ଦଣ୍ଡନାଚ ବେଳେ ଷଣ୍ଢ ଆକ୍ରମଣ
ଦାମନଯୋଡି,୩ା୪(ମାନସ ରଞ୍ଜନ କର): ଦାମନଯୋଡି ଉପକଣ୍ଠସ୍ଥ ମାଥାଲପୁଟ ଅଞ୍ଚଳରେ ଦଣ୍ଡନାଚ ଚାଲିଥିବା ବେଳେ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ଯାତ୍ରା କଳାକାର ଆହତ ହୋଇଛନ୍ତି। ଆହତ ହେଲେ ପଟ୍ଟାମୁଣ୍ଡାଇ ନିକଟ ପାଇକପଡ଼ା ଅଞ୍ଚଳର ବିଭୂତି ରଣା(୪୭)। ତାଙ୍କୁ ମାଥାଲପୁଟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ମାଥାଲପୁଟ ଦଣ୍ଡନାଚ ପାଇଁ କୋରାପୁଟରୁ ଆସିଥିବା ନାଚ ଦଳରେ ବିଭୁତି ଗୀତ ଗାଉଥିବା ବେଳେ ଦୁଇଟି ବୁଲା ଷଣ୍ଢ ପରସ୍ପର ସହ ଲଢ଼େଇ କରି ନାଚ ଥିବା ସ୍ଥାନକୁ […] The post ଦଣ୍ଡନାଚ ବେଳେ ଷଣ୍ଢ ଆକ୍ରମଣ appeared first on Dharitri Odia News.
ଦାମନଯୋଡି,୩ା୪(ମାନସ ରଞ୍ଜନ କର): ଦାମନଯୋଡି ଉପକଣ୍ଠସ୍ଥ ମାଥାଲପୁଟ ଅଞ୍ଚଳରେ ଦଣ୍ଡନାଚ ଚାଲିଥିବା ବେଳେ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ଯାତ୍ରା କଳାକାର ଆହତ ହୋଇଛନ୍ତି। ଆହତ ହେଲେ ପଟ୍ଟାମୁଣ୍ଡାଇ ନିକଟ ପାଇକପଡ଼ା ଅଞ୍ଚଳର ବିଭୂତି ରଣା(୪୭)। ତାଙ୍କୁ ମାଥାଲପୁଟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ମାଥାଲପୁଟ ଦଣ୍ଡନାଚ ପାଇଁ କୋରାପୁଟରୁ ଆସିଥିବା ନାଚ ଦଳରେ ବିଭୁତି ଗୀତ ଗାଉଥିବା ବେଳେ ଦୁଇଟି ବୁଲା ଷଣ୍ଢ ପରସ୍ପର ସହ ଲଢ଼େଇ କରି ନାଚ ଥିବା ସ୍ଥାନକୁ ମାଡି ଆସି ମଞ୍ଚ ନିକଟରେ ବସି ଗୀତ ଗାଉଥିବା ବିଭୂତିଙ୍କୁ ଆକ୍ରମଣ କରିଥିଲେ। ବିଭୁତିଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିଲା।
The post ଦଣ୍ଡନାଚ ବେଳେ ଷଣ୍ଢ ଆକ୍ରମଣ appeared first on Dharitri Odia News.