ସମ୍ମାନ ପ୍ରାପ୍ତିର ଯୋଗ ରହିଛି, ବ୍ୟବସାୟ ଦୃଷ୍ଟିକୋଣରୁ ଭଲ ରହିବ ସମୟ
ମେଷ- ସୁଖ ସୌଭାଗ୍ୟ ଲାଭ ଯୋଗ ରହିଛି । ଅନୁଧ୍ୟାନ କରି କିଛି ନୂତନ ନିର୍ଯ୍ୟାସରେ ପହଞ୍ଚିବେ । ସୁଖ ସମ୍ମାନ ମିଳିବ ଯାହାଦ୍ଵାରା ମାନ ପ୍ରସନ୍ନ ରହିବ । ଆତ୍ମନିର୍ଭରଶୀଳ ହେବେ । ଜୀବନସାଥୀଙ୍କ ସମର୍ଥନ ପାଇବେ । ଦୀର୍ଘ ଦିନର ସମସ୍ୟାରୁ ମୁକ୍ତି ପାଇବେ । ବୃଷ- ରାଶିକୁ ଘାତ ଚନ୍ଦ୍ର, ଲୋଭ ଗ୍ରସ୍ତ ହୋଇପାରନ୍ତି । ହେଲେ ମଧ୍ୟ ବିଭିନ୍ନ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହେବ । ଚାକିରିରେ ସଫଳତା ମିଳିବ । ଦିନଟିରେ ଉନ୍ନତି ଆଶାନୁରୂପ ହେବ । ବିଦେଶ ଯାତ୍ରା ମଙ୍ଗଳମୟ ଓ ଲାଭଦାୟକ ସାବ୍ୟସ୍ତ ହେବ । ମିଥୁନ- ଅଯଥା ଖର୍ଚ୍ଚାନ୍ତ ଯୋଗୁଁ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହେବ । କାର୍ଯ୍ୟ କ୍ଷେତ୍ରରେ ସମୟାନୁସାରେ କାର୍ଯ୍ୟ ସମାପ୍ତି କରିବେ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହେଲେ ଭଲ । ବ୍ୟବସାୟରେ କାର୍ଯ୍ୟ ତ୍ବରାନ୍ବିତ ହେବ । ଦାମ୍ପତ୍ୟ ଜୀବନରେ କଳହ ଦେଖାଦେଇପାରେ । କର୍କଟ- ଦୃଢ଼ମନା ହୋଇ କାର୍ଯ୍ୟ କରିବେ । ନିଶ୍ଚିନ୍ତ ଭାବରେ କୌଣସି କ୍ଷେତ୍ରରେ ସାହାଯ୍ୟ ପାଇବେ । ନୂତନ କର୍ମ ସଂସ୍ଥାନ ପାଇଁ ଆଗ୍ରହୀ ହେବେ। ଶିକ୍ଷାଗତ କାର୍ଯ୍ୟ ପାଇଁ ବିଦେଶ ଯିବାର ସମ୍ଭାବନା ଅଛି । ପତି-ପତ୍ନୀଙ୍କଠାରୁ ଅଲଗା ହେବାର ପରିସ୍ଥିତି ସୃଷ୍ଟି ହୋଇପାରେ । ସିଂହ- କୌଣସି ସ୍ଥାନରୁ ପ୍ରତାରଣାର ଶିକାର ହୋଇପାରନ୍ତି । ପରିବାରରେ କିମ୍ବା ବନ୍ଧୁମାନଙ୍କ ସହ କଳହର ଯୋଗ ରହିଛି । ଆତ୍ମବିଶ୍ୱାସର ଅଭାବ ହେବ । ପରିବାରର ସ୍ୱାସ୍ଥ୍
ମେଷ- ସୁଖ ସୌଭାଗ୍ୟ ଲାଭ ଯୋଗ ରହିଛି । ଅନୁଧ୍ୟାନ କରି କିଛି ନୂତନ ନିର୍ଯ୍ୟାସରେ ପହଞ୍ଚିବେ । ସୁଖ ସମ୍ମାନ ମିଳିବ ଯାହାଦ୍ଵାରା ମାନ ପ୍ରସନ୍ନ ରହିବ । ଆତ୍ମନିର୍ଭରଶୀଳ ହେବେ । ଜୀବନସାଥୀଙ୍କ ସମର୍ଥନ ପାଇବେ । ଦୀର୍ଘ ଦିନର ସମସ୍ୟାରୁ ମୁକ୍ତି ପାଇବେ ।
