ରୋଲରକୁ ପିଟିଲା ବସ୍‌, ୧୫ ଯାତ୍ରୀ ଆହତ

ଭଦ୍ରକ,୨୨ା୧୧: ବାଇକ୍‌କୁ ଓଭର ଟେକ୍ ବେଳେ ରୋଲରକୁ ପିଟିଲା ବସ୍‌। ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବରପଦା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। କୌଣସି କାରଣବଶତଃ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ରୋଲର୍‌କୁ ପିଟିଥିଲା। ଏଥିରେ ଥିବା ୧୫ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ବସଟି ଆନନ୍ଦପୁରରୁ ଭଦ୍ରକ ଆସୁଥିଲା। ଆହତଙ୍କୁ ମେଡିକାଲରେ ଭର୍ତ୍ତିରେ କରାଯାଇଛି। ସେପଟେ କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ଜବାକନାଡ଼ି ନିକଟରେ ଶୁକ୍ରବାର ସକାଳେ ଟ୍ରକ୍‌ […] The post ରୋଲରକୁ ପିଟିଲା ବସ୍‌, ୧୫ ଯାତ୍ରୀ ଆହତ appeared first on Dharitri Odia News.

ରୋଲରକୁ ପିଟିଲା ବସ୍‌, ୧୫ ଯାତ୍ରୀ ଆହତ

ଭଦ୍ରକ,୨୨ା୧୧: ବାଇକ୍‌କୁ ଓଭର ଟେକ୍ ବେଳେ ରୋଲରକୁ ପିଟିଲା ବସ୍‌। ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବରପଦା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। କୌଣସି କାରଣବଶତଃ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ରୋଲର୍‌କୁ ପିଟିଥିଲା। ଏଥିରେ ଥିବା ୧୫ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ବସଟି ଆନନ୍ଦପୁରରୁ ଭଦ୍ରକ ଆସୁଥିଲା। ଆହତଙ୍କୁ ମେଡିକାଲରେ ଭର୍ତ୍ତିରେ କରାଯାଇଛି।

ସେପଟେ କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ଜବାକନାଡ଼ି ନିକଟରେ ଶୁକ୍ରବାର ସକାଳେ ଟ୍ରକ୍‌ ସହ ଏକ ବାଇକ୍‌ର ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ବାଇକ୍‌ରେ ୪ ଜଣ ବସି କୋଟା ଛକଠାରୁ ଜବାକନାଡ଼ି ଆସୁଥିବାବେଳେ ବୈପାରୀଗୁଡ଼ା ଅଭିମୁଖେ ଯାଉଥିବା ୧୪ ଚକିଆ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଯେ, କାହାର ଗୋଡ଼ କଟି ରାସ୍ତାରେ ପଡ଼ିଛି ତ ଆଉ କାହାର ମୁଣ୍ଡ ଟ୍ରକ୍‌ ଚକାତଳେ ରହିଯାଇଛି। ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି।

 

The post ରୋଲରକୁ ପିଟିଲା ବସ୍‌, ୧୫ ଯାତ୍ରୀ ଆହତ appeared first on Dharitri Odia News.