ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର ଏହା ସ୍ପଷ୍ଟ କରିଛନ୍ତି। ମୟଙ୍କ ତାଙ୍କ ତଳିପେଟ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ମୟଙ୍କ ୪ଟି ଆଇପିଏଲ ମ୍ୟାଚ ଖେଳି ୭ ଉଇକେଟ ଅକ୍ତିଆର କରିଛନ୍ତି। ସେ ଘଣ୍ଟା ପ୍ରତି ୧୫୫ କିମି ବେଗରେ ବୋଲିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ। ଖବରଦାତାମାନେ ଏହି ପେସ୍‌ ବୋଲରଙ୍କ ଫିଟ୍‌ନେସ୍‌ ଷ୍ଟାଟସ […] The post ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ… appeared first on Dharitri Odia News.

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର ଏହା ସ୍ପଷ୍ଟ କରିଛନ୍ତି। ମୟଙ୍କ ତାଙ୍କ ତଳିପେଟ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ମୟଙ୍କ ୪ଟି ଆଇପିଏଲ ମ୍ୟାଚ ଖେଳି ୭ ଉଇକେଟ ଅକ୍ତିଆର କରିଛନ୍ତି। ସେ ଘଣ୍ଟା ପ୍ରତି ୧୫୫ କିମି ବେଗରେ ବୋଲିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ। ଖବରଦାତାମାନେ ଏହି ପେସ୍‌ ବୋଲରଙ୍କ ଫିଟ୍‌ନେସ୍‌ ଷ୍ଟାଟସ ଜାଣିବାକୁ ଚାହିଁବାରୁ ଲାଙ୍ଗର କହିଥିଲେ, ମୟଙ୍କ ପ୍ଲେ-ଅଫ୍‌ ବେଳକୁ ସୁସ୍ଥ ହୋଇ ଫେରନ୍ତୁ ବୋଲି ଆମେ ପ୍ରାର୍ଥନା କରୁଛୁ, ହେଲେ ଟୁର୍ନାମେଣ୍ଟର ଶେଷ ପର୍ଯ୍ୟାୟରେ ତାଙ୍କ ପ୍ରତ୍ୟାବର୍ତ୍ତନର ସମ୍ଭାବନା ଥିବା ଭଳି ମନେହେଉନି।

The post ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ… appeared first on Dharitri Odia News.