ବୃଷ- ରାଶିକୁ ଘାତ ଚନ୍ଦ୍ର, ଲୋଭ ଗ୍ରସ୍ତ ହୋଇପାରନ୍ତି । ହେଲେ ମଧ୍ୟ ବିଭିନ୍ନ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହେବ । ଚାକିରିରେ ସଫଳତା ମିଳିବ । ଦିନଟିରେ ଉନ୍ନତି ଆଶାନୁରୂପ ହେବ । ବିଦେଶ ଯାତ୍ରା ମଙ୍ଗଳମୟ ଓ ଲାଭଦାୟକ ସାବ୍ୟସ୍ତ ହେବ ।
ମିଥୁନ- ଅଯଥା ଖର୍ଚ୍ଚାନ୍ତ ଯୋଗୁଁ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହେବ । କାର୍ଯ୍ୟ କ୍ଷେତ୍ରରେ ସମୟାନୁସାରେ କାର୍ଯ୍ୟ ସମାପ୍ତି କରିବେ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହେଲେ ଭଲ । ବ୍ୟବସାୟରେ କାର୍ଯ୍ୟ ତ୍ବରାନ୍ବିତ ହେବ । ଦାମ୍ପତ୍ୟ ଜୀବନରେ କଳହ ଦେଖାଦେଇପାରେ ।
କର୍କଟ- ଦୃଢ଼ମନା ହୋଇ କାର୍ଯ୍ୟ କରିବେ । ନିଶ୍ଚିନ୍ତ ଭାବରେ କୌଣସି କ୍ଷେତ୍ରରେ ସାହାଯ୍ୟ ପାଇବେ । ନୂତନ କର୍ମ ସଂସ୍ଥାନ ପାଇଁ ଆଗ୍ରହୀ ହେବେ। ଶିକ୍ଷାଗତ କାର୍ଯ୍ୟ ପାଇଁ ବିଦେଶ ଯିବାର ସମ୍ଭାବନା ଅଛି । ପତି-ପତ୍ନୀଙ୍କଠାରୁ ଅଲଗା ହେବାର ପରିସ୍ଥିତି ସୃଷ୍ଟି ହୋଇପାରେ ।
ସିଂହ- କୌଣସି ସ୍ଥାନରୁ ପ୍ରତାରଣାର ଶିକାର ହୋଇପାରନ୍ତି । ପରିବାରରେ କିମ୍ବା ବନ୍ଧୁମାନଙ୍କ ସହ କଳହର ଯୋଗ ରହିଛି । ଆତ୍ମବିଶ୍ୱାସର ଅଭାବ ହେବ । ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶିକ୍ଷାଗତ କାର୍ଯ୍ୟଗୁଡ଼ିକ ସୁଖଦ ଫଳାଫଳ ପାଇବ ।
କନ୍ୟା- ଶ୍ରୀ ଚନ୍ଦ୍ର ଯୋଗ ରହିଥିବାରୁ ଅଧିକ ଆୟ ଯୋଗ ରହିଛି । ମନ ଖୁସି ରହିବ, ତଥାପି ଆତ୍ମ-ନିୟନ୍ତ୍ରିତ ରହିବ । ଚାକିରିରେ କର୍ମକ୍ଷେତ୍ରରେ ଅଧିକ କଠିନ ପରିଶ୍ରମ ହେବ । ଜୀବନ ମଧ୍ୟ ଅସଂଗଠିତ ହେବ । ସାଙ୍ଗମାନଙ୍କ ସମର୍ଥନ ପାଇବେ ।
