଫେବ୍ରୁଆରୀ ୧୦ରେ ତାଙ୍କୁ ବିସିଡିସିର ଅଧ୍ୟକ୍ଷ ପଦରୁ ନିଲମ୍ବିତ କରିବା ସହ ହଟାଯାଇଥିଲା।’’

 ଏହା ସହ ସେ ଗଣମାଧ୍ୟମକୁ ବେଞ୍ଜାମିନ୍‌ ବାସୁମାତ୍ରୀଙ୍କୁ ଦଳ ସହ ଯୋଡ଼ିବା ବନ୍ଦ କରିବା ଅନୁରୋଧ କରିଛନ୍ତି। ଏହା ସହ ଦଳ ଏହା ମଧ୍ୟ କହିଛି ଯେ, ଏହି ଫଟୋ ପାଞ୍ଚ ବର୍ଷ ପୁରୁଣା ଯେତେବେଳେ ସେ ଏକ ପାର୍ଟି ସମୟରେ ଏହି ଫଟୋ ଉଠାଇଥିଲେ।