ତୀର୍ଥ ଯାତ୍ରା ସାରି ବସ୍ରେ ଫେରୁଥିଲେ, ହଠାତ୍ ହୋଇଗଲା ବ୍ରେକ୍ ଫେଲ୍, ତାପରେ…
ନୂଆଦିଲ୍ଲୀ, ୦୩।୦୭: ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ୍ର ବ୍ରେକ୍ ଫେଲ୍ ହୋଇଯିବାରୁ ସେଥିରେ ଯାତ୍ରା କରୁଥିବା ୪୪ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥିଲା । ଏହି ସମୟରେ ଦେବଦୂତ ସାଜିଥିଲେ ସେନା ଯବାନ । ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସ୍ ମଙ୍ଗଳବାର ରାମବନ ଜିଲାର ରାଜ୍ୟ ରାଜପଥ ୪୪ରେ ଅମରନାଥରୁ ଫେରୁଥିବା ଏହି ବସ୍ ନିୟନ୍ତ୍ରଣ ହରାଇଥିବା ଦେଖିଥିଲେ । ଏହି ତୀର୍ଥ ଯାତ୍ରୀମାନେ ପଞ୍ଜାବର ହୋଇଥିବା ବେଳେ ସେମାନେ ହୋଶଇଆରପୁର ଯାଉଥିଲେ । […] The post ତୀର୍ଥ ଯାତ୍ରା ସାରି ବସ୍ରେ ଫେରୁଥିଲେ, ହଠାତ୍ ହୋଇଗଲା ବ୍ରେକ୍ ଫେଲ୍, ତାପରେ… appeared first on Dharitri Odia News.
ନୂଆଦିଲ୍ଲୀ, ୦୩।୦୭: ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ୍ର ବ୍ରେକ୍ ଫେଲ୍ ହୋଇଯିବାରୁ ସେଥିରେ ଯାତ୍ରା କରୁଥିବା ୪୪ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥିଲା । ଏହି ସମୟରେ ଦେବଦୂତ ସାଜିଥିଲେ ସେନା ଯବାନ । ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସ୍ ମଙ୍ଗଳବାର ରାମବନ ଜିଲାର ରାଜ୍ୟ ରାଜପଥ ୪୪ରେ ଅମରନାଥରୁ ଫେରୁଥିବା ଏହି ବସ୍ ନିୟନ୍ତ୍ରଣ ହରାଇଥିବା ଦେଖିଥିଲେ । ଏହି ତୀର୍ଥ ଯାତ୍ରୀମାନେ ପଞ୍ଜାବର ହୋଇଥିବା ବେଳେ ସେମାନେ ହୋଶଇଆରପୁର ଯାଉଥିଲେ ।
ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ଏକ ଭିଡିଓରୁ ଦେଖାଯାଉଛି ଯେ ବସ୍ ଭିତରୁ କିଛି ଯାତ୍ରୀ ବସ୍ ଚାଲୁଥିବା ସମୟରେ ବାହାରକୁ ଡେଇଁ ପଡ଼ୁଛନ୍ତି । ଏହା ସେନା ଯବାନଙ୍କ ନଜରରେ ପଡ଼ିଥିଲା । ଯବାନମାନେ ଉକ୍ତ ବସ୍ ପଛରେ ଗୋଡ଼ାଇଥିଲେ । ବସ୍ର ଗତି ଧୀର ଥିବାରୁ ସେମାନେ ବସ୍ ଚକା ତଳକୁ ପଥର ଫୋପାଡ଼ିଥିଲେ । ଫଳରେ ବସ୍ ଧିରେ ଧିରେ ଅଟକି ଥିଲା ଆଉ ୪୪ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା । ଯଦି ଯବାନମାନେ ବଞ୍ଚାଇନଥାନ୍ତେ ତେବେ ବସ୍ଟି ଖାଇକୁ ଖସିପଡ଼ିଥାନ୍ତା ।
The post ତୀର୍ଥ ଯାତ୍ରା ସାରି ବସ୍ରେ ଫେରୁଥିଲେ, ହଠାତ୍ ହୋଇଗଲା ବ୍ରେକ୍ ଫେଲ୍, ତାପରେ… appeared first on Dharitri Odia News.