ପ୍ରେମିକାର ଇସାରାରେ ଅଞ୍ଜନ ବେକରେ ପଡିଲା ଚୋଟ.. ଆଗରୁ ରଚିଥିଲେ ପ୍ରି-ପ୍ଲାନ୍‌...

ଭୁବନେଶ୍ୱର ୧୯।୦୩ : ହଁ ମୁଁ ଦେଖିଛି.. ମୋ ଭାଇ(ଅଞ୍ଜନ)କୁ ହାଣିଲା ବେଳେ । ସେ ଝିଅ ( ନିହାରିକା) କହିଲା ତାକୁ ହାଣ ବୋଲି, ତାପରେ ପିଙ୍କୁ ମୋ ଭାଇକୁ ହାଣିଦେଲା । ମୁଁ ଜୀବନ ବଞ୍ଚାଇ ଦୌଡିଲି ... ଡରିମରି ଟ୍ରକ ତଳେ ଲୁଚିଯାଇଥିଲି । ତାପରେ ପିସିଆରକୁ ଫୋନ୍‌ କରିଲି । କହିଲି ସାର୍‌ ମୋତେ ବଞ୍ଚାନ୍ତୁ, ନହେଲେ ଏମାନେ ମୋତେ ବି ହାଣିଦେବେ । ଆପଣ ଜଲ୍‌ଦୀ ଲକ୍ଷ୍ମୀସାଗର ଅଞ୍ଚଳ ( ଘଟଣା ଘଟିଥିବା ସ୍ଥାନ)କୁ ଆସନ୍ତୁ । ଆପଣ ଆସିଲେ ହିଁ ମୁଁ ଲୁଚି ଥିବା ସ୍ଥାନରୁ ବାହାରିବି । ଏପରି କିଛି କହିଛନ୍ତି ଲକ୍ଷ୍ମୀସାଗର ଅଞ୍ଜନ ହତ୍ୟା ଘଟଣାର ସାକ୍ଷୀ ତଥା ନିହାରିକାଙ୍କ ପୂର୍ବତନ ବୟଫ୍ରେଣ୍ଡ ଗୌତମ ସାହୁ ।  ଖବର ଅନୁଯାୟୀ, ନିହାରିକା ପାଇଁ ଘଟିଥିଲା ଏହି ନାରକୀୟ କାଣ୍ଡ। ପ୍ରଥମ ପ୍ରେମିକ ସହ ମିଶି ଦ୍ବିତୀୟ ପ୍ରେମିକକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ନିହାରିକା। ଟାର୍ଗେଟରେ ଥିଲା ଗୌତମ ସାହୁ। କିନ୍ତୁ ମୁଣ୍ଡ ଗଡ଼ିଥିଲା ଗୌତମଙ୍କ ସାଙ୍ଗ ଅଞ୍ଜନ ବେହେରାଙ୍କର। ହତ୍ୟାକାଣ୍ଡର ଘଟଣା କ୍ରମ ଥିଲା କିଛି ଏହିଭଳି। ଶନିବାର ରାତି ୨ଟା । ନିହାରିକାର ୨ୟ ପ୍ରେମିକ ପିଙ୍କୁ ପ୍ରଥମ ପ୍ରେମିକ ଗୌତମକୁ କଥା ହେବାପାଇଁ ଡାକିଥିଲା। ଗୌତମ ଜଟଣୀରୁ ଏକ କ୍ୟାଟରିଙ୍ଗ କାର୍ଯ୍ୟ ସାରି ଫେରିବା ପରେ ଚନ୍ଦା ପୋଖରୀ ନିକଟକୁ ଦେଖା କରିବାକୁ ଯାଇଥିଲେ । ସାଙ୍ଗରେ ଥିଲେ ଅଞ୍ଜନ ବେହେରା । ଘଟଣାସ୍ଥଳରେ ପିଙ୍କୁ-ନିହାରିକା ଏବଂ ତାଙ୍କ

ପ୍ରେମିକାର ଇସାରାରେ ଅଞ୍ଜନ ବେକରେ ପଡିଲା ଚୋଟ.. ଆଗରୁ ରଚିଥିଲେ ପ୍ରି-ପ୍ଲାନ୍‌...

