ବାଂଲାଦେଶ ସଂଖ୍ୟାଲଘୁଙ୍କୁ କଂଗ୍ରେସ ଏମ୍‌ପିଙ୍କ ସମର୍ଥନ

ନୂଆଦିଲ୍ଲୀ,୧୮ା୧୨: ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ କଂଗ୍ରେସ ଏମ୍‌ପି ବାଂଲାଦେଶରେ ଅତ୍ୟାଚାରର ସମ୍ମୁଖୀନ ହୋଇଥିବା ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ମାନଙ୍କୁ ନ୍ୟାୟ ଦାବିରେ ମଙ୍ଗଳବାର ପାର୍ଲାମେଣ୍ଟ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ‘ବାଂଲାଦେଶର ସଂଖ୍ୟାଲଘୁଙ୍କ ସହ ରହିଛୁ’ ଲେଖାଥିବା ହ୍ୟାଣ୍ଡବ୍ୟାଗ୍‌ ଧରି ସେମାନେ ବିକ୍ଷୋଭ କରିଥିଲେ। ପାଲେଷ୍ଟିନୀୟଙ୍କୁ ସମର୍ଥନ କରି ପ୍ରିୟଙ୍କା ସୋମବାର ପାଲେଷ୍ଟାଇନ୍‌ ଲେଖାଥିବା ବ୍ୟାଗ୍‌ ନେଇ ପାର୍ଲାମେଣ୍ଟ ଯାଇଥିବାବେଳେ ମଙ୍ଗଳବାର ବାଂଲାଦେଶ ସଂଖ୍ୟାଲଘୁଙ୍କ ସମର୍ଥନରେ ବ୍ୟାଗ୍‌ ନେଇଥିଲେ। ବାଂଲାଦେଶରେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ […] The post ବାଂଲାଦେଶ ସଂଖ୍ୟାଲଘୁଙ୍କୁ କଂଗ୍ରେସ ଏମ୍‌ପିଙ୍କ ସମର୍ଥନ appeared first on Dharitri Odia News.

ବାଂଲାଦେଶ ସଂଖ୍ୟାଲଘୁଙ୍କୁ କଂଗ୍ରେସ ଏମ୍‌ପିଙ୍କ ସମର୍ଥନ

ନୂଆଦିଲ୍ଲୀ,୧୮ା୧୨: ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ କଂଗ୍ରେସ ଏମ୍‌ପି ବାଂଲାଦେଶରେ ଅତ୍ୟାଚାରର ସମ୍ମୁଖୀନ ହୋଇଥିବା ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ମାନଙ୍କୁ ନ୍ୟାୟ ଦାବିରେ ମଙ୍ଗଳବାର ପାର୍ଲାମେଣ୍ଟ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ‘ବାଂଲାଦେଶର ସଂଖ୍ୟାଲଘୁଙ୍କ ସହ ରହିଛୁ’ ଲେଖାଥିବା ହ୍ୟାଣ୍ଡବ୍ୟାଗ୍‌ ଧରି ସେମାନେ ବିକ୍ଷୋଭ କରିଥିଲେ। ପାଲେଷ୍ଟିନୀୟଙ୍କୁ ସମର୍ଥନ କରି ପ୍ରିୟଙ୍କା ସୋମବାର ପାଲେଷ୍ଟାଇନ୍‌ ଲେଖାଥିବା ବ୍ୟାଗ୍‌ ନେଇ ପାର୍ଲାମେଣ୍ଟ ଯାଇଥିବାବେଳେ ମଙ୍ଗଳବାର ବାଂଲାଦେଶ ସଂଖ୍ୟାଲଘୁଙ୍କ ସମର୍ଥନରେ ବ୍ୟାଗ୍‌ ନେଇଥିଲେ। ବାଂଲାଦେଶରେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସରକାର ସମର୍ଥନ ଯୋଗାଇ ଦିଅନ୍ତୁ ଓ ବାଂଲାଦେଶ ଅନ୍ତରୀଣ ସରକାରଙ୍କ ନିକଟରେ ପ୍ରସ୍ତାବ ଉଠାନ୍ତୁ ବୋଲି ସୋମବାର ଶୂନ୍ୟକାଳରେ ପ୍ରିୟଙ୍କା କହିଥିଲେ।

The post ବାଂଲାଦେଶ ସଂଖ୍ୟାଲଘୁଙ୍କୁ କଂଗ୍ରେସ ଏମ୍‌ପିଙ୍କ ସମର୍ଥନ appeared first on Dharitri Odia News.