ୟୁଜିସି ନେଟ୍ ପରୀକ୍ଷା ତାରିଖ ପରିବର୍ତ୍ତନ, ଏବେ ଏହି ଦିନ ହେବ ପରୀକ୍ଷା
ନୂଆଦିଲ୍ଲୀ,୨୯।୪: ଚଳିତ ବର୍ଷ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ବର୍ତ୍ତମାନ ଜୁନ ୧୮ରେ ହେବ। ଏନେଇ ୟୁଜିସି ଚେୟାରମ୍ୟାନ ଏମ ଜଗଦୀଶ କୁମାର ଏକ୍ସରେ ସୂଚନା ଦେଇଛନ୍ତି। ଜୁନ୍ ୧୬ରେ ୟୁପିଏସସି-ପ୍ରିଲିମ୍ସ ପରୀକ୍ଷା ହେବାକୁ ଥିବାରୁ ଛାତ୍ରୀଛାତ୍ରମାନଙ୍କ ଅନୁରୋଧକ୍ରମେ ୟୁଜିସି ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି । ଜୁନିୟର ରିସର୍ଚ୍ଚ ଫେଲୋସିପ ଏବଂ ଦେଶର ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସହକାରୀ ପ୍ରଫେସର ପଦରେ ନିଯୁକ୍ତି ପାଇଁ […] The post ୟୁଜିସି ନେଟ୍ ପରୀକ୍ଷା ତାରିଖ ପରିବର୍ତ୍ତନ, ଏବେ ଏହି ଦିନ ହେବ ପରୀକ୍ଷା appeared first on Dharitri Odia News.
ନୂଆଦିଲ୍ଲୀ,୨୯।୪: ଚଳିତ ବର୍ଷ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ବର୍ତ୍ତମାନ ଜୁନ ୧୮ରେ ହେବ। ଏନେଇ ୟୁଜିସି ଚେୟାରମ୍ୟାନ ଏମ ଜଗଦୀଶ କୁମାର ଏକ୍ସରେ ସୂଚନା ଦେଇଛନ୍ତି।
ଜୁନ୍ ୧୬ରେ ୟୁପିଏସସି-ପ୍ରିଲିମ୍ସ ପରୀକ୍ଷା ହେବାକୁ ଥିବାରୁ ଛାତ୍ରୀଛାତ୍ରମାନଙ୍କ ଅନୁରୋଧକ୍ରମେ ୟୁଜିସି ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି । ଜୁନିୟର ରିସର୍ଚ୍ଚ ଫେଲୋସିପ ଏବଂ ଦେଶର ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସହକାରୀ ପ୍ରଫେସର ପଦରେ ନିଯୁକ୍ତି ପାଇଁ ୟୁଜିସି ନେଟ୍ ପରୀକ୍ଷା କରାଯାଏ। ଏହା ବ୍ୟତୀତ ପ୍ରାର୍ଥୀମାନେ ମଧ୍ୟ ଏହି ପରୀକ୍ଷା ମାଧ୍ୟମରେ ପିଏଚଡିରେ ଆଡମିଶନ ପାଇପାରିବେ।
ସୂଚନାଯୋଗ୍ୟ, ୟୁଜିସି ନେଟ୍ ପରୀକ୍ଷା ଜୁନ୍ ୧୬ରେ ହେବାର ଥିଲା। କିନ୍ତୁ ଏହା ବର୍ତ୍ତମାନ ୧୮ଜୁନ ୨୦୨୪ରେ ଅନୁଷ୍ଠିତ ହେବ । ୟୁଜିସି ନିଟ୍ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପରୀକ୍ଷା ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ସାଇଟ ପରିଦର୍ଶନ କରି ଆବେଦନ କରିପାରିବେ। ଏଥିପାଇଁ ସେମାନଙ୍କୁ ଅଫିସିଆଲ ସାଇଟ ugcnet.nta.ac.in କୁ ଯିବାକୁ ପଡିବ। ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ୧୦ ମେ’ ୨୦୨୪ ପର୍ଯ୍ୟନ୍ତ ରହିଛି।
The post ୟୁଜିସି ନେଟ୍ ପରୀକ୍ଷା ତାରିଖ ପରିବର୍ତ୍ତନ, ଏବେ ଏହି ଦିନ ହେବ ପରୀକ୍ଷା appeared first on Dharitri Odia News.