ବଣାଇରେ ଦନ୍ତା ଆତଙ୍କ : ଘରେ ପଶି ଯୁବକଙ୍କୁ କଚାଡି ମାରିଲା ଦନ୍ତା , ଗ୍ରାମବାସୀଙ୍କ ଅଭିଯୋଗ ଶୁଣୁନି ବନବିଭାଗ
କନକବ୍ୟୁରୋ : ସୁନ୍ଦରଗଡ଼ ବଣାଇରେ ଦନ୍ତା ହାତୀ ଆତଙ୍କ । ଜକେଇକେଲା ଗାଁରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ସକାଳୁ ସକାଳୁ ଘର ଝାଡୁ ମାରୁଥିବା ବେଳେ ଧରଣୀ ପାତ୍ରଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା ଦନ୍ତା । ଗୁରୁତର ଅବସ୍ଥାରେ ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଅଞ୍ଚଳବାସୀ । ତେବେ ସେଠାରେ ଡାକ୍ତର ଧରଣୀଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଲୋକେ ଘରୁ ଗୋଡ଼ କାଢ଼ିବାକୁ ମଧ୍ୟ ସୁରକ୍ଷିତ ମଣୁ ନାହାନ୍ତି । କିଛି ଦିନ ହେବ ବଣାଇ ରେଞ୍ଜର ଗାଁ ମାନଙ୍କରେ ହତୀ ପଶିବା ସହ ଫସଲ ନଷ୍ଟ କରୁଥିବା ଅଭିଯୋଗ କରୁଥିଲେ ଅଞ୍ଚଳବାସୀ । କିନ୍ତୁ ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହେବାରୁ ଧରଣୀ ପାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାପାଇଁ ମଧ୍ୟ ଦାବି ହୋଇଛି ।

କନକବ୍ୟୁରୋ : ସୁନ୍ଦରଗଡ଼ ବଣାଇରେ ଦନ୍ତା ହାତୀ ଆତଙ୍କ । ଜକେଇକେଲା ଗାଁରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ସକାଳୁ ସକାଳୁ ଘର ଝାଡୁ ମାରୁଥିବା ବେଳେ ଧରଣୀ ପାତ୍ରଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା ଦନ୍ତା । ଗୁରୁତର ଅବସ୍ଥାରେ ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଅଞ୍ଚଳବାସୀ । ତେବେ ସେଠାରେ ଡାକ୍ତର ଧରଣୀଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି ।
ଲୋକେ ଘରୁ ଗୋଡ଼ କାଢ଼ିବାକୁ ମଧ୍ୟ ସୁରକ୍ଷିତ ମଣୁ ନାହାନ୍ତି । କିଛି ଦିନ ହେବ ବଣାଇ ରେଞ୍ଜର ଗାଁ ମାନଙ୍କରେ ହତୀ ପଶିବା ସହ ଫସଲ ନଷ୍ଟ କରୁଥିବା ଅଭିଯୋଗ କରୁଥିଲେ ଅଞ୍ଚଳବାସୀ । କିନ୍ତୁ ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହେବାରୁ ଧରଣୀ ପାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାପାଇଁ ମଧ୍ୟ ଦାବି ହୋଇଛି ।