ତୁଳା- ପଥରୋଧର ଶିକାର ହୋଇପାରନ୍ତି । କାର୍ଯ୍ୟ ହାନି ଘଟିବ । ଜମି, ନିର୍ମାଣ, ଯାନ କ୍ରୟ ସମ୍ଭବ ହେବ । ସ୍ୱାସ୍ଥ୍ୟ ଉତ୍କୃଷ୍ଟ ରହିବ । ବ୍ୟବସାୟ ମଧ୍ୟମ ଗତିରେ ଚାଲିବ । ଘରୋଇ ବିବାଦରୁ ଦୂରେଇ ରୁହନ୍ତୁ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ । ଚାକିରି କ୍ଷେତ୍ରରେ ମତାନ୍ତର ହୋଇପାରେ ।
ବିଛା- ମନ ପ୍ରସନ୍ନ ରହିବ । ଭାଗ୍ୟ ଆପଣଙ୍କର ସାଥ ଦେବ । ନୂତନ ବ୍ୟବସାୟର ଆରମ୍ଭ ପାଇଁ ଦିନଟି ବହୁତ ଭଲ ରହିଛି । ଆତ୍ମ ବିଶ୍ୱାସରେ ବୃଦ୍ଧି ଘଟିବ । ମିତ୍ରଙ୍କ ଦ୍ଵାରା କିଛି ଆୟର ସନ୍ଧାନ ମିଳିବ । ପାରିବାରିକ ଜୀବନରେ ଲାଗିଥିବା କଳହର ସମାପ୍ତି ଘଟିବ।
ଧନୁ- ନିଜକୁ ବ୍ୟସ୍ତ ବହୁଳ କର୍ମରେ ନିୟୋଜିତ କରିବେ । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି । ଆକସ୍ମିକ ଖୁସି ଖବର ମିଳିବ । ସୁଖ ସମ୍ମାନ ବୃଦ୍ଧି ପାଇବ । ଦିନଟି ମଧ୍ୟମ ଫଳ ଦେବ । ମନରେ ଉଦବେଗ ପ୍ରକାଶ ପାଇବ ।
ମକର- ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ନିଜେ ଶକ୍ତିଶାଳୀ ରହିବେ । ବୃତ୍ତିଗତ ଭାବରେ ଏକ ଉତ୍ତମ କାର୍ଯ୍ୟ କରିବାକୁ ଆଗ୍ରହୀ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଭଲ । ପ୍ରେମ ସମ୍ପର୍କ ଦୃଢ଼ ହେବ । ବିଦ୍ୟାର୍ଥୀ ଲାଭବାନ ହେବେ ।
କୁମ୍ଭ- ଆୟର ଯୋଗ ରହିଛି ପରିଶ୍ରମ ଅଧିକ ରହିବ । ନିଜ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ । ସ୍ୱାସ୍ଥ୍ୟବସ୍ଥା ଉତ୍ତମ ରହିବ । ପ୍ରେମ ସମ୍ପର୍କରେ ଉନ୍ନତି ଆସିବ । ବ୍ୟବସାୟ ଦୃଷ୍ଟିକୋଣରୁ ଏହି ସମୟ ବହୁତ ଭଲ । ଭ୍ରମଣର ଯୋଗ ରହିଛି । ବିଦ୍ୟାର୍ଥୀମାନେ ପରିଶ୍ରମୀ ହେବେ ।
ମୀନ- ଆମୋଦ ପ୍ରମୋଦରେ ଦିନଟି କଟିବ । ବନ୍ଧୁ ମିଳନର ଯୋଗ ରହିଛି । ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – ୮୨୪୯୮୨୬୬୮୨
The post ସମ୍ମାନ ପ୍ରାପ୍ତିର ଯୋଗ ରହିଛି, ବ୍ୟବସାୟ ଦୃଷ୍ଟିକୋଣରୁ ଭଲ ରହିବ ସମୟ appeared first on Prameya News7.