ବଡ଼ ହୃଦୟ ଦେଖାଇଲେ ଅକ୍ଷୟ କୁମାର: ଏତିକି ଟଙ୍କା କଲେ ଦାନ

ଜଣେ ଭଲ ଅଭିନେତା ହେବା ବ୍ୟତୀତ ଅକ୍ଷୟ କୁମାର ତାଙ୍କର ଉଦାରତା ପାଇଁ ଜଣାଶୁଣା। ଅକ୍ଷୟ କୁମାର ଲୋକଙ୍କୁ ସାହାଯ୍ୟ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ନିକଟରେ ଅକ୍ଷୟ କୁମାର ମୁମ୍ବାଇର ହାଜିଅଲି ଦର୍‌ଘା ପରିଦର୍ଶନ କରିଥିଲେ। ଅକ୍ଷୟ କୁମାରଙ୍କ ଦରଘାରେ ପ୍ରାର୍ଥନା କରୁଥିବା ଅନେକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। କେବଳ ଏତିକି ନୁହେଁ, ସେ ଆଉ ଏକ ମହାନ କାର୍ଯ୍ୟ କରିଛନ୍ତି। ଅକ୍ଷୟ ଦରଘାର ଏକ ଅଂଶର ପୁନଃ ନିର୍ମାଣର ଦାୟିତ୍ୱ […] The post ବଡ଼ ହୃଦୟ ଦେଖାଇଲେ ଅକ୍ଷୟ କୁମାର: ଏତିକି ଟଙ୍କା କଲେ ଦାନ appeared first on Dharitri Odia News.

ବଡ଼ ହୃଦୟ ଦେଖାଇଲେ ଅକ୍ଷୟ କୁମାର: ଏତିକି ଟଙ୍କା କଲେ ଦାନ

ଜଣେ ଭଲ ଅଭିନେତା ହେବା ବ୍ୟତୀତ ଅକ୍ଷୟ କୁମାର ତାଙ୍କର ଉଦାରତା ପାଇଁ ଜଣାଶୁଣା। ଅକ୍ଷୟ କୁମାର ଲୋକଙ୍କୁ ସାହାଯ୍ୟ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ନିକଟରେ ଅକ୍ଷୟ କୁମାର ମୁମ୍ବାଇର ହାଜିଅଲି ଦର୍‌ଘା ପରିଦର୍ଶନ କରିଥିଲେ। ଅକ୍ଷୟ କୁମାରଙ୍କ ଦରଘାରେ ପ୍ରାର୍ଥନା କରୁଥିବା ଅନେକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। କେବଳ ଏତିକି ନୁହେଁ, ସେ ଆଉ ଏକ ମହାନ କାର୍ଯ୍ୟ କରିଛନ୍ତି। ଅକ୍ଷୟ ଦରଘାର ଏକ ଅଂଶର ପୁନଃ ନିର୍ମାଣର ଦାୟିତ୍ୱ ନିଜ ହାତକୁ ନେଇଛନ୍ତି। ଏଥିପାଇଁ ଅସେ କୋଟି କୋଟି ଟଙ୍କା ଦାନ କରିଛନ୍ତି।
ହାଜି ଅଲି ଦରଘା ଟ୍ରଷ୍ଟ ଅନୁଯାୟୀ ଅକ୍ଷୟ କୁମାର ପ୍ରାୟ ୧ କୋଟି ୨୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ପ୍ରଶଂସକ ଅକ୍ଷୟଙ୍କ ଏହି ଉଦାରତାକୁ ବହୁତ ପ୍ରଶଂସା କରୁଛନ୍ତି। ଅକ୍ଷୟ ନିକଟରେ ମୁମ୍ବାଇରେ ଥିବା ତାଙ୍କ ଘରେ ଲଙ୍ଗର ଆୟୋଜନ କରିଥିଲେ।
ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଖେଲ୍‌ ଖେଲ୍‌ ମେଁ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହା ହେଉଛି ଚଳିତ ବର୍ଷର ଅଭିନେତାଙ୍କର ତୃତୀୟ ଚଳଚ୍ଚିତ୍ର, ଯାହା ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

The post ବଡ଼ ହୃଦୟ ଦେଖାଇଲେ ଅକ୍ଷୟ କୁମାର: ଏତିକି ଟଙ୍କା କଲେ ଦାନ appeared first on Dharitri Odia News.