ମାସେ ହେଲା ପଡ଼ି ରହିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର, ଜଗି ରହିଛନ୍ତି ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ
ମାର୍ଶାଘାଇ : ମାସେ ହୋଇଗଲା । କେନ୍ଦ୍ରାପଡା ଅଟୋନୋମସ କଲେଜ ପଡିଆରେ ଅଟକି ରହିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଜଗି ରହିଛନ୍ତି ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ । ଗତ ଜୁନ ମାସ ୯ ତାରିଖରେ ମୁଖମନ୍ତ୍ରୀ ମୋହନ ମାଝି କେନ୍ଦ୍ରାପଡ଼ା ଗସ୍ତରେ ଯାଇ ତ୍ରିରଙ୍ଗା ଯାତ୍ରାରେ ଯୋଗଦେଇଥିଲେ । ପରେ ସର୍କିଟ ହାଉସରେ ଏକ ସମୀକ୍ଷା ବୈଠକ କରିଥିଲେ। ହଠାତ୍ ଦିନ ପ୍ରାୟ ୩ଟା ବେଳେ ପ୍ରବଳ ବର୍ଷା ଘଡ଼ଘଡ଼ି ହୋଇଥିଲା । ବଜ୍ରପାତରେ […] The post ମାସେ ହେଲା ପଡ଼ି ରହିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର, ଜଗି ରହିଛନ୍ତି ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ appeared first on KNews Odisha.

ମାର୍ଶାଘାଇ : ମାସେ ହୋଇଗଲା । କେନ୍ଦ୍ରାପଡା ଅଟୋନୋମସ କଲେଜ ପଡିଆରେ ଅଟକି ରହିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଜଗି ରହିଛନ୍ତି ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ । ଗତ ଜୁନ ମାସ ୯ ତାରିଖରେ ମୁଖମନ୍ତ୍ରୀ ମୋହନ ମାଝି କେନ୍ଦ୍ରାପଡ଼ା ଗସ୍ତରେ ଯାଇ ତ୍ରିରଙ୍ଗା ଯାତ୍ରାରେ ଯୋଗଦେଇଥିଲେ । ପରେ ସର୍କିଟ ହାଉସରେ ଏକ ସମୀକ୍ଷା ବୈଠକ କରିଥିଲେ। ହଠାତ୍ ଦିନ ପ୍ରାୟ ୩ଟା ବେଳେ ପ୍ରବଳ ବର୍ଷା ଘଡ଼ଘଡ଼ି ହୋଇଥିଲା । ବଜ୍ରପାତରେ ହେଲିକପ୍ଟରର ପଙ୍ଖା ନଷ୍ଟ ହୋଇଯାଇଥିଲା । ଫଳରେ ମୁଖ୍ୟମନ୍ତ୍ରୀ କାର ଯୋଗେ କେନ୍ଦ୍ରପଡ଼ାରୁ ଯାଇଥିଲେ ।
ଦିଲ୍ଲୀରୁ ଟେକ୍ନିକାଲ ଟିମ୍ ଆସି ହେଲିକପ୍ଟରକୁ ମରାମତି କରିବେ ବୋଲି ସୂଚନା ରହିଛି । ଏବେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ସୁରକ୍ଷା ଦୃଷ୍ଟିରୁ ହେଲିକପ୍ଟରକୁ ୨୪ ଘଣ୍ଟା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଜଗି ରହିଛନ୍ତି l ଅନ୍ୟପକ୍ଷରେ ଅଟୋନୋମସ କଲେଜ ପଡିଆରେ ହେଲିକପ୍ଟରଟି ଅଟକି ରହିବା ଯୋଗୁଁ ନାନା ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି ।
ଆହୁରି ପଢ଼ନ୍ତୁ : ୨୦୨୬ରେ ପୁରୀରେ ହେବ ପୂର୍ବାଞ୍ଚଳ ପରିଷଦ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କଲେ କେନ୍ଦ୍ର ଗୃହମନ୍ତ୍ରୀ…
The post ମାସେ ହେଲା ପଡ଼ି ରହିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର, ଜଗି ରହିଛନ୍ତି ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ appeared first on KNews Odisha.