ବ୍ରିଜ୍‌ ତଳକୁ ଖସିପଡ଼ିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୨ ଜୀବନ

ଏକ ବିବାହ ଭୋଜିରେ ଯୋଗଦେବାକୁ କନ୍ୟାଯାତ୍ରୀ ଏହି ଗାଡ଼ିରେ ଯାଉଥିଲେ। ତେବେ ଗାଡ଼ିରେ ୨୫ରୁ ଅଧିକ ଲୋକେ ଯାଉଥିବା କୁହାଯାଇଛି।

ବ୍ରିଜ୍‌ ତଳକୁ ଖସିପଡ଼ିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୨ ଜୀବନ

କୋରାପୁଟ କୁନ୍ଦୁରାରେ ବ୍ରିଜରୁ ତଳକୁ ଖସିପଡିଲା ପିକ୍ ଅପ୍ ଭ୍ୟାନ୍। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସମସ୍ତଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଯାଇଛି। କୁନ୍ଦୁରା ଥାନା କଟଲାପଦର ବ୍ରିଜରେ ଯିବାବେଳେ ପିକ୍ ଅପ୍ ଭ୍ୟାନ୍ ତଳକୁ ଖସିପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଏମାନେ ସମସ୍ତେ ଦଳପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

ଏକ ବିବାହ ଭୋଜିରେ ଯୋଗଦେବାକୁ କନ୍ୟାଯାତ୍ରୀ ଏହି ଗାଡ଼ିରେ ଯାଉଥିଲେ। ତେବେ ଗାଡ଼ିରେ ୨୫ରୁ ଅଧିକ ଲୋକେ ଯାଉଥିବା କୁହାଯାଇଛି। ଭାରସାମ୍ୟ ହରାଇ ଗାଡିଟି ତଳକୁ ଖସିପଡ଼ିଥିବା କୁହାଯାଉଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।