ଭୁବନେଶ୍ୱର ୧୯।୦୩ : ହଁ ମୁଁ ଦେଖିଛି.. ମୋ ଭାଇ(ଅଞ୍ଜନ)କୁ ହାଣିଲା ବେଳେ । ସେ ଝିଅ ( ନିହାରିକା) କହିଲା ତାକୁ ହାଣ ବୋଲି, ତାପରେ ପିଙ୍କୁ ମୋ ଭାଇକୁ ହାଣିଦେଲା । ମୁଁ ଜୀବନ ବଞ୍ଚାଇ ଦୌଡିଲି ... ଡରିମରି ଟ୍ରକ ତଳେ ଲୁଚିଯାଇଥିଲି । ତାପରେ ପିସିଆରକୁ ଫୋନ୍‌ କରିଲି । କହିଲି ସାର୍‌ ମୋତେ ବଞ୍ଚାନ୍ତୁ, ନହେଲେ ଏମାନେ ମୋତେ ବି ହାଣିଦେବେ । ଆପଣ ଜଲ୍‌ଦୀ ଲକ୍ଷ୍ମୀସାଗର ଅଞ୍ଚଳ ( ଘଟଣା ଘଟିଥିବା ସ୍ଥାନ)କୁ ଆସନ୍ତୁ । ଆପଣ ଆସିଲେ ହିଁ ମୁଁ ଲୁଚି ଥିବା ସ୍ଥାନରୁ ବାହାରିବି । ଏପରି କିଛି କହିଛନ୍ତି ଲକ୍ଷ୍ମୀସାଗର ଅଞ୍ଜନ ହତ୍ୟା ଘଟଣାର ସାକ୍ଷୀ ତଥା ନିହାରିକାଙ୍କ ପୂର୍ବତନ ବୟଫ୍ରେଣ୍ଡ ଗୌତମ ସାହୁ ।  


ଖବର ଅନୁଯାୟୀ, ନିହାରିକା ପାଇଁ ଘଟିଥିଲା ଏହି ନାରକୀୟ କାଣ୍ଡ। ପ୍ରଥମ ପ୍ରେମିକ ସହ ମିଶି ଦ୍ବିତୀୟ ପ୍ରେମିକକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ନିହାରିକା। ଟାର୍ଗେଟରେ ଥିଲା ଗୌତମ ସାହୁ। କିନ୍ତୁ ମୁଣ୍ଡ ଗଡ଼ିଥିଲା ଗୌତମଙ୍କ ସାଙ୍ଗ ଅଞ୍ଜନ ବେହେରାଙ୍କର। ହତ୍ୟାକାଣ୍ଡର ଘଟଣା କ୍ରମ ଥିଲା କିଛି ଏହିଭଳି। ଶନିବାର ରାତି ୨ଟା । ନିହାରିକାର ୨ୟ ପ୍ରେମିକ ପିଙ୍କୁ ପ୍ରଥମ ପ୍ରେମିକ ଗୌତମକୁ କଥା ହେବାପାଇଁ ଡାକିଥିଲା। ଗୌତମ ଜଟଣୀରୁ ଏକ କ୍ୟାଟରିଙ୍ଗ କାର୍ଯ୍ୟ ସାରି ଫେରିବା ପରେ ଚନ୍ଦା ପୋଖରୀ ନିକଟକୁ ଦେଖା କରିବାକୁ ଯାଇଥିଲେ । ସାଙ୍ଗରେ ଥିଲେ ଅଞ୍ଜନ ବେହେରା । ଘଟଣାସ୍ଥଳରେ ପିଙ୍କୁ-ନିହାରିକା ଏବଂ ତାଙ୍କ ସାଥୀମାନଙ୍କ ସହ ଅଞ୍ଜନଙ୍କ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ପୂର୍ବରୁ ଗୌତମକୁ ମାରିବା ପାଇଁ ଯୋଜନା କରିଥିବା ପିଙ୍କୁର ଖଣ୍ଡା ଚୋଟରେ ଅଞ୍ଜନର ମୃତ୍ୟୁ ଘଟିଥିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ଗୌତମ। 

ତେବେ ହତ୍ୟାକାଣ୍ଡ ସମୟରେ ଚାରିଜଣ ଯୁବକଙ୍କୁ ସହ ଘଟଣାସ୍ଥଳରେ ରହିଥିଲା ନିହାରିକା । ପୋଲିସ ଆସିବା ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ସମସ୍ତେ । ପୋଲିସ ଦୁଇ ଦିନ ପରେ ସାଲିଆସାହିରୁ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓରଫ କାହ୍ନୁ ପ୍ରଧାନ ସହ ଗାର୍ଲଫ୍ରେଣ୍ଡ ନିହାରିକାକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଏହାସହ ବାକି ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି । 

ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ : ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ କାହ୍ନା ପ୍ରଧାନ ଓ ଗର୍ଲଫ୍ରେଣ୍ଡ ନିହାରିକା