ପୂର୍ବ ସରକାରର ନିଷ୍ପତ୍ତିକୁ କେବଳ ଲାଗୁ କରି ବାଃ ବାଃ ନେବାକୁ ଅପଚେଷ୍ଟା କରୁଛନ୍ତି ଏ ସରକାର : ଲେନିନ୍ ମହାନ୍ତି

ଭୁବନେଶ୍ବର ୧୦।୧୧: ମୋହନ ସରକାର ୫ ମାସ ପୁରିବାକୁ ଯାଉଛି । ଯାହା ବି ନିଷ୍ପତ୍ତି ନେଉଛନ୍ତି ତାହା ପୂର୍ବ ସରକାରର ଅନୁକରଣ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବ ସରକାରର ନିଷ୍ପତ୍ତିକୁ କେବଳ ଲାଗୁ କରି ବାଃ ବାଃ ନେବାକୁ ଅପଚେଷ୍ଟା କରୁଛନ୍ତି ଏ ସରକାର । କିଛି ଦିନ ତଳେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅତିରିକ୍ତ ୧୦ ଦିନ ଛୁଟି ମହିଳାଙ୍କୁ ମେନସ୍ୟୁରାଲ ସାଇକେଲ୍ ପାଇଁ ଦିଆଯିବ ବୋଲି ଘୋଷାଣ କଲେ । କିନ୍ତୁ ବିଜେଡ଼ି ସରକାର ଏ ନିଷ୍ପତ୍ତି ନେଇ ସାରିଥିଲେ । ସେହିପରି ଶନିବାର ପଦ୍ମ ବିଜେତାଙ୍କୁ ୩୦ ହଜାର ଟଙ୍କା ଦେବାକୁ ଘୋଷାଣ କରିଛନ୍ତି । କିନ୍ତୁ ୧୨/୦୩/୨୦୨୪ରେ ନବୀନ ସରକାର ୨୫ ହଜାର ଟଙ୍କା ଘୋଷଣା କରିସାରିଛନ୍ତି । ପ୍ରତି ମାସରେ ଆଇଏଏସ ଅଫିସରଙ୍କ ବଦଳି ହେଉଛି । ଅତିରିକ୍ତ ଦାୟିତ୍ଵ ବି ବଦଳା ଯାଉଛି । ଯୋଗାଣ ସଚିବ ଭି.ଭି. ଯାଦବଙ୍କୁ ହଠାତ ପରିବର୍ତ୍ତନ କରାଗଲା । ରାସନ ପହଞ୍ଚିଲା ନାହିଁ ବୋଲି ଆମ୍ବ ଟାକୁଆ ଖାଇ ଦୁଇ ଜଣ ମଲେ । ସେହିପରି ଆଳୁ ସଙ୍କଟ ଦୂର କରିବାରେ ବିଫଳ । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅଭିଯୋଗ କଲେ ୭ ଲକ୍ଷ ଟଙ୍କା ମିଲରଙ୍କ ଠାରୁ ନିଆଯାଇଛି । ଏସବୁ କାରଣ ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ବରଖାସ୍ତ ହେବା କଥା ।  କିନ୍ତୁ ତାହା ନକରି କେବଳ ସଚିବଙ୍କୁ ବଦଳାଇବା ମାନେ କ’ଣ ବୋଲି ଲେନିନ୍ ପ୍ରଶ୍ନ କରିଛନ୍ତି ।You Can R

ପୂର୍ବ ସରକାରର ନିଷ୍ପତ୍ତିକୁ କେବଳ ଲାଗୁ କରି ବାଃ ବାଃ ନେବାକୁ ଅପଚେଷ୍ଟା କରୁଛନ୍ତି ଏ ସରକାର : ଲେନିନ୍ ମହାନ୍ତି

ଭୁବନେଶ୍ବର ୧୦।୧୧: ମୋହନ ସରକାର ୫ ମାସ ପୁରିବାକୁ ଯାଉଛି । ଯାହା ବି ନିଷ୍ପତ୍ତି ନେଉଛନ୍ତି ତାହା ପୂର୍ବ ସରକାରର ଅନୁକରଣ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବ ସରକାରର ନିଷ୍ପତ୍ତିକୁ କେବଳ ଲାଗୁ କରି ବାଃ ବାଃ ନେବାକୁ ଅପଚେଷ୍ଟା କରୁଛନ୍ତି ଏ ସରକାର । କିଛି ଦିନ ତଳେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅତିରିକ୍ତ ୧୦ ଦିନ ଛୁଟି ମହିଳାଙ୍କୁ ମେନସ୍ୟୁରାଲ ସାଇକେଲ୍ ପାଇଁ ଦିଆଯିବ ବୋଲି ଘୋଷାଣ କଲେ । କିନ୍ତୁ ବିଜେଡ଼ି ସରକାର ଏ ନିଷ୍ପତ୍ତି ନେଇ ସାରିଥିଲେ । 

ସେହିପରି ଶନିବାର ପଦ୍ମ ବିଜେତାଙ୍କୁ ୩୦ ହଜାର ଟଙ୍କା ଦେବାକୁ ଘୋଷାଣ କରିଛନ୍ତି । କିନ୍ତୁ ୧୨/୦୩/୨୦୨୪ରେ ନବୀନ ସରକାର ୨୫ ହଜାର ଟଙ୍କା ଘୋଷଣା କରିସାରିଛନ୍ତି । 

ପ୍ରତି ମାସରେ ଆଇଏଏସ ଅଫିସରଙ୍କ ବଦଳି ହେଉଛି । ଅତିରିକ୍ତ ଦାୟିତ୍ଵ ବି ବଦଳା ଯାଉଛି । ଯୋଗାଣ ସଚିବ ଭି.ଭି. ଯାଦବଙ୍କୁ ହଠାତ ପରିବର୍ତ୍ତନ କରାଗଲା । ରାସନ ପହଞ୍ଚିଲା ନାହିଁ ବୋଲି ଆମ୍ବ ଟାକୁଆ ଖାଇ ଦୁଇ ଜଣ ମଲେ । 

ସେହିପରି ଆଳୁ ସଙ୍କଟ ଦୂର କରିବାରେ ବିଫଳ । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅଭିଯୋଗ କଲେ ୭ ଲକ୍ଷ ଟଙ୍କା ମିଲରଙ୍କ ଠାରୁ ନିଆଯାଇଛି । ଏସବୁ କାରଣ ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ବରଖାସ୍ତ ହେବା କଥା ।  କିନ୍ତୁ ତାହା ନକରି କେବଳ ସଚିବଙ୍କୁ ବଦଳାଇବା ମାନେ କ’ଣ ବୋଲି ଲେନିନ୍ ପ୍ରଶ୍ନ କରିଛନ୍ତି ।

You Can Read:

ମାଡ଼ପିଟ ଅଭିଯୋଗରେ ବନ୍ଧାହେଲେ ଭଦ୍ରକ ଗୁଜିଦରଡ଼ା ପଞ୍ଚାୟତର ସରପଞ୍ଚ