ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ! ଟ୍ରମ୍ପଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଯୁଦ୍ଧ ଉତ୍ତେଜନା ଭିତରେ ବଡ଼ ଖବର। ଯୁଦ୍ଧବିରତି ନେଇ ଦୁଇ ଦେଶ ସହମତି ହୋଇଛନ୍ତି। ଏନେଇ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ରହିଛି। ଏନେଇ ସୋସିଆଲ ମିଡିଆରେ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଉଭୟ ଦେଶ ଶାନ୍ତି ପାଇଁ ସହମତ ହୋଇଛନ୍ତି। ଆମେ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କଲୁ, ଏବଂ ଆମେ ଏଥିରେ ସଫଳ ହୋଇଛି। […] The post ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ! ଟ୍ରମ୍ପଙ୍କ ବଡ଼ ଘୋଷଣା appeared first on Dharitri Odia News.

ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ! ଟ୍ରମ୍ପଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଯୁଦ୍ଧ ଉତ୍ତେଜନା ଭିତରେ ବଡ଼ ଖବର। ଯୁଦ୍ଧବିରତି ନେଇ ଦୁଇ ଦେଶ ସହମତି ହୋଇଛନ୍ତି। ଏନେଇ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ରହିଛି। ଏନେଇ ସୋସିଆଲ ମିଡିଆରେ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଉଭୟ ଦେଶ ଶାନ୍ତି ପାଇଁ ସହମତ ହୋଇଛନ୍ତି। ଆମେ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କଲୁ, ଏବଂ ଆମେ ଏଥିରେ ସଫଳ ହୋଇଛି।

ଉଭୟ ଦେଶରେ ସୃଷ୍ଟି ହେଉଥିବା ପରିବେଶକୁ ଶାନ୍ତ କରିବା ଆବଶ୍ୟକ। ଆମେ ଗତକାଲି ରାତିରୁ ଏହା ଚେଷ୍ଟା କରିବା ଆରମ୍ଭ କରିଥିଲୁ ଏବଂ ଉଭୟ ଦେଶ ଏଥିରେ ରାଜି ହୋଇଛନ୍ତି। ଏବେ ଉଭୟ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ବୋଲି ଟ୍ରମ୍ପ କହିଛନ୍ତି।

 

 

India-Pakistan War Stop ଟ୍ରମ୍ପ ଆହୁରି କହିଛନ୍ତି, ଜେଡି ଭାନ୍ସ ଏବଂ ମୁଁ ଭାରତ ଏବଂ ପାକିସ୍ତାନର ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛୁ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶେହବାଜ ସରିଫ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ସେନା ମୁଖ୍ୟ ଅସୀମ ମୁନିର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଅସୀମ ମାଲିକ ସାମିଲ ଅଛନ୍ତି। ମୁଁ ଖୁସିର ସହିତ ଘୋଷଣା କରୁଛି ଯେ ଭାରତ ଏବଂ ପାକିସ୍ତାନ ସରକାର ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ଏବଂ ଏକ ନିରପେକ୍ଷ ସ୍ଥାନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ସରିଫଙ୍କ ଦ୍ୱାରା ଶାନ୍ତିପୂର୍ଣ୍ଣ ପଥ ବାଛିବା କ୍ଷେତ୍ରରେ ପ୍ରଦର୍ଶନ କରାଯାଇଥିବା ଦୂରଦୃଷ୍ଟି, ବିଚକ୍ଷଣତା ଏବଂ କୂଟନୈତିକ ବୁଦ୍ଧିକୁ ଆମେ ପ୍ରଶଂସା କରୁଛୁ।

India-Pakistan War Stop ଶନିବାର ସକାଳେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ କଥା ହୋଇଥିଲେ। ରୁବିଓ ମୁନିରଙ୍କୁ ଶାନ୍ତ ରହିବାକୁ କହିଥିଲେ। ରୁବିଓ କହିଛନ୍ତି ଯେ ଏହି ମାମଲାକୁ ଆଗକୁ ବଢାଇବା ଦ୍ୱାରା ପାକିସ୍ତାନର କ୍ଷତି ହେବ। ରୁବିଓ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠାରେ ଏକ ବଡ଼ ଭୂମିକା ଗ୍ରହଣ କରିବା ବିଷୟରେ କହିଥିଲେ।

India-Pakistan War Stop ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇସାକ ଡାର ଏକ ବୟାନ ଦେଇଛନ୍ତି। ଡାର କହିଛନ୍ତି ଯେ ଆମେ ଯୁଦ୍ଧବିରତି ପାଇଁ ରାଜି। ପରେ ଯାହା ହେବ, ଆମେ ତାହାକୁ ଗ୍ରହଣ କରିବୁ।

The post ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ! ଟ୍ରମ୍ପଙ୍କ ବଡ଼ ଘୋଷଣା appeared first on Dharitri Odia News.