ସ୍ପେସଏକ୍ସର ଷ୍ଟାରସିପ୍ ରକେଟ୍ କ୍ରାସ

ଟେକ୍ସାସ: ଟେସଲା ସିଇଓ ଏବଂ ସ୍ପେସଏକ୍ସ ପ୍ରତିଷ୍ଠାତା ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସର ଷ୍ଟାରସିପ୍ ରକେଟ୍ କ୍ରାସ ହୋଇଯାଇଛି। ଏହାର ଭଗ୍ନାବଶେଷ ବାହାମାସ ଏବଂ ଫ୍ଲୋରିଡାରେ ପଡ଼ିଥିଲା। ଭାରତୀୟ ସମୟ ଅନୁସାରେ ଆଜି ସକାଳ ୫ଟାରେ ଟେକ୍ସାସରୁ ଷ୍ଟାରସିପ୍ ରକେଟ୍ ଉତକ୍ଷେପଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ପେସଏକ୍ସ ସଫଳତାର ସହ ଉଡ଼ାଣ ଭରିଥିଲା। ପରେ ରକେଟ୍ ଉପର ଭାଗରେ ଲାଗିଥିବା ୬ ଟି ଇଞ୍ଜିନ ମଧ୍ୟରୁ ୪ଟି କାମ କରିବା ବନ୍ଦ କରିଦେଲା । ଯାହା ଫଳରେ […] The post ସ୍ପେସଏକ୍ସର ଷ୍ଟାରସିପ୍ ରକେଟ୍ କ୍ରାସ appeared first on Odisha.News.

ସ୍ପେସଏକ୍ସର ଷ୍ଟାରସିପ୍ ରକେଟ୍ କ୍ରାସ

ଟେକ୍ସାସ: ଟେସଲା ସିଇଓ ଏବଂ ସ୍ପେସଏକ୍ସ ପ୍ରତିଷ୍ଠାତା ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସର ଷ୍ଟାରସିପ୍ ରକେଟ୍ କ୍ରାସ ହୋଇଯାଇଛି। ଏହାର ଭଗ୍ନାବଶେଷ ବାହାମାସ ଏବଂ ଫ୍ଲୋରିଡାରେ ପଡ଼ିଥିଲା।

ଭାରତୀୟ ସମୟ ଅନୁସାରେ ଆଜି ସକାଳ ୫ଟାରେ ଟେକ୍ସାସରୁ ଷ୍ଟାରସିପ୍ ରକେଟ୍ ଉତକ୍ଷେପଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ପେସଏକ୍ସ ସଫଳତାର ସହ ଉଡ଼ାଣ ଭରିଥିଲା। ପରେ ରକେଟ୍ ଉପର ଭାଗରେ ଲାଗିଥିବା ୬ ଟି ଇଞ୍ଜିନ ମଧ୍ୟରୁ ୪ଟି କାମ କରିବା ବନ୍ଦ କରିଦେଲା । ଯାହା ଫଳରେ ରକେଟ୍ ନିୟନ୍ତ୍ରଣ ହରାଇବା ପରେ ସେଥିରେ ନିଆଁ ଲାଗିଯାଇଥିଲା।

ଅପରପକ୍ଷରେ ଲାଇଭ୍ ଷ୍ଟ୍ରିମରେ କଏଦ ହୋଇଥିଲା ସମସ୍ତ ଘଟଣା। ସେହିପରି ଏହି ଘଟଣା ଯୋଗୁ ମିଆମି, ଫୋର୍ଟ ଲୌଡରଡେଲ, ପାମ ବିଚ ଏବଂ ଅର୍ଲାଣ୍ଡୋ ବିମାନବନ୍ଦରରେ ବିମାନ ଉଡ଼ାଣକୁ ସାମୟିକ ଭାବରେ ବନ୍ଦ କରାଯାଇଥିଲା।

The post ସ୍ପେସଏକ୍ସର ଷ୍ଟାରସିପ୍ ରକେଟ୍ କ୍ରାସ appeared first on Odisha